ପାଣି ନେଲାଣି ୫୦ ଜୀବନ; ଭୟରେ ଗାଁ ଛାଡ଼ୁଛନ୍ତି ଲୋକ!

କିଡ୍‌ନୀ ରୋଗରେ ସ୍ୱାମୀଙ୍କୁ ହରାଇଥିବା ଗାଁର ଶାନ୍ତିଲତା ଦାସ କହିଛନ୍ତି, ନଳକୂପ ପାଣି ଆମ ପାଇଁ ବିପଦ ସାଜିଛି। ସେହି ପାଣି ପିଇ ମୋ ସ୍ୱାମୀଙ୍କ କିଡ୍‌ନୀ ଖରାପ ହୋଇଥିଲା। ତାଙ୍କର ମୃତ୍ୟୁ ଘଟିଛି। ମୁଁ ଚାହୁଁନି, ମୋର ଭବିଷ୍ୟତ ଯେମିତି ଅନ୍ଧକାର ହୋଇଛି, ଆଉ କାହାର ହେଉ।

Nayagarh PhotoOR

ଜେଜେବାପା ଓ ନାତି କିଡନୀ ରୋଗରେ ପୀଡ଼ିତ

Manoranjan Sial
  • Published: Sunday, 07 April 2024
  • Updated: 07 April 2024, 06:35 PM IST

Sports

Latest News

ପାଣି ନେଉଛି ଜୀବନ! ଗତ ବର୍ଷରେ ନଳକୂପ ପାଣି ନେଲାଣି ୫୦ରୁ ଅଧିକ ଜୀବନ! ନଳକୂପରୁ ବାହାରୁଥିବା ଫ୍ଲୋରାଇଡ୍‌ ପାଣି ପିଇ ଲୋକମାନେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଆଜି ମଧ୍ୟ ଅନେକ ଲୋକ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛି। ଯେଉଁଥିପାଇଁ ଅନେକ ପରିବାର ଭୟରେ ଗାଁ ଛାଡ଼ୁଛନ୍ତି ଅଭିଯୋଗ ହେଉଛି। ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲାରୁ।

ଖଣ୍ଡପଡ଼ା ବ୍ଲକ୍‌ ସିଧାମୂଳା ପଞ୍ଚାୟତରେ ରହିଛି ଘୋଡାମାରି ଦୁଆର ଗାଁ। ଏହି ଗାଁରେ ଦିନେ ୭୫ରୁ ଅଧିକ ପରିବାର ବସବାସ କରୁଛନ୍ତି। ମୂଲ ମଜୁରି ଓ କାମଦାମ କରି ପରିବାର ଭରଣ ପୋଷଣ କରନ୍ତି। ଅଭାବୀ ଜୀବନ ଭିତରେ ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ। ଶୋଷ ମେଣ୍ଟାଇବା ପାଇଁ ୩ଟି ସରକାରୀ ନଳକୂପ ରହିଛି। ସେଥିରୁ ଗୋଟିଏ ଖରାପ ହୋଇଯାଇଥିବା ବେଳେ ଆଉ ଦୁଇଟି କାମ କରୁଛି। ହେଲେ ସେଥିରୁ ଅଳ୍ପ ଅଳ୍ପ ପାଣି ବାହାରୁଛି। ଯେଉଁ ପାଣି ବାହାରୁଛି, ତାହା ପିଇବା ଯୁକ୍ତ ନୁହେଁ। ଆଇରନ୍‌ ଯୁକ୍ତ ଫ୍ଲୋରାଇଡ୍‌ ପାଣି। ସେହି ପାଣି ପିଇଲେ କିଡ୍‌ନୀ ରୋଗ ହେଉଥିବାରୁ ଧନୀ ଲୋକମାନେ ଟାଉନ୍‌ରୁ ପାଣି କିଣି ପିଉଛନ୍ତି। ହେଲେ ଅଭାବୀ ଓ ଗରିବ ଶ୍ରେଣୀର ଗାଁ ଲୋକମାନେ ତେଲ ଲୁଣ ସଂସାରକୁ ନେଇ ଘାଣ୍ଟି ହେଉଛନ୍ତି। ସେମାନେ ଟଙ୍କା କେଉଁଠୁ ପାଇବେ ପାଣି କିଣିବା ପାଇଁ। ତେଣୁ ବାଧ୍ୟହୋଇ ସେହି ପାଣିକୁ ପିଉଛନ୍ତି।

Also Read

ଫ୍ଲୋରାଇଡ୍‌ ପାଣି ପିଇ ଗାଁର ଶତାଧିକ ଲୋକ କିଡ୍‌ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଯବାନ ଟୋକା ପାଲଟି ଯାଉଛନ୍ତି ବୃଦ୍ଧ। ମେରୁଦଣ୍ଡ ବାଙ୍କି ଯାଉଛି। ଲୋକମାନେ ତଳି ତଳାନ୍ତ ହୋଇଯାଉଛନ୍ତି। କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ହୋଇ ଗାଁର ବସନ୍ତ କୁମାର ଦାସ, ବିଦ୍ୟାଧର ଦାସ, ଗୋବିନ୍ଦ ଚନ୍ଦ୍ର ଦସ, ପ୍ରମୋଦ ଦାସ, ବିଶିକା ନାୟକ, ସତ୍ୟାନନ୍ଦ ନାୟକ, ନବ କିଶୋର ନାୟକ, ଗୌରି ନାୟକ, ଭଗବାନ ପ୍ରଧାନ, ହାଲୁ ନାୟକ, ଶଶି ନାୟକ, ଗୌରାଙ୍ଗ ନାୟକ, ସାବିତ୍ର ପ୍ରଧାନ, ଅଗାଧୁ ପ୍ରଧାନ, ଖଲି ଦାସ, ରୁମା ଦାସ, ଲୋଚନ ଦାସ ପ୍ରମୁଖ ୫୦ରୁ ଅଧିକ କିଡନୀ ରୋଗରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି।

Nayagarhକିଡନୀ ରୋଗରେ ଆକ୍ରାନ୍ତ ଗାଁ ଲୋକ

ଫ୍ଲୋରାଇଡ୍‌ ପାଣି ପିଇ ଗାଁର ମହେଶ୍ୱର କିଡନୀ ରୋଗୀ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ୮ ବର୍ଷର ନାତି ଜ୍ଞାନ ରଞ୍ଜନ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଖେଳକୁଦ, ପାଠପଢ଼ା ବୟସରେ ଅଭିଶପ୍ତ ଜୀବନ ବିତାଉଛନ୍ତି ଜ୍ଞାନ ରଞ୍ଜନ। ଏହାଛଡ଼ା ଗାଁର ପ୍ରମୋଦ ପ୍ରଧାନ, କ୍ଷେତ୍ରବାସୀ ଦାସ, ଯୋଗୀନାଥ ଦାସ, ରଞ୍ଚୁବାଳା ଦାସ, କୁନି ନାୟକ, ବଳଭଦ୍ର ସୁବାଇଁ, ଫୁଲ ସ୍ୱାଇଁ, ଶରତ ଚନ୍ଦ୍ର ସ୍ୱାଇଁ, ଚିତ୍ତରଞ୍ଜନ ନାୟକ, ମଧୁସୂଦନ ସ୍ୱାଇଁ ପ୍ରମୁଖ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଯେଉଁଥିପାଇଁ ପ୍ରାୟ ବହୁ ପରିବାର ଗାଁ ଛାଡ଼ି ପଳାଇ ଗଲେଣି। ସେହି ଗାଁରେ କେହି ବନ୍ଧୁ ବାନ୍ଧୁ ନାହାନ୍ତି। ଝିଅ ଦେବାକୁ ଲୋକମାନେ ଡରୁଛନ୍ତି। ବନ୍ଧୁବାନ୍ଧବ ଆସୁଛନ୍ତି କିନ୍ତୁ ଡରରେ ପାଣି ପିଉନାହାନ୍ତି। ପାଣି ପିଇଲେ କୁଆଡ଼େ ମୃତ୍ୟୁ ମାଡ଼ି ବସିବ, ସେଥିପାଇଁ ଆସିବାକୁ ସାହସ କରୁନଥିବା ଅଭିଯୋଗ ହୋଇଛି।

କିଡ୍‌ନୀ ରୋଗରେ ସ୍ୱାମୀଙ୍କୁ ହରାଇଥିବା ଗାଁର ଶାନ୍ତିଲତା ଦାସ କହିଛନ୍ତି, ନଳକୂପ ପାଣି ଆମ ପାଇଁ ବିପଦ ସାଜିଛି। ସେହି ପାଣି ପିଇବା ପରେ ଲୋକମାନେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି। ମୋ ସ୍ୱାମୀଙ୍କର କିଡ୍‌ନୀ ଖରାପ ହୋଇଥିଲା। ୫ ବର୍ଷ ତଳେ ତାଙ୍କର ମୃତ୍ୟୁ ଘଟିଛି। ମୁଁ ଚାହୁଁନି, ମୋର ଭବିଷ୍ୟତ ଯେମିତି ଅନ୍ଧକାର ହୋଇଛି, ଆଉ ସମସ୍ତଙ୍କର ସେମିତି ହେଉ ବୋଲି ଶାନ୍ତିଲତା କହିଛନ୍ତି।

Nayagarhକିଏ କାହାକୁ ହରାଛନ୍ତି ....

ଗାଁର କୁନି ନାୟକ କହିଛନ୍ତି, ପାଣି ପିଇ ମୋ’ ସ୍ୱାମୀ ଓ ନାତିର କିଡ୍‌ନୀ ଖରାପ ହୋଇଛି। ମେଡ଼ିକାଲ୍‌ରେ ଚିକିତ୍ସା କରୁଛୁ। ପାଖରେ ପଇସା ନଥିବାରୁ ବିଲ ବାଡ଼ି ବିକି ସ୍ୱାମୀ ଓ ନାତିର ଚିକିତ୍ସା କରୁଛି। ଏବେ ଘରେ କିଛି ନାହିଁ। ପିଇବା ପାଇଁ ଭଲ ପାଣି ନାହିଁ। ବାଧ୍ୟ ହୋଇ ସେହି ପାଣି ପିଇ ରୋଗରେ ଆକ୍ରାନ୍ତ ହେଉଛୁ। ନୂଳକୂପ ବଦଳରେ ମହାନଦୀ ପାଣି ଯୋଗାଇ ଦିଆଗଲେ ଆମେ ବଞ୍ଚି ଯାଆନ୍ତୁ ବୋଲି କୁନି ନାୟକ କ୍ଷୋଭର ସହ କହିଛନ୍ତି।

ଗାଁର ସୁକାନ୍ତି ସ୍ୱାଇଁ କହିଛନ୍ତି, ନଳକୂପରୁ ବାହାରୁ ଥିବା ପାଣି ପିଇଦେଲେ କିଡ୍‌ନୀ ଖରାପ ହେଉଛି। ତେଣୁ ଆମେ ବଜାରରୁ ପାଣି କିଣି ପିଉଛୁ। ଆମ ଘରକୁ ବନ୍ଧୁ ବାନ୍ଧବ ଆସୁନାହାନ୍ତି। ଯଦି କୌଣସି କାର୍ଯ୍ୟରେ ଆସୁଛନ୍ତି, ତାହାହେଲେ ଖିଆପିଆ ବା ପାଣି ପିଉନାହାନ୍ତି। ଆମ ଗାଁରେ କେହି ବନ୍ଧୁ ବାନ୍ଧୁନାହାନ୍ତି। ଗାଁକୁ ଝିଅ ଦେବାକୁ ମନା କରୁଛନ୍ତି ସୁକାନ୍ତି କହିଛନ୍ତି।

ଗାଁର ସୁଦର୍ଶନ ଦାସ କହିଛନ୍ତି, ଫ୍ଲୋରାଇଡ୍‌ ପାଣି କିଡ଼ୀନ୍‌ ରୋଗରେ ଆକ୍ରାନ୍ତ ହୋଇ ଗାଁରେ ପ୍ରାୟ ୫୦ରୁ ୬୦ ଜଣ ଲୋକଙ୍କ ମୃତ୍ୟୁ ହୋଇଗଲାଣି। ଏବେ ବହୁ ଲୋକ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ଯୁବକମାନେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଲେଣି ବୋଲି ସୁଦର୍ଶନ କହିଛନ୍ତି।

ଗାଁ ଲୋକେ ଏନେଇ ବହୁବାର ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି। ସମସ୍ତେ ଗୁହାରୀ ଶୁଣୁଛନ୍ତି। ହେଲେ ପ୍ରତିକାର କରୁନାହାନ୍ତି। ଦୂରରୁ ଛିଡ଼ା ହୋଇ ମୃତ୍ୟୁର ତାଣ୍ଡବ ଦେଖୁଛନ୍ତି। କେବେ ହେଲେ କାହା ଲୁହ ପୋଛିବାକୁ ଆସୁନାହାନ୍ତି। ଯାହା ଫଳରେ ଗାଁ ଲୋକମାନେ ମୃତ୍ୟୁ ସାମ୍ନାରେ ଲଢ଼ି ଲଢ଼ି ଜୀବନ ଦେଉଛନ୍ତି।

ପାନୀୟ ଜଳର ସମସ୍ୟାକୁ ନେଇ ଖଣ୍ଡପଡ଼ା ବିଡ଼ିଓଙ୍କ ସହ ଯୋଗାଯୋଗ କରାଯାଇଥିଲା। ହେଲେ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ।

ରିପୋର୍ଟ- ଖଣ୍ଡପଡ଼ାରୁ ରାକେଶ କୁମାର ପାଢ଼ୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story