Advertisment

‘ପିଛେ ଦେଖୋ ପିଛେ’ କହି ସୋଶାଲ୍‌ ମିଡିଆରେ ଛାଇଥିବା ଏହି ପିଲା ଏବେ ବିକ୍ରି କରୁଛି କ୍ଷୀର!

ମୁମ୍ବାଇ: ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି କ୍ୟୁଟ୍‌ ପିଲାକୁ ତ ଆପଣ ଜାଣିଥିବେ। ଏକ ଭିଡିଓରେ ‘ପିଛେ ଦେଖୋ ପିଛେ’ ବୋଲି କହି ସମସ୍ତଙ୍କ ମନ ଜିଣି ପାରିଥିବା ଏହି ପିଲାର ନାମ ହେଉଛି ଅହମଦ୍‌ ଶାହ। ପାକିସ୍ତାନରେ ରହୁଥିବା ଏହି ପିଲା ତାର ନିଜ ଶୈଳୀରେ ମିଠା ମିଠା କଥା କହୁଥିବାର ଭିଡିଓ ଅନେକ ଦିନରୁ ସୋଶାଲ୍‌ ମିଡିଆରେ ଛାଇ ଯାଇଛି। ଅନେକ ଲୋକ ଏହାକୁ ଦେଖି ଖୁବ୍ ପସନ୍ଦ କରିବା ସହ ଏହା […]

author-image
Rosalin Rath
ଅଦ୍ୟତନ ହୋଇଛି
‘ପିଛେ ଦେଖୋ ପିଛେ’ କହି ସୋଶାଲ୍‌ ମିଡିଆରେ ଛାଇଥିବା ଏହି ପିଲା ଏବେ ବିକ୍ରି କରୁଛି କ୍ଷୀର!

11

ମୁମ୍ବାଇ: ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି କ୍ୟୁଟ୍‌ ପିଲାକୁ ତ ଆପଣ ଜାଣିଥିବେ। ଏକ ଭିଡିଓରେ ‘ପିଛେ ଦେଖୋ ପିଛେ’ ବୋଲି କହି ସମସ୍ତଙ୍କ ମନ ଜିଣି ପାରିଥିବା ଏହି ପିଲାର ନାମ ହେଉଛି ଅହମଦ୍‌ ଶାହ। ପାକିସ୍ତାନରେ ରହୁଥିବା ଏହି ପିଲା ତାର ନିଜ ଶୈଳୀରେ ମିଠା ମିଠା କଥା କହୁଥିବାର ଭିଡିଓ ଅନେକ ଦିନରୁ ସୋଶାଲ୍‌ ମିଡିଆରେ ଛାଇ ଯାଇଛି। ଅନେକ ଲୋକ ଏହାକୁ ଦେଖି ଖୁବ୍ ପସନ୍ଦ କରିବା ସହ ଏହା ଭାଇରାଲ୍‌ ହେବାରେ ଲାଗିଛି।

Advertisment
View this post on Instagram

MashAllah cute Ahmad shah ki cute Smile ???

A post shared by Cute Ahmad shah official (@cuteahmadshah01) on May 3, 2019 at 5:13am PDT

କିନ୍ତୁ ଆପଣ ଜାଣିଛନ୍ତି କି, ଏହି କୁନି ପିଲାର ଭିଡିଓ ରାତାରାତି ଭାଇରାଲ୍‌ ହେଲା ପରେ ସେ ଗୋଟେ ସେଲିବ୍ରିଟି ହୋଇଯାଇଛି। ଆଉ ଏବେ ସେ କ’ଣ କରୁଛି ଆପଣ ଜାଣିଛନ୍ତି କି?

Advertisment

ଏହି ‘ପିଛେ ଦେଖୋ’ କହିବା ପିଲା ଏବେ କ୍ଷୀର ବିକ୍ରି କରୁଛି। ମାନେ ତାଙ୍କୁ ଏବେ ଏକ ଡ୍ରିଙ୍କସ୍‌ ପ୍ରଡକ୍ଟ ବିକ୍ରି କରିବା ଲାଗି ବିଜ୍ଞାପନ ମିଳିଛି।

ଇସ୍‌ଲାମାବାଦରେ  Purelait ନାମକ ଏକ କମ୍ପାନୀ ଅଛି। ଆଉ ସେହି କମ୍ପାନୀର କ୍ଷୀର ଲୋକାଲ ମାର୍କେଟରେ ବିକ୍ରି ହୋଇଥାଏ। ଏହି ପ୍ରଡକ୍ଟ ପାଇଁ ଅହମଦ୍‌ ବିଜ୍ଞାପନ କରୁଛନ୍ତି।

ଏହି ବିଜ୍ଞାପନରେ ମଧ୍ୟ ସେ କ୍ୟୁଟ୍‌ କଥା କହି ସମସ୍ତଙ୍କ ମନ ଜିଣିପାରିଛନ୍ତି। ଏବେ ତାଙ୍କର ଆଉ ଗୋଟେ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

ଦେଖନ୍ତୁ ସେହି ଭିଡିଓ...

View this post on Instagram

Ahmad shah Excited for Gomal Medical College hyy mazay ??

A post shared by Cute Ahmad shah official (@cuteahmadshah01) on Apr 20, 2019 at 3:05am PDT