Advertisment

ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହେଲେ ବକ୍ସର ଅମିତ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ସଦ୍ୟ ସମାପ୍ତ ୧୮ତମ ଏସିଆନ୍‌ ଗେମ୍ସରେ ଇତିହାସରଚି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଯୁବ ବକ୍ସର ଅମିତ ପଙ୍ଘଲ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେ ଏସିଆନ୍‌ ଗେମ୍ସ୍‌ର ଫାଇନାଲ୍‌ରେ ଅଲମ୍ପିକ୍ସ ବିଜେତା ତଥା ଉଜ୍‌ବେକିସ୍ତାନର ବକ୍ସର ହାସନ୍‌ବୟ ଦୁସମାଟୋଭଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଆଜି ବକ୍ସିଂ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ତାଙ୍କ ନାଁକୁ ସୁପାରିସ୍‌ କରାଯାଇଛି। ଅମିତ କହିଛନ୍ତି, “ […]

ଅଦ୍ୟତନ ହୋଇଛି
ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହେଲେ ବକ୍ସର ଅମିତ

amitq

Advertisment
ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ସଦ୍ୟ ସମାପ୍ତ ୧୮ତମ ଏସିଆନ୍‌ ଗେମ୍ସରେ ଇତିହାସରଚି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଯୁବ ବକ୍ସର ଅମିତ ପଙ୍ଘଲ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।
Advertisment
ସେ ଏସିଆନ୍‌ ଗେମ୍ସ୍‌ର ଫାଇନାଲ୍‌ରେ ଅଲମ୍ପିକ୍ସ ବିଜେତା ତଥା ଉଜ୍‌ବେକିସ୍ତାନର ବକ୍ସର ହାସନ୍‌ବୟ ଦୁସମାଟୋଭଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଆଜି ବକ୍ସିଂ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ତାଙ୍କ ନାଁକୁ ସୁପାରିସ୍‌ କରାଯାଇଛି।
publive-image
ଅମିତ କହିଛନ୍ତି, “ ମୋତେ ଅର୍ଜୁନ୍‌ ପୁରସ୍କାର ପାଇଁ ମନୋନୀତ କରାଯିବା ଏକ ଗର୍ବର ବିଷୟ। ମୁଁ ଏବେ କେତେ ଖୁସି, ସେ କଥା କେବଳ ମୁଁ ହିଁ ଜାଣିଛି। ମୋ ପଦକ
Advertisment
ସବୁବେଳେ ମୋ କଥା କୁହେ ଏବଂ ଏଭଳି ମେଡାଲ୍‌ କଥା କହୁ ବୋଲି ମୁଁ ସବୁବେଳେ ଚାହେଁ।” ଏହା ପୂର୍ବରୁ  ଅମିତ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe