Advertisment

ମୋବାଇଲ ଚୋରି କରିବାକୁ ଯାଇଥିଲେ, ହେଲେ...

ନୂଆଦିଲ୍ଲୀ: ସୋଶାଲ ମିଡ଼ିଆରେ ଏବେ ଏକ ମଜାଦାର ଭିଡ଼ିଓ ଶେଆର ହେବାରେ ଲାଗିଛି। ମିଶିଗନ୍‌ ୱେଷ୍ଟଲ୍ୟାଣ୍ଡ ନାମକ ଜାଗାରେ ଏପରି ଘଟଣା ଘଟିଛି। ସେଠାରେ ଥିବା ଏକ ମୋବାଇଲ ଷ୍ଟୋରକୁ  ଜଣେ ଯୁବକ ଚୋରି ଉଦ୍ଦ୍ୟେଶରେ ଯାଇଥିଲେ। ହେଲେ ସେଠାରେ ଥିବା ରାକ୍‌ରୁ ଯୁବକଜଣକ ମୋବାଇଲ ବାହାର କରୁଥିବା ବେଳେ ଏକ ଆଲମାରି ତାଙ୍କ ଉପରେ ପଡିଯାଇଥିଲା। ତଥାପି ବ୍ୟକ୍ତିଜଣକ ଏଥିରେ ଭୟଭୀତ ନ ହୋଇ ପୁଣି ଥରେ ଉଠି ସେଠାରୁ ୪ଟି ମୋବାଇଲ ନେଇ ଫେରାର […]

author-image
Niharika Rout
ମୋବାଇଲ ଚୋରି କରିବାକୁ ଯାଇଥିଲେ, ହେଲେ...

mobile.JPG-12...

ନୂଆଦିଲ୍ଲୀ: ସୋଶାଲ ମିଡ଼ିଆରେ ଏବେ ଏକ ମଜାଦାର ଭିଡ଼ିଓ ଶେଆର ହେବାରେ ଲାଗିଛି। ମିଶିଗନ୍‌ ୱେଷ୍ଟଲ୍ୟାଣ୍ଡ ନାମକ ଜାଗାରେ ଏପରି ଘଟଣା ଘଟିଛି। ସେଠାରେ ଥିବା ଏକ ମୋବାଇଲ ଷ୍ଟୋରକୁ  ଜଣେ ଯୁବକ ଚୋରି ଉଦ୍ଦ୍ୟେଶରେ ଯାଇଥିଲେ। ହେଲେ ସେଠାରେ ଥିବା ରାକ୍‌ରୁ ଯୁବକଜଣକ ମୋବାଇଲ ବାହାର କରୁଥିବା ବେଳେ ଏକ ଆଲମାରି ତାଙ୍କ ଉପରେ ପଡିଯାଇଥିଲା।

Advertisment

ତଥାପି ବ୍ୟକ୍ତିଜଣକ ଏଥିରେ ଭୟଭୀତ ନ ହୋଇ ପୁଣି ଥରେ ଉଠି ସେଠାରୁ ୪ଟି ମୋବାଇଲ ନେଇ ଫେରାର ହୋଇଯାଇଥିଲେ। ୱେଷ୍ଟଲ୍ୟାଣ୍ଡ ପୁଲିସ ଫେସବୁକ୍‌ରେ ସିସିଟିଭିର ଫୁଟେଜ ଶେଆର କରିବା ପରେ ଏହି ଘଟଣା ନଜରକୁ ଆସିଛି।

ଯୁବକଜଣକ ପ୍ରଥମେ ଦୋକାନରେ ପହଞ୍ଚିବା ପରେ ଡିସପ୍ଲେ ସେଲଫ୍‌ରୁ ମୋବାଇଲ୍‌ ବାହାର କରିବାକୁ ଲାଗିଲା। କିନ୍ତୁ ସେଥିରୁ ମୋବାଇଲ ବାହାରିଲା ନାହିଁ। ବରଂ ପାଖରେ ଥିବା ଏକ ଆଲମିରା ତାଙ୍କ ଉପରେ ପଡିଗଲା। ଏହାପରେ ସେଠାରୁ ଏକା ଏକା ଉଠି ପୁଣି ଯୁବକଜଣକ ଦୋକାନର ଆଉ ଏକ ସେକ୍ସନକୁ  ଗଲେ।

Advertisment

ସେଠାରେ ମୋବାଇଲ ଥିବା ଦେଖି ଯୁବକଜଣକ ହାତରେ ଯେତେ ମୋବାଇଲ ଆସିବ ସବୁ ଧରି ଚୋରି କରିନେଲେ। ପୁଲିସ ଏହି ଘଟଣାର ଖୋଳତାଡ ଆରମ୍ଭ କରିଥିଲେ ବି ଚୋରର ସନ୍ଧାନ ପାଇ ପାରି ନାହିଁ। ସେଥିପାଇଁ ଫେସ୍‌ବୁକ୍‌ରେ ଏହାକୁ ଶେଆର କରିଛି।