/odisha-reporter/media/post_attachments/uploads/2019/05/11.jpg)
11
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ ଓଡ଼ିଶାରେ ତାଣ୍ଡବ ରଚି ଯାଇଛି। ଆଉ ଗଲାପରେ ଦେଇଯାଇଛି, ଅନେକ ଦୁଃଖ। ରାସ୍ତା ସାରା ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଥିବା ବେଳେ ବିଦ୍ୟୁତ୍ ସଂଯୋଗ ଏବେ ଯାଏ ମଧ୍ୟ ସ୍ୱାଭାବକ ହୋଇପାରିନାହିଁ। ତେବେ ପ୍ରକୃତି ରଚିଥିବା ଏହି ତାଣ୍ଡବ ପରେ ପରିସ୍ଥିତି ସୁଧାରିବାକୁ ସ୍ଥାନୀୟ ଲୋକଙ୍କଠୁ ଆରମ୍ଭ କରି ଏନ୍ଡିଆର୍ଏଫ୍ ଟିମ୍ ଏବଂ ଅଗ୍ନିଶମ ବାହୀନି ମଧ୍ୟ ଜୋର୍ ସୋର୍ରେ କାମରେ ଲାଗିପଡ଼ିଛନ୍ତି।
ସାଧାରଣତଃ ଏପରି ଆପତକାଳୀନ ସ୍ଥିତିରେ ଆର୍ମି ଏବଂ ପୁଲିସ୍ ବିଭାଗ ଗୁରୁ ଦାୟିତ୍ୱ ବହନ କରିଥାଏ। ସେମାନଙ୍କ ଦୁଃସାହସ ଏବଂ କର୍ତ୍ତବ୍ୟପରାୟଣତା ଅନେକ ଲୋକଙ୍କ ଜୀବନ ବଞ୍ଚାଇଥାଏ।
https://twitter.com/odisha_police/status/1123947880711163904
ଦେଖନ୍ତୁ, ଏଇ ମହିଳା ପୁଲିସଙ୍କୁ। ଓଡ଼ିଶାର ଏଇ ପୁଲିସ ଅଧିକାରୀ ଜଣକ ବାତ୍ୟା ସମୟରେ କିପରି ଦୁଇ ଜଣ ମହିଳାଙ୍କୁ ନିଜ ବାଇକ୍ରେ ବସାଇ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି।
ଏବେ ଏହି ସାହସୀ ମହିଳା ପୁଲିସ୍ ଅଧିକାରୀଙ୍କ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ବାତ୍ୟା ସମୟର କଠିନ ପରିସ୍ଥିତିରେ ନିଜ କର୍ତ୍ତବ୍ୟ ସମ୍ପାଦନ କରି ଅନେକ ପ୍ରଶଂସା ସାଉଁଟିଛନ୍ତି।
https://twitter.com/odisha_police/status/1123947880711163904
ଏହି ପୁଲିସ୍ ଅଫିସର ଜଣଙ୍କ ହେଉଛନ୍ତି, କେନ୍ଦ୍ରାପଡ଼ା ଜିଲ୍ଲାର ତଳଚୁଆ ପୁଲିସ୍ ଷ୍ଟେସନ୍ର ଜଣେ ଅଧିକାରୀ।
https://twitter.com/odisha_police/status/1123947880711163904
ଏହି ଫଟୋକୁ ଓଡ଼ିଶା ପୁଲିସ୍ ନିଜ ଟ୍ୱିଟର୍ ପେଜ୍ରେ ସେୟାର୍ କରିଥିଲେ। ଆଉ ସେଠାରେ ସେ ଲେଖିଥିଲେ ଯେ, ‘ଆକ୍ସନ୍ରେ କେନ୍ଦ୍ରାପଡ଼ା ତଳଚୁଆ ପୁଲିସ୍ ଷ୍ଟେସନ୍ର ମହିଳା ପୁଲିସ୍ ଅଧିକାରୀ’। ‘ସବୁ ବାଧା ଏବଂ ବିପରୀତ ପରିସ୍ଥିତିକୁ ଧ୍ୟାନରେ ରଖି, ଆମ ପୁଲିସ୍ ଅଧିକାରୀ ଅସହାୟ ମଣିଷଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପ୍ରୟାସ କରୁଛନ୍ତି’।
ଏହା ପରେ ମହିଳା ପୁଲିସ୍ ଅଫିସର୍ଙ୍କୁ ନେଇ ଚର୍ଚ୍ଚା ବଢ଼ି ଯାଇଛି।
https://twitter.com/odisha_police/status/1124216404113182721
https://twitter.com/odisha_police/status/1124199290065174530
https://twitter.com/odisha_police/status/1124192372676370433
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
