Advertisment

କୁସ୍ତିରେ ଭାରତ ପାଇଁ ୪ର୍ଥ ସ୍ୱର୍ଣ୍ଣ ଜିତିଲେ ରବି କୁମାର

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରେସଲିଂରୁ ଭାରତର ପଦକ ବର୍ଷା ଜାରି ରହିଛି। ପ୍ରଥମ ଦିନରେ ୩ଟି ସ୍ୱର୍ଣ୍ଣ ଜିତିଥିବା ଭାରତ ଆଜି ଆଉ ଗୋଟିଏ ସ୍ୱର୍ଣ୍ଣ ପଦକ ହାସଲ କରିଛି। ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତର ଷ୍ଟାର ରେସଲର ରବି କୁମାର ଦାହିୟା ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅଲିମ୍ପିକ୍ସ ପଦକ ବିଜେତା ରବି କୁମାର ଆଜି ଆରମ୍ଭରୁ ହିଁ ନିଜର ଦବଦବା ଦେଖାଇଛନ୍ତି। ଏଥିସହ ଭାରତ ପାଇଁ କୁସ୍ତିରେ ୪ର୍ଥ ସ୍ୱର୍ଣ୍ଣ […]

କୁସ୍ତିରେ ଭାରତ ପାଇଁ ୪ର୍ଥ ସ୍ୱର୍ଣ୍ଣ ଜିତିଲେ ରବି କୁମାର

Ravi-kumar

Advertisment

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରେସଲିଂରୁ ଭାରତର ପଦକ ବର୍ଷା ଜାରି ରହିଛି। ପ୍ରଥମ ଦିନରେ ୩ଟି ସ୍ୱର୍ଣ୍ଣ ଜିତିଥିବା ଭାରତ ଆଜି ଆଉ ଗୋଟିଏ ସ୍ୱର୍ଣ୍ଣ ପଦକ ହାସଲ କରିଛି। ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତର ଷ୍ଟାର ରେସଲର ରବି କୁମାର ଦାହିୟା ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅଲିମ୍ପିକ୍ସ ପଦକ ବିଜେତା ରବି କୁମାର ଆଜି ଆରମ୍ଭରୁ ହିଁ ନିଜର ଦବଦବା ଦେଖାଇଛନ୍ତି।

Advertisment

ଏଥିସହ ଭାରତ ପାଇଁ କୁସ୍ତିରେ ୪ର୍ଥ ସ୍ୱର୍ଣ୍ଣ ହାସଲ କରିଛନ୍ତି। ଏହାକୁ ମିଶାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି।

ଆଜିର ଫାଇନାଲ ମ୍ୟାଚ୍‌ରେ ରବି କୁମାରଙ୍କ ମୁକାବିଲା ନାଇଜେରିଆର ୱେଲସନଙ୍କ ସହ ହୋଇଥିଲା। ତେବେ ତାଙ୍କୁ ରବି କୁମାର ବେଶ ସହଜରେ ୧୦-୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ରବି ଗୋଟିଏ ମୁଭରେ ହିଁ ୮ ପଏଣ୍ଟ ହାସଲ କରିଥିଲେ। ଏହାପରେ ଏଥିରେ ଆଉ ୨ ପଏଣ୍ଟ ଯୋଡ଼ି ମ୍ୟାଚ୍ ଅଧାରୁ ହିଁ ବିଜୟୀ ହୋଇଥିଲେ।

Advertisment

୨୦୨୨ ଟୋକିଓ ଅଲିମ୍ପିକ୍ସରେ ରବି କୁମାର ଦାହିୟା ରୌପ୍ୟ ପଦକ ଜିତିଥିଲେ। ସେହିପରି ସେ ସେ ୩ଥର ଏସିଆନ ଚାମ୍ପିୟନ୍ସିରେ ଗୋଲ୍ଡ ମେଡାଲ ପାଇଛନ୍ତି।

ରବି କୁମାରଙ୍କ ପୂର୍ବରୁ ପୂଜା ଗେହଲଟ ମହିଳା ୫୦ କେଜି ବର୍ଗରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe