Advertisment

ଅନଲାଇନ ଅର୍ଡର ହୋଇଥିବା ଖାଦ୍ୟ ପ୍ୟାକେଟରୁ ମିଳିଲା ୪୦ଟି ଅସରପା

ଚୀନ :  ଆଜିର ବ୍ୟସ୍ତବହୁଳ ଦୁନିଆରେ ଦିନକୁ ଦିନ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର ପ୍ରତି ଯୁବକଯୁବତୀଙ୍କ ଚାହିଦା ଓ ଆଗ୍ରହ ବଢିବାରେ ଲାଗିଛି। ଘରେ ବସି ଅର୍ଡର କଲେ କମ୍‌ ସମୟ ମଧ୍ୟରେ ଖାଦ୍ୟ ଆସି ଘରେ ପହଞ୍ଚିଯାଉଛି। ହେଲେ ଏ ଖାଦ୍ୟ କେତେ ସୁରକ୍ଷିତ ? ଗତ କିଛି ଦିନ ହେବ ଏମିତି ଅନେକ ଖବର ମିଳିଛି ଯେଇଁଥିରେ ଡେଲିଭରି ହୋଇଥିବା ଖାଦ୍ୟ ପ୍ୟାକେଟ୍‌ରୁ କେତେବେଳେ ପୋକ ତ ଆଉ କେତେବେଳେ ରକ୍ତ ଲଗା କଟନ୍‌ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଅନଲାଇନ ଅର୍ଡର ହୋଇଥିବା ଖାଦ୍ୟ ପ୍ୟାକେଟରୁ ମିଳିଲା ୪୦ଟି ଅସରପା

640_1e3085c16e232504daeac15

ଚୀନ :  ଆଜିର ବ୍ୟସ୍ତବହୁଳ ଦୁନିଆରେ ଦିନକୁ ଦିନ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର ପ୍ରତି ଯୁବକଯୁବତୀଙ୍କ ଚାହିଦା ଓ ଆଗ୍ରହ ବଢିବାରେ ଲାଗିଛି। ଘରେ ବସି ଅର୍ଡର କଲେ କମ୍‌ ସମୟ ମଧ୍ୟରେ ଖାଦ୍ୟ ଆସି ଘରେ ପହଞ୍ଚିଯାଉଛି। ହେଲେ ଏ ଖାଦ୍ୟ କେତେ ସୁରକ୍ଷିତ ? ଗତ କିଛି ଦିନ ହେବ ଏମିତି ଅନେକ ଖବର ମିଳିଛି ଯେଇଁଥିରେ ଡେଲିଭରି ହୋଇଥିବା ଖାଦ୍ୟ ପ୍ୟାକେଟ୍‌ରୁ କେତେବେଳେ ପୋକ ତ ଆଉ କେତେବେଳେ ରକ୍ତ ଲଗା କଟନ୍‌ ମିଳିଛି। ତଥାପି ସଚେତନ ହେଉନାହାନ୍ତି ସଂସ୍ଥାର କର୍ମଚାରୀ । ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଅନ୍‌ଲାଇନ୍‌ ଖାଦ୍ୟ ପ୍ୟାକେଟ୍‌ରୁ ବାହାରିଛି ୪୦ଟି ଅସରପା। ଘଟଣାଟି ଘଟିଛି ଚୀନରେ।

Advertisment

ଜଣେ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେ ଡିନର ପାଇଁ ଅନଲାଇନ୍ ଅର୍ଡର କରିଥିଲେ। ହେଲେ ତାଙ୍କୁ ଯେଉଁ ଖାଦ୍ୟ ମିଳିଥିଲା, ସେଥିରେ ୪୦ଟି ମଲା ଅସରପା ଥିଲେ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଅନଲାଇନରେ ଅର୍ଡର କରିବାର କିଛି ସମୟ ପରେ ତାଙ୍କୁ ଖାଦ୍ୟ ପ୍ୟାକେଟ୍ ଡେଲିଭରି କରାଯାଇଥିଲା। ପ୍ୟାକେଟ୍ ଖୋଲିବା ପରେ ସେଥିରୁ ମଲା ଅସରପା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହାପରେ ସେ ମୋବାଇଲରେ ଏହାର ଏକ ଭିଡିଓ କରି ସୋଶାଲ୍‌ ମିଡିଆରେ ଶେଆର କରିବା ପରେ ଭିଡ଼ିଓଟି ଭାଇରାଲ୍‌ ହେବାରେ ଲାଗିଛି। ଏଥିସହ ମହିଳାଜଣଙ୍କ ଖାଦ୍ୟ  ଅର୍ଡର କରିଥିବା ରେଷ୍ଟୁରାଣ୍ଟରେ ଅଭିଯୋଗ କରିବା ପରେ ଘଟଣା ସମ୍ପର୍କରେ ପୁଲିସକୁ ମଧ୍ୟ ଜଣାଇଥିଲେ। ପୁଲିସ ଘଟଣାର ଯାଞ୍ଚ ଆରମ୍ଭ କରିଦେଇଥିବା ବେଳେ ଉକ୍ତ ରେଷ୍ଟୁରାଣ୍ଟ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି।

Advertisment