ସାଢ଼େ ୧୨ ଲକ୍ଷ ଟଙ୍କା ନେଇଗଲେ ଦମ୍ପତି, ହେଲେ ଦେଲେନି କିଡ୍‌ନୀ

କିଡ୍‌ନୀ ଡୋନର ଖୋଜୁଥିବା ବେଳେ କଟକ ବଡ଼ ମେଡ଼ିକାଲ୍‌ରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଅଞ୍ଚଳର ମାର୍କଣ୍ଡ ନାଥ ଓ ତାଙ୍କ ପତ୍ନୀ ଶାନ୍ତିଲତା ନାଥଙ୍କ ହାବୁଡରେ ପଡ଼ିଥିଲେ କୁଟୁଲ ଏବଂ ଦୁଲାରୀ ହେମ୍ୱ୍ରମ। ଶାନ୍ତିଲତା କିଡ୍‌ନୀ ଦେବେ ବୋଲି କହିଥିଲେ।

Cuttack PhotoOR

ଠକାମୀରେ ଶିକାର ହୋଇଥିବା ମହିଳା

Manoranjan Sial
  • Published: Thursday, 21 December 2023
  • Updated: 21 December 2023, 05:38 PM IST

Sports

Latest News

ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ଜମିବାଡ଼ି ବିକି ସାଢ଼େ ୧୨ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ। ହେଲେ ଠକିଦେଲେ କିଡ୍‌ନୀ ଡୋନର ଦମ୍ପତି। ଟଙ୍କା ନେଇ ଧରାଛୁଆଁ ଦେଉନଥିଲେ। ଆଜି କାଲି କହି ସମୟ ଗଡ଼ାଉଥିଲେ। ବୁଧବାର ହାବୁଡ଼ରେ ପଡ଼ିବାରୁ ଦମ୍ପତିଙ୍କୁ ଧରି କମିଶନରେଟ ପୁଲିସ୍‌ ଜିମା ଦେଲେ କୁଟୁଲ ମାଝୀ ଓ ତାଙ୍କ ପତ୍ନୀ। ପୁଲିସ ଘଟଣାର ତଦନ୍ତ ଚଳାଇଛି।

କେନ୍ଦୁଝର ଜିଲ୍ଲାର କୁଟୁଲ ମାଝୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା। ବହୁ ଡାକ୍ତରଖାନା ବୁଲିବା ପରେ କଟକ ବଡ଼ମେଡ଼ିକାଲ୍‌ ଆସିଥିଲେ। ୨୦୨୨ ମସିହା ଡିସେମ୍ୱରରେ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଡାକ୍ତର ଚେକ୍‌ଅପ୍‌ ପରେ କୁଟୁଲଙ୍କ ଦୁଇଟି ଯାକ କିଡ୍‌ନୀ ଖରାପ ବୋଲି କହିଥିଲେ। ତେଣୁ କିଡ୍‌ନୀ ପ୍ରତିରୋପଣ କରିବାକୁ ପଡ଼ିବ। ଏହା ବ୍ୟୟ ସାପେକ୍ଷ ଜାଣି ମଧ୍ୟ ପତ୍ନୀ ଦୁଲାରୀ ହେମ୍ୱ୍ରମ୍‌ ଓ ପରିବାର ଲୋକ ଅର୍ଥ ଯୋଗାଡ଼ରେ ଲାଗି ପଡ଼ିଥିଲେ। ଏଥିସହ କିଡ୍‌ନୀ ଡୋନର ଖୋଜୁଥିଲେ।

Also Read

କିଡ୍‌ନୀ ଡୋନର ଖୋଜୁଥିବା ବେଳେ କଟକ ବଡ଼ ମେଡ଼ିକାଲ୍‌ରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଅଞ୍ଚଳର ମାର୍କଣ୍ଡ ନାଥ ଓ ତାଙ୍କ ପତ୍ନୀ ଶାନ୍ତିଲତା ନାଥଙ୍କ ହାବୁଡରେ ପଡ଼ିଥିଲେ କୁଟୁଲ ଏବଂ ଦୁଲାରୀ ହେମ୍ୱ୍ରମ। ଶାନ୍ତିଲତା କିଡ୍‌ନୀ ଦେବେ ବୋଲି କହିଥିଲେ। ଏଥିପାଇଁ ୧୦ ଲକ୍ଷ ଟଙ୍କା ନେବେ ବୋଲି ମାର୍କଣ୍ଡ ଓ ଶାନ୍ତିଲତା କହିଥିଲେ। କିଛି ଉପାୟ ନଥିବାରୁ ସେମାନଙ୍କ କଥାରେ ରାଜି ହୋଇଥିଲେ ଦୁରାରୀ। ସ୍ୱାମୀଙ୍କ ପାଇଁ ଘରେ ଥିବା ଜମିବାଡ଼ି ବିକି ଓ ଧାର ଉଧାର କରି ୧୦ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ। ଏପରିକି ଆଡ୍‌ଭାନ୍ସ ଭାବେ ୪ ଲକ୍ଷ ଟଙ୍କା ଶାନ୍ତିଲତା ଓ ତାଙ୍କ ସ୍ୱାମୀଙ୍କୁ ଦେଇଥିଲେ।

ମାର୍କଣ୍ଡ ଓ ଶାନ୍ତିଲତା ୪ ଲକ୍ଷ ଟଙ୍କା ପାଇବା ପରେ ନିଜର ପ୍ରକୃତ ରୂପ ଦେଖାଇଥିଲେ। ୧୦ ଲକ୍ଷ ନୁହେଁ, ସାଢ଼େ ୧୨ ଲକ୍ଷ ଟଙ୍କା ଦାବି କହିଥିଲେ। ଯେତେ ନେହୁରା ହୋଇଥିଲେ ମଧ୍ୟ ସେମାନେ ଶୁଣିନଥିଲେ। ଶେଷରେ ସେମାନଙ୍କ କଥାରେ ରାଜି ହୋଇ ପର୍ଯ୍ୟାୟ କ୍ରମେ ସବୁ ଟଙ୍କା ଦେଇଥିଲେ। ଏଥିପାଇଁ ଏଗ୍ରୀମେଣ୍ଟ ମଧ୍ୟ କରିଥିଲେ। ହେଲେ ସବୁ ଟଙ୍କା ପାଇବା ପରେ ମାର୍କଣ୍ଡ ଓ ଶାନ୍ତିଲତା ଦେଖା ଦେଉନଥିଲେ। ଏପରିକି ନେଇଥିବା ଟଙ୍କା ଫେରାଉନଥିଲେ।

ବୁଧବାର ମାର୍କଣ୍ଡ ଓ ପତ୍ନୀ ଶାନ୍ତିଲତା ମେଡ଼ିକାଲ୍‌ ଆସିଥିଲେ। ସେହି ସମୟରେ ସେମାନଙ୍କୁ ପାଇଥିଲେ ଦୁଲାରୀ ଓ ତାଙ୍କ ପରିବାର ଲୋକେ। ସେମାନେ ଦମ୍ପତିଙ୍କୁ ଧରି ମଙ୍ଗଳାବାଗ ଥାନାର ଜିମା ଦେଇଥିଲେ। କମିଶନରେଟ୍‌ ପୁଲିସ୍‌ ଉଭୟଙ୍କୁ ରଖି ଘନଘନ ଜେରା କରୁଛି। ସେପଟେ ଟଙ୍କା ନେଇଥିବା ସ୍ୱୀକାର କରିଛନ୍ତି ଅଭିଯୁକ୍ତ ମାର୍କଣ୍ଡ ଓ ତାଙ୍କ ପତ୍ନୀ।

ଏସ୍‌ସିବି ମେଡ଼ିକାଲ୍ ପକ୍ଷରୁ କୁହାଯାଇଛି, କୁଟୁଲ ମାଝୀ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିଲେ। ତାଙ୍କର କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକତା ପଡ଼ିଥିଲା। ସେଥିପାଇଁ ହସ୍ପିଟାଲ୍‌ ସ୍ତରୀୟ ପ୍ରାଧିକରଣ କମିଟିରେ ସେ ଆବେଦନ କରିଥିଲେ। ସେଥିରେ ସେ ତାଙ୍କ ଭାଇ ଗୋପୀନାଥ ମାଝୀ କିଡ୍‌ନୀ ଦେବେ ବୋଲି ଦର୍ଶାଇଥିଲେ। ସ୍ୱାସ୍ଥ୍ୟ ଯାଞ୍ଚ ବେଳେ ଗୋପୀନାଥ ମାଝୀ କିଡ୍‌ନୀ ଦେଇପାରିବେ ନାହିଁ ବୋଲି ଜଣାପଡ଼ିଥିଲା। ଏହାପରେ ଆଉ ଜଣେ ବାହାର ଡୋନର କିଡ୍‌ନୀ ଦେବେ ବୋଲି କୁଟୁଲ ମାଝୀ ଆବେଦ କରିଥିଲେ। ତାଙ୍କର ଆବେଦନକୁ ଗ୍ରହଣ କରି ରାଜ୍ୟ ସ୍ତରୀୟ ପ୍ରାଧିକରଣ କମିଟିକୁ ପଠାଇଥିଲୁ। ସେଠାରେ ଶାନ୍ତିଲତା ନାଥଙ୍କ ହେଲ୍‌ଥ ଚେକ୍‌ଅପ୍‌ ପରେ ରାଜ୍ୟ ସ୍ତରୀୟ ପ୍ରାଧିକରଣ କମିଟି ଆମକୁ ଏନ୍‌ଓସି ଦେଇଥିଲେ। ଅର୍ଥାତ କୁଟୁଲ ମାଝୀଙ୍କୁ କିଡନୀ ଡୋନେଟ୍‌ କରିବା ପାଇଁ ଶାନ୍ତିଲତାଙ୍କୁ ଅନୁମତି ଦେଇଥିଲେ ରାଜ୍ୟ ସ୍ତରୀୟ ପ୍ରାଧିକରଣ କମିଟି। ସେପ୍ଟେମ୍ୱରରେ ଆମେ ଚିଠି ପାଇଥିଲୁ ବୋଲି ମେଡ଼ିକାଲ୍‌ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story