Advertisment

ଭୋଟ ପାଇଁ ଗୋଡ଼ ଧରିଲେ ନେତା

ଜୟପୁର: ବଡ ଅଜବ ଏ ରାଜନୀତି। ଏଠି ଭୋଟ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ନେତା। କିଏ ଭୋଟ ଖଣ୍ଡିଏ ପାଇଁ ଲମ୍ବା ଲମ୍ବା ପ୍ରତିଶ୍ରୁତି ଦିଏ ତ ଆଉ କିଏ ଅପଣାଏ କଳ ବଳ କୌଶଳ। ଭୋଟ ପାଇଁ କେଉଁଠି ନେତାଙ୍କ ଫମ୍ପା ଭାଷଣ ତ ଆଉ କେଉଁଠି ଆରମ୍ଭ ହୁଏ ମାଗଣା ବଣ୍ଟନ। ଭୋଟ ସରିଲେ ସବୁ ସରିଲା। କଲେଜରୁ ସଂସଦ ଯାଏଁ ଅଳ୍ପ ବହୁତ ସବୁଠି ଦେଖିବାକୁ ମିଳେ ଭୋଟ ପାଇଁ […]

ଭୋଟ ପାଇଁ ଗୋଡ଼ ଧରିଲେ ନେତା

student-leaders-touch-girls-feet

Advertisment

ଜୟପୁର: ବଡ ଅଜବ ଏ ରାଜନୀତି। ଏଠି ଭୋଟ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ନେତା। କିଏ ଭୋଟ ଖଣ୍ଡିଏ ପାଇଁ ଲମ୍ବା ଲମ୍ବା ପ୍ରତିଶ୍ରୁତି ଦିଏ ତ ଆଉ କିଏ ଅପଣାଏ କଳ ବଳ କୌଶଳ। ଭୋଟ ପାଇଁ କେଉଁଠି ନେତାଙ୍କ ଫମ୍ପା ଭାଷଣ ତ ଆଉ କେଉଁଠି ଆରମ୍ଭ ହୁଏ ମାଗଣା ବଣ୍ଟନ। ଭୋଟ ସରିଲେ ସବୁ ସରିଲା। କଲେଜରୁ ସଂସଦ ଯାଏଁ ଅଳ୍ପ ବହୁତ ସବୁଠି ଦେଖିବାକୁ ମିଳେ ଭୋଟ ପାଇଁ 'କୁଛ ବି କରେଗା'ର ଉଦାହରଣ। ରାଜସ୍ଥାନର ବାରାଁରେ ଛାତ୍ର ସଂସଦ ନିର୍ବାଚନରେ ସାମ୍ନାକୁ ଆସିଛି ଏଭଳି କିଛି ରାଜନୀତିର ରୋଚକ ଦୃଶ୍ୟ।

Advertisment

ଭୋଟ ପାଇଁ ନାଟ। ଗୋଡ ଧରିଲେ। ପାଦ ତଳେ ପଡିଗଲେ। ଏପରିକି ବିଚ୍‌ ରାସ୍ତାରେ ଶୋଇ ମୁଣ୍ଡିଆ ମାରିଲେ ଛାତ୍ର ନେତା। କେବଳ ସେତିକି ନୁହେଁ ଛାତ୍ରଛାତ୍ରୀ କାହାକୁ ବି ଛାଡିଲେନି। ସମସ୍ତଙ୍କୁ ରାସ୍ତାରେ ଅଟକାଇ କହିଲେ ପ୍ଲିଜ ମୋତେ ଭୋଟ ଦେବ। ରାଜସ୍ଥାର ବାରାଁର ଏକ କଲେଜ କ୍ୟାମ୍ପସରୁ ସାମ୍ନାକୁ ଆସିଥିବା ଏହି ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଅନ୍‌ସିନ୍‌ ଇଣ୍ଡିଆ ନାମକ ଏକ ଟ୍ୱିଟ୍‌ର ପେଜ୍‌ ଶେଆର କରିଛି।

ରାଜସ୍ଥାନରେ ଦୁଇ ବର୍ଷ ପରେ ଆରମ୍ଭ ହୋଇଛି ଛାତ୍ର ସଂସଦ ନିର୍ବାଚନ। ଶୁକ୍ରବାର ଏହି ନିର୍ବାଚନ ହୋଇଥିବା ବେଳେ  ଶନିବାର ଭୋଟ ଗଣତି ଚାଲିଛି। ତେବେ ଏହା ପୂର୍ବରୁ ସମସ୍ତ ନେତା ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜ ଦଳରେ ଭୋଟ ଦେବା ଲାଗି କାକୁତି ମୀନତି ହେଉଛନ୍ତି। ଆଉ ଆପଣାଇଛନ୍ତି ନୂଆ ନୂଆ ଫଣ୍ଡା।

Advertisment

https://twitter.com/USIndia_/status/1563050470947831808?s=20&t=CGxwO9k7UEdo-0wXjNyB4w

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe