Advertisment

ପ୍ରଥମ ଅଲ୍ ଓଡ଼ିଶା ଅଣ୍ଡର୍-୧୪ କ୍ରିକେଟ୍: ଶେଖର ସ୍ପୋର୍ଟିଂକୁ ହରାଇଲା ସହୀଦ ସ୍ପୋର୍ଟିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲାଇଭ୍ ଲିଜେଣ୍ଡ୍ କ୍ରିକେଟ୍ କ୍ଲବ୍ (LLCC) ପକ୍ଷରୁ  ଚାଲିଥିବା ପ୍ରଥମ ଅଲ୍ ଓଡ଼ିଶା ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ସହୀଦ ସ୍ପୋର୍ଟିଂ ୮ ୱିକେଟରେ ଶେଖର ସ୍ପୋର୍ଟିଂକୁ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ଶେଖର ସ୍ପୋର୍ଟିଂ ପ୍ରଥମେ ବ୍ୟାଟିଂ କରି ୩୦ ଓଭରରେ ୫ ୱିକେଟ୍ ହରାଇ ୧୩୫ ରନ୍ କରିଥିଲା। ଦଳ ପକ୍ଷରୁ ଗୋପାଳ କ୍ରିଷ୍ଣ ରଥ ୫୩, ଆଦିତ୍ୟ ଆକାଶ […]

ଅଦ୍ୟତନ ହୋଇଛି
ପ୍ରଥମ ଅଲ୍ ଓଡ଼ିଶା ଅଣ୍ଡର୍-୧୪ କ୍ରିକେଟ୍: ଶେଖର ସ୍ପୋର୍ଟିଂକୁ ହରାଇଲା ସହୀଦ ସ୍ପୋର୍ଟିଂ

llcc

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲାଇଭ୍ ଲିଜେଣ୍ଡ୍ କ୍ରିକେଟ୍ କ୍ଲବ୍ (LLCC) ପକ୍ଷରୁ  ଚାଲିଥିବା ପ୍ରଥମ ଅଲ୍ ଓଡ଼ିଶା ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ସହୀଦ ସ୍ପୋର୍ଟିଂ ୮ ୱିକେଟରେ ଶେଖର ସ୍ପୋର୍ଟିଂକୁ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ଶେଖର ସ୍ପୋର୍ଟିଂ ପ୍ରଥମେ ବ୍ୟାଟିଂ କରି ୩୦ ଓଭରରେ ୫ ୱିକେଟ୍ ହରାଇ ୧୩୫ ରନ୍ କରିଥିଲା।

Advertisment

ଦଳ ପକ୍ଷରୁ ଗୋପାଳ କ୍ରିଷ୍ଣ ରଥ ୫୩, ଆଦିତ୍ୟ ଆକାଶ ଜେନା ୩୩ ଓ ଇଶାନ୍ ମହାପାତ୍ର ୨୦ ରନ୍ କରିଥିଲେ। ସହୀଦ ସ୍ପୋର୍ଟିଂ ପକ୍ଷରୁ କୋଶାଲ ବିଶ୍ୱକର୍ମା ୨୬ ରନ୍ ଦେଇ ୨ଟି, ଦିବ୍ୟଜ୍ୟୋତି ପଟ୍ଟନାୟକ ଓ ପାର୍ଥ କୁମାର ପାତ୍ର ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

୧୩୬ ରନର ଲକ୍ଷ୍ୟକୁ ସହୀଦ ସ୍ପୋର୍ଟିଂ ୧୬ ଓଭରରେ ୨ ୱିକେଟ୍ ହରାଇ ହାସଲ କରିନେଇଛି। ସଦୀଦ ସ୍ପୋର୍ଟିଂ ପକ୍ଷରୁ ଦିବ୍ୟଜ୍ୟୋତି ପଟ୍ଟନାୟକ ଅପରାଜିତ ୮୦ ରନ୍ ଓ ଶାଶ୍ୱତ ରାଉତ ୪୦ ରନ୍ କରିଥିଲେ। ଶେଖର ସ୍ପୋର୍ଟିଂର ଆଦିତ୍ୟ ଆକାଶ ଜେନା ୨ଟି ୱିକେଟ୍ ହାସଲ କରିଥିଲେ।

Advertisment

ବିଜେତା ଦଳର ଦିବ୍ୟଜ୍ୟୋତି ପଟ୍ଟନାୟକ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଶୁଭମ୍ ଶତ୍ରୁଜିତ ଓ ସନ୍ଦୀପ ଚୌହାନ୍ ଯୋଗ ଦେଇଥିଲେ। ସୁଶାନ୍ତ ଦାଶ ଓ ବିଭୁ ଚୌଧୁରୀ ମ୍ୟାଚ୍ ପରିଚାଳନା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe