ଶିମିଳିପାଳରେ ରାଜ୍ କରିବେ ଗଙ୍ଗା-ଯମୁନା। ମହାରାଷ୍ଟ୍ର ତଡ଼ବା ଜଙ୍ଗଲରୁ ବାଘୁଣୀ ଯମୁନା ଆସିବାର ୧୭ ଦିନ ପରେ ଆଜି ଆସିଛି ଦ୍ୱିତୀୟ ବାଘୁଣୀ। ତା ନାଁ ଗଙ୍ଗା।
ଶିମିଳିପାଳ ଅଭୟାରଣ୍ୟରେ ମେଲାନିଷ୍ଟିକ୍ ବା କଳା ମହାବଳ ବାଘଙ୍କ ବଂଶ ବୃଦ୍ଧି ପାଉଥିବାରୁ ଏହା ଉପରେ ରୋକ୍ ଲଗାଇ ସ୍ୱାଭାବିକ ମହାବଳ ବାଘର ବଂଶ ବିସ୍ତାର ପାଇଁ ମହାରାଷ୍ଟ୍ରର ଏହି ଦୁଇଟି ବାଘୁଣୀକୁ ସେଠାରେ ଛାଡ଼ିବାକୁ ଯୋଜନା ରହିଛି।
Also Read
ଅକ୍ଟୋବର ୨୮ରେ ବାଘୁଣୀ ଯମୁନା ଆସିଥିବା ବେଳେ ତାକୁ ପ୍ରଥମେ ଏନକ୍ଲୋଜରରେ ରଖାଯାଇଥିଲା। କିଛି ଦିନ ତଳେ ଶିମିଳିପାଳ ଅଭୟାରଣ୍ୟର କୋର୍ ଏରିଆରେ ତାକୁ ଛଡ଼ାଯାଇଛି। ଆଜି ଗଙ୍ଗା ଶିମିଳିପାଳକୁ ଆସିଥିବା ବେଳେ ତାକୁ ମଧ୍ୟ ଏନକ୍ଲୋଜରରେ ରଖାଯିବ। ସବୁକିଛି ଠିକ୍ଠାକ୍ ରହିଲେ ଅଳ୍ପ ଦିନ ପରେ ଗଙ୍ଗାକୁ କୋର୍ ଏରିଆରେ ଛଡ଼ାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ୟୁରୋପୀୟ 'ପ୍ରୋବା -୩' ମିଶନ ଲଞ୍ଚ୍ କଲା ଇସ୍ରୋ
ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ କରିବ ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA)ର 'ପ୍ରୋବା -୩' ମିଶନ। ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଭବନ ସ୍ପେସ୍ ସେଣ୍ଟରରୁ ହେଲା ସଫଳ ଉତକ୍ଷେପଣ।
Science & Environment
ଘରେ ଲାଗିଛି ୧୫ ହଜାର ଗଛ, ଦିଲ୍ଲୀରେ ଥାଇ ବି ପ୍ରଦୂଷଣମୁକ୍ତ
ରକ୍ତ କର୍କଟରେ ଆକ୍ରାନ୍ତ ହେବା ପରେ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର।
Science & Environment
ଏନକ୍ଲୋଜରରୁ ବାହାରି ଜଙ୍ଗଲ ଗଲା ‘ଜିନତ୍'
ଶିମିଳିପାଳର ଉତ୍ତର ଡିଭିଜନ୍ କୋର୍ ଏରିଆରେ ବାଘୁଣୀ ‘ଜିନତ୍’ ଛଡ଼ାଯାଇଥିବା ଜଣାଯାଇଛି।
Science & Environment
ବିଶ୍ୱର ସବୁଠୁ ପୁରୁଣା ଲିପି ଠାବ, ପ୍ରାଚୀନ ଯୁଗର ଲୋକେ ଜାଣିଥିଲେ ଭାବ ବିନିମୟ ଟେକ୍ନୋଲୋଜି
ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ଗବେଷକମାନେ ୪ ହଜାର ୪୦୦ ବର୍ଷର ପୁରୁଣା ଲିପି ବା ଆଲଫାବେଟ୍ ପାଇଛନ୍ତି।
Science & Environment
ଏନକ୍ଲୋଜରକୁ ଗଲା ବାଘୁଣୀ ଜିନତ୍, ୨୪ ଘଣ୍ଟା ରହିବ ନଜର
ଗତକାଲି ତା’ ନାଁ ଗଙ୍ଗା ବୋଲି କୁହାଯାଉଥିବା ବେଳେ ଆଜି କିନ୍ତୁ ଉକ୍ତ ବାଘୁଣୀର ନାଁ ‘ ଜିନତ୍’ ବୋଲି କହିଛନ୍ତି ପିସିସିଏଫ ।