Advertisment

ସ୍ୱର୍ଣ୍ଣ ପାଇଁ ଖେଳିବେ ରେସଲର ରବି କୁମାର ଓ ନବୀନ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର କୁସ୍ତି ଇଭେଣ୍ଟରେ ଭାରତର ଦବଦବା ଜାରି ରହିଛି। ରେସଲିଂର ପ୍ରଥମ ଦିନରେ ଭାରତୀୟ ଯୋଦ୍ଧାମାନେ ୩ ସ୍ୱର୍ଣ୍ଣ ସହ ୬ ପଦକ ହାତେଇଥିବା ବେଳେ ଆଜି ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଆଜି ଭାରତର ଆଉ ଦୁଇ ଷ୍ଟାର ରେସଲର ରବି କୁମାର ଦାହିୟା ଓ ନବୀନ କୁମାର ନିଜ ନିଜ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି। ଏହାର ଅର୍ଥ କୁସ୍ତିରେ ଭାରତର ଆଉ ଦୁଇଟି ପଦକ ନିଶ୍ଚିତ ହୋଇଛି। ରବି […]

ସ୍ୱର୍ଣ୍ଣ ପାଇଁ ଖେଳିବେ ରେସଲର ରବି କୁମାର ଓ ନବୀନ

Naveen

Advertisment

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର କୁସ୍ତି ଇଭେଣ୍ଟରେ ଭାରତର ଦବଦବା ଜାରି ରହିଛି। ରେସଲିଂର ପ୍ରଥମ ଦିନରେ ଭାରତୀୟ ଯୋଦ୍ଧାମାନେ ୩ ସ୍ୱର୍ଣ୍ଣ ସହ ୬ ପଦକ ହାତେଇଥିବା ବେଳେ ଆଜି ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଆଜି ଭାରତର ଆଉ ଦୁଇ ଷ୍ଟାର ରେସଲର ରବି କୁମାର ଦାହିୟା ଓ ନବୀନ କୁମାର ନିଜ ନିଜ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି। ଏହାର ଅର୍ଥ କୁସ୍ତିରେ ଭାରତର ଆଉ ଦୁଇଟି ପଦକ ନିଶ୍ଚିତ ହୋଇଛି।

Advertisment

ରବି କୁମାର ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ ରେସଲିଂର ସେମି ଫାଇନାଲରେ ପାକିସ୍ତାନର ଅଲୀ ଆସଦଙ୍କୁ ଭେଟିଥିଲେ। ସେ ମ୍ୟାଚ୍‌ର ଆରମ୍ଭରୁ ଆଟାକ କରି ରବି କୁମାର ଦାହିୟାଙ୍କ ଡିଫେନ୍ସକୁ ଭେଦିବାରେ ସକ୍ଷମ ହୋଇଥିଲେ। ହେଲେ ରବି କୁମାର ହାରିବା ମୁଡ଼ରେ ନଥିଲେ। ସେ କାଉଣ୍ଟର ଆଟାକ କରି ଆସଦଙ୍କୁ ତାଙ୍କରି ଜାଲରେ ଫସାଇ ଦେଇଥିଲେ। ଫଳରେ ରବିଙ୍କୁ ଦୁଇ ପଏଣ୍ଟ ମିଳିଥିଲା। ଏହାର କିଛି ସମୟରେ ସେ ସ୍ଥିତିକୁ ୬-୦ କରି ଦେଇଥିଲେ। ହେଲେ ଅଲୀ ଦ୍ୱିତୀୟ ଭାଗରେ ୨ ପଏଣ୍ଟ ହାସଲ କରିଥିଲେ। ରବି ପୁଣି ଆଟାକ କରିବା ସହ ମ୍ୟାଚ୍‌କୁ ୧୪-୪ରେ ଜିତି ଫାଇନାଲ ଟିକେଟ ହାସଲ କରିଥିଲେ।

୭୪ କେଜି ବର୍ଗରେ ନବୀନଙ୍କ ଜଲୱା ଦେଖିବାକୁ ମିଳିଥିଲା। ଇଂଲଣ୍ଡର ଚାର୍ଲି ବୋଲିଂଙ୍କୁ ସେ ସଂପୂର୍ଣ୍ଣ ଭାବେ ଚିତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଏହି ମ୍ୟାଚ୍‌କୁ ୧୨-୧ରେ ଜିତି ନେଇଛନ୍ତି। ମ୍ୟାଚ୍‌ ଶେଷ କରି ଫାଇନାଲକୁ ଯିବା ପାଇଁ ନବୀନଙ୍କୁ ୩ ମିନିଟ ୧୨ ସେକେଣ୍ଡ ସମୟ ଲାଗିଥିଲା।

Advertisment

ତେବ ୭୬ କେଜି ମହିଳା କୁସ୍ତିର ସେମିରେ ଭାରତର ପୂଜା ସିହାଗ କାନାଡାର ଜଷ୍ଟିନା ଡିଙ୍କ ଠାରୁ ହାରି ଯାଇଛନ୍ତି। ସେ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ। ସେହିପରି ୯୭ କେଜି ପୁରୁଷ ବର୍ଗ ରେସଲିଂରେ ଭାରତର ଦୀପକ ନେହରା କାନାଡାର ନିଶାନ ରାନ୍ଧୱାଙ୍କ ଠାରୁ ପରାସ୍ତ ହୋଇଛନ୍ତି। ସେ ମଧ୍ୟ ବ୍ରୋଞ୍ଜ ପାଇଁ ଖେଳିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe