Sable
ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସ ରଚିଛନ୍ତି ଭାରତର ଅବିନାଶ ମୁକୁନ୍ଦ ସାବଲେ। ସେ ୩୦୦୦ ମିଟର ଷ୍ଟପଲଚେଜ୍ରେ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ଅବିନାଶ ପ୍ରଥମ ଭାରତୀୟ ଭାବେ ଷ୍ଟିପଲଚେଜ୍ ଇଭେଣ୍ଟରେ ଏପରି ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ସେ ମାତ୍ର ୫ ସେକେଣ୍ଡ ପାଇଁ ସ୍ୱର୍ଣ୍ଣ ପଦକ ହରାଇଥିଲେ ମଧ୍ୟ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।
ସେ ନ୍ୟାଶନାଲ ରେକର୍ଡ ସହ ୮.୧୧.୨୦ ଟାଇମିଂ ସହ ୩୦୦୦ ମିଟର ଦୂରତାକୁ ଅତିକ୍ରମ କରିଛନ୍ତି। କେନିୟାର ଆବ୍ରାହମ କିବିୱଟ ୮.୧୧.୧୫ ଟାଇମିଂ ସହ ସ୍ୱର୍ଣ୍ଣ ଜିତିଥିବା ବେଳେ ସେହି କେନିୟାର ଅମୋସ ସେରୁମ ୮.୧୬.୮୩ ସେକେଣ୍ଡ ଟାଇମିଂ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି।
ବିଶ୍ୱ ଚାମ୍ପିୟନଶିପରେ ଅବିନାଶ ୧୧ତମ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଥିଲେ। ହେଲେ ଆଜି ସେ ନିଜର ଦମ ଦେଖାଇ ରୌପ୍ୟ ପଦକ ହାସଲ କରିଛନ୍ତି। ଅବିନାଶ ପଦକ ଜିତିବା ପରେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦୌଡ଼କୁଦ ଇଭେଣ୍ଟରେ ଭାରତର ପଦକ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ତାଙ୍କ ପୂର୍ବରୁ ମହିଳା ୧୦୦୦ ମିଟର ରେସ ୱାକରେ ପ୍ରିୟଙ୍କା ଗୋସ୍ୱାମୀ ରୌପ୍ୟ, ଉଚ୍ଚ ଡିଆଁରେ ତେଜସ୍ୱିନ ଶଙ୍କର ବ୍ରୋଞ୍ଜ ଓ ଲମ୍ବ ଡିଆଁରେ ମୁରଲୀ ଶ୍ରୀଶଙ୍କର ରୌପ୍ୟ ପଦକ ଜିତିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/08/Sable.jpg)