Advertisment

ତୃତୀୟ ଟି-୨୦: ଟସ୍‌ ଜିତି ଅଷ୍ଟ୍ରେଲିଆର ବୋଲିଂ

ଯଦି ଅଷ୍ଟ୍ରେଲିଆ ଆଜିର ମ୍ୟାଚ୍‌ ହାରିଯିବ, ତା’ହେଲେ ଭାରତ ୫ ଟିକିଆ ଟି-୨୦ ସିରିଜକୁ ଆଗୁଆ ୩-୦ରେ କବଜା କରିନେବ।

author-image
Hemant Lenka
ଅଦ୍ୟତନ ହୋଇଛି
Toss

Toss

ଭାରତ ବିପକ୍ଷ କର ବା ମର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ। ଭାରତ ଠାରୁ ଲଗାତର ୨ଟି ମ୍ୟାଚ୍‌ ହାରିଥିବାରୁ ଅଷ୍ଟ୍ରେଲିଆ ପାଇଁ ଆଜିର ମ୍ୟାଚ ଜିତିବା ଅତ୍ୟନ୍ତ ଜରୁରୀ।

Advertisment

ଯଦି ଅଷ୍ଟ୍ରେଲିଆ ଆଜିର ମ୍ୟାଚ୍‌ ହାରିଯିବ, ତା’ହେଲେ ଭାରତ ୫ ଟିକିଆ ଟି-୨୦ ସିରିଜକୁ ଆଗୁଆ ୩-୦ରେ କବଜା କରିନେବ। ତେଣୁ ଅଷ୍ଟ୍ରେଲିଆର ଅଧିନାୟକ ମାଥ୍ୟୁ ୱେଡ ଆଜି ଗୌହାଟୀରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।

ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ମୁକେଶ କୁମାରଙ୍କ ବଦଳରେ ଆବେଶ ଖାନ ଆଜି ସୁଯୋଗ ପାଇଛନ୍ତି। ମୁକେଶ କୁମାରଙ୍କ  ବାହାଘର। ତେଣୁ ସେ ମ୍ୟାଚ୍‌ ଖେଳୁ ନଥିବା ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ସୂଚନା ଦେଇଛନ୍ତି।

Advertisment

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ତା’ର ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ କରିଛି। ଷ୍ଟିଭ ସ୍ମିଥ, ଆଡାମ ଜାମ୍ପା, ମାଥ୍ୟୁ ଶର୍ଟ ଓ ସେନ ଆବୋଟ୍ଟ ଆଜିର ମ୍ୟାଚ୍‌ ଖେଳୁ ନାହାନ୍ତି। ଏମାନଙ୍କ ବଦଳରେ ଡ୍ରାଭିସ ହେଡ୍‌, କେନ ରିଚାର୍ଡସନ, ଜାସନ ବେହର୍ନଡ୍ରଫ ଓ ଆରୋନ ହାର୍ଡି ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଛନ୍ତି।

Indian Cricket Team India Vs Australia T20 Match T20 Cricket