Advertisment

ପାକିସ୍ତାନ ଇତିହାସରେ ପ୍ରଥମ, ଜାଭେଲିନରେ ନଦୀମ ଜିତିଲେ ସ୍ୱର୍ଣ୍ଣ

ଇସଲମାବାଦ: ପାକିସ୍ତାନ ଇତିହାସର ପ୍ରଥମ ଆଥଲେଟ ଭାବେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଜାଭେଲିନ ଥ୍ରୋ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଅର୍ଶାଦ ନଦୀମ। ୨୫ ବର୍ଷୀୟ ନଦୀମ ୫ମ ପ୍ରୟାସରେ ୯୦.୧୮ ମିଟର ଦୂରକୁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ଏହା ମଧ୍ୟ ତାଙ୍କର ଶ୍ରେଷ୍ଠ ଥ୍ରୋ। ଏହାପୂର୍ବରୁ ସେ କେବେ ଏତେ ଦୂରକୁ ଜାଭେଲିନ ଫିଙ୍ଗି ନଥିଲେ। ନଦୀମ ଗ୍ରେନାଡାର ଆଣ୍ଡରସନ ପିଟିର୍ସ ଓ କେନିୟାର ଜୁଲିୟସ ୟେଗୋଙ୍କୁ ପଛରେ ପକାଇ ଦେଇଛନ୍ତି। ପିଟର୍ସ […]

ପାକିସ୍ତାନ ଇତିହାସରେ ପ୍ରଥମ, ଜାଭେଲିନରେ ନଦୀମ ଜିତିଲେ ସ୍ୱର୍ଣ୍ଣ

Pakistan

Advertisment

ଇସଲମାବାଦ: ପାକିସ୍ତାନ ଇତିହାସର ପ୍ରଥମ ଆଥଲେଟ ଭାବେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଜାଭେଲିନ ଥ୍ରୋ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଅର୍ଶାଦ ନଦୀମ। ୨୫ ବର୍ଷୀୟ ନଦୀମ ୫ମ ପ୍ରୟାସରେ ୯୦.୧୮ ମିଟର ଦୂରକୁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ଏହା ମଧ୍ୟ ତାଙ୍କର ଶ୍ରେଷ୍ଠ ଥ୍ରୋ। ଏହାପୂର୍ବରୁ ସେ କେବେ ଏତେ ଦୂରକୁ ଜାଭେଲିନ ଫିଙ୍ଗି ନଥିଲେ।

Advertisment

ନଦୀମ ଗ୍ରେନାଡାର ଆଣ୍ଡରସନ ପିଟିର୍ସ ଓ କେନିୟାର ଜୁଲିୟସ ୟେଗୋଙ୍କୁ ପଛରେ ପକାଇ ଦେଇଛନ୍ତି। ପିଟର୍ସ ୮୮.୬୪ ମିଟର ଓ ଜୁଲିୟସ ୮୫.୭୦ ମିଟର ଦୂରକୁ ଜାଭେଲିନ ଫିଙ୍ଗିଛନ୍ତି। ନଦୀମ ଜାଭେଲିନ ଇତିହାସରେ ପ୍ରଥମଥର ପାଇଁ ପାକିସ୍ତନ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି। ସେହିପରି ସେ ପ୍ରଥମ ସାଉଥ ଏସିଆନ ଆଥଲେଟ ଯିଏ ୯୦ ମିଟର ସୀମା ପାର କରିଛନ୍ତି। ଏହି ବିଜୟ ପୂରା ପାକିସ୍ତାନକୁ ଗର୍ବିତ କରିଛି।

ନଦୀମଙ୍କ ବାପା ମଧ୍ୟ ନିଜ ପୁଅର ସଫଳତାରେ ବେଶ ଖୁସି ହୋଇଛନ୍ତି। ପଥର ଖଣି ଓ ମିସ୍ତ୍ରୀ ଭାବେ କାମ କରୁଥିବା ନଦୀପଙ୍କ ବାପା ମହମ୍ମଦ ଅଶରଫ କହିଛନ୍ତି, “ସେହି ସମୟରେ ମୁଁ ଦୈନିକ ୪୦୦ରୁ ୫୦୦ ଟଙ୍କା ଠିକା ଶ୍ରମିକ ଭାବେ ପାଉଥିଲି। ଏହି ଟଙ୍କାରେ ସବୁ ପିଲାଙ୍କ ଆବଶ୍ୟକତା ପୂରଣ କରିବା କାଠିକର ପାଠ ଥିଲା।

Advertisment

କିନ୍ତୁ ନଦୀମ କେମିତି କ୍ଷୀର ଓ ଘିଅ ଖାଇବ, ତା’କୁ ମୁଁ ସବୁବେଳେ ନିଶ୍ଚିତ କରୁଥିଲି। ମୋ ଭଳି କାମ ସେ କରୁ ବୋଲି ମୁଁ ଚାହୁଁଥିଲି। ମୁଁ ସବୁବେଳେ ସେ ଭଲ ଜୀବନ ବଞ୍ଚୁ ବୋଲି ଚାହୁଁଥିଲି। ସେ ନିଜର ପ୍ରଦର୍ଶନ ବଳରେ ମୋର ସବୁ ଇଚ୍ଛାକୁ ନିଶ୍ଚିତ କରିଛି।”

ପାକିସ୍ତାନର ୫ଥରର ଜାତୀୟ ଚାମ୍ପିୟନଶିପ ସୟିଦ ହୁସେନ ବୁଖାରୀ କହିଛନ୍ତି, “ମୁଁ ଯେତେବେଳେ ନଦୀମଙ୍କୁ ଦେଖିଲି, ତାଙ୍କ ବାହୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲି। ତାଙ୍କ ଭିତରେ ଗୋଟିଏ ସ୍ପାର୍କ ଦେଖିଥିଲି। ତେବେ ସେ କେବଳ ୫୫ ମିଟର ଦୂରକୁ ଜାଭେଲିନ ଫିଙ୍ଗି ପାରୁଥିଲେ। ହଷ୍ଟେଲରେ ଭଲ ଡାଏଟ ଓ ଟ୍ରେନିଂ ପରେ ତାଙ୍କର ଦକ୍ଷତା ସାମ୍ନାକୁ ଆସିଥିଲା।

ମାତ୍ର ୨ ମାସ ମଧ୍ୟରେ ସେ ୬୦ ମିଟର ଦୂରକୁ ଜାଭେଲିନ ଫିଙ୍ଗିଥିଲେ। ୧୮ ବର୍ଷ ବୟସ ବେଳକୁ ସେ ୭୦ ମିଟରରୁ ଅଧିକ ଦୂରକୁ ଜାଭେଲିନ ଫିଙ୍ଗିଥିଲେ। ୨୦୧୫ ପାକିସ୍ତାନ ଜାତୀୟ ଚାମ୍ପିୟନଶିପରେ ସେ ୭୦.୪୬ ମିଟର ଦୂରକୁ ଜାଭେଲିନ ଫିଙ୍ଗି ରେକର୍ଡ କରିଥିଲେ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe