Advertisment

ଏସିଆ କପ୍‌ ସେମି ଫାଇନାଲ: ୮୦ ରନ୍‌ରେ ଅଟକିଲା ବାଂଲାଦେଶ

ଭାରତ ପକ୍ଷରୁ ରେଣୁକା ସିଂହ ଓ ରାଧା ଯାଦବ ଭଲ ପ୍ରଦର୍ଶନ କରିଥିଲେ। ଉଭୟ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ପୂଜା ବସ୍ତ୍ରକାର ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Renuka Singh

Renuka Singh

ଶ୍ରୀଲଙ୍କାରେ ଚାଲିଥିବା ଏସିଆ କପ୍‌ର ସେମି ଫାଇନାଲ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳକୁ ୮୧ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ବାଂଲାଦେଶ ଟିମ୍। 

Advertisment

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୮୦ ରନ୍ କରିବାକୁ ସକ୍ଷମ ହୋଇଥିଲା।

ଦଳ ତରଫରୁ ଅଧିନାୟିକା ନିଗାର ସୁଲତାନା ଓ ଶୋରନା ଅଖତରଙ୍କୁ ଛାଡ଼ି ଅନ୍ୟ ୬ ଜଣ ବ୍ୟାଟର ଏକ ଅଙ୍କ ପାର କରି ପାରି ନଥିଲେ।  ନିଗାର ସୁଲତାନା ୫୧ଟି ବଲ୍‌ରୁ ୩୨ ନ୍ କରିଥିବା ବେଳେ ଶୋରନା ଅଖତର ୧୮ଟି ବଲ୍‌ରୁ ୧୯ ରନ୍ କରିଥିଲେ। ବ୍ୟାଟିଂ କରିବାକୁ ଆସିଥିବା ଅନ୍ୟ ୬ ଜଣ ୬, ୪, ୮,୧,୧ ଓ ୫ ରନ୍ କରିଥିଲେ। ନାହିଦା ଅଖତର ଖାତା ଖୋଲି ପାରି ନଥିବା ବେଳେ ଶୋରନା ଅଖତର ଅପରାଜିତ ରହିଥିଲେ।

Advertisment

ଭାରତ ପକ୍ଷରୁ ରେଣୁକା ସିଂହ ଓ ରାଧା ଯାଦବ ଭଲ ପ୍ରଦର୍ଶନ କରିଥିଲେ। ଉଭୟ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ପୂଜା ବସ୍ତ୍ରକାର ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।     

Women's Asia Cup T20 2024