ବିସିସିଆଇର ବାର୍ଷିକ ଚୁକ୍ତି: କାହାର ହେଲା ପ୍ରମୋସନ, କିଏ ହରାଇଲେ କଣ୍ଟ୍ରାକ୍ଟ?

ରୋହିତ, ବିରାଟ ଓ ଜାଡେଜା ୨୦୨୪ ଟି-୨୦ ବିଶ୍ୱକପ ଜିତିବା ପରେ ଏହି ଫର୍ମାଟରୁ ଅବସର ନେଇ ସାରିଛନ୍ତି। ଏବେ ୩ ଖେଳାଳି କେବଳ ଦିନିକିଆ ଓ ଟେଷ୍ଟ କ୍ରିକେଟ ଭାରତ ପାଇଁ ଖେଳୁଛନ୍ତି। ତଥାପି ଏହି ୩ ଖେଳାଳତଙ୍କୁ ଏ+ କ୍ୟାଟାଗୋରୀରେ ରଖାଯାଇଛି।

BCCI

ଚାମ୍ପିୟନ୍ସ ଟ୍ରଫି ସହ ଭାରତୀୟ ଟିମ (ଫାଇଲ ଫଟୋ)

Hemant Lenka
  • Published: Monday, 21 April 2025
  • Updated: 21 April 2025, 01:45 PM IST

Sports

Latest News

ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ ବା ବିସିସିଆଇ ପକ୍ଷରୁ ଆଜି ବାର୍ଷିକ ଚୁକ୍ତିରେ ଥିବା ଖେଳାଳିଙ୍କ ତାଲିକା ଜାରି କରାଯାଇଛି। ଅନେକ ଷ୍ଟାର ଖେଳାଳି ବିସିସିଆଇର କେନ୍ଦ୍ରୀୟ ଚୁକ୍ତିକୁ ଫେରିଥିବା ବେଳେ କିଛି ଖେଳାଳି କଣ୍ଟ୍ରାକ୍ଟରୁ ବାଦ ପଡ଼ିଛନ୍ତି। ଖେଳାଳିମାନଙ୍କୁ ମୋଟ ୪ଟି ବର୍ଗରେ ରଖାଯାଇଛି। ଭାରତର ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ପୂର୍ବ ଭଳି ଏ+ ବର୍ଗରେ ରହିଛନ୍ତି। ସେହିପରି ଷ୍ଟାର ବ୍ୟାଟର ବିରାଟ କୋହଲି, ସ୍ପିଡ ଷ୍ଟର ଯଶପ୍ରୀତ ବୁମ୍ରା ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ବିସିସିଆଇ ପୂର୍ବଭଳି ଏ+ ଅର୍ଥାତ ସର୍ବୋଚ୍ଚ ବର୍ଗରେ ରଖିଛି।

ନିୟମ ଅନୁସାରେ, କ୍ରିକେଟର ୩ଟି ଯାକ ଫର୍ମାଟ ଅର୍ଥାତ ଟେଷ୍ଟ, ଦିନିକିଆ ଓ ଟି-୨୦ ମ୍ୟାଚ ଖେଳୁଥିବା ଖେଳାଳିଙ୍କୁ ବିସିସିଆଇ ଏ+ ବର୍ଗରେ ରଖିଥାଏ। ହେଲେ ରୋହିତ, ବିରାଟ ଓ ଜାଡେଜା ୨୦୨୪ ଟି-୨୦ ବିଶ୍ୱକପ ଜିତିବା ପରେ ଏହି ଫର୍ମାଟରୁ ଅବସର ନେଇ ସାରିଛନ୍ତି। ଏବେ ୩ ଖେଳାଳି କେବଳ ଦିନିକିଆ ଓ ଟେଷ୍ଟ କ୍ରିକେଟ ଭାରତ ପାଇଁ ଖେଳୁଛନ୍ତି। ତଥାପି ଏହି ୩ ଖେଳାଳତଙ୍କୁ ଏ+ କ୍ୟାଟାଗୋରୀରେ ରଖାଯାଇଛି।

ଘରୋଇ କ୍ରିକେଟ ଖେଳିବାକୁ ମନା କରିବାରୁ ୨୦୨୪ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ଶ୍ରେୟସ ଆୟର ଓ ଈଶାନ କିଶନଙ୍କୁ ବିସିସିଆଇ ବାଦ ଦେଇଥିଲା। ହେଲେ ଏବେ ଉଭୟ ବିସିସିଆଇ ସହ ଚୁକ୍ତିବଦ୍ଧ ହୋଇଛନ୍ତି। ଚୁକ୍ତି ବଦ୍ଧ ହୋଇଥିବା ମୋଟ ୩୪ ଜଣ ଖେଳାଳିଙ୍କ ମଧ୍ୟରେ ଶ୍ରେୟସ ଓ ଈଶାନଙ୍କ ନାଁ ରହିଛି। ଶ୍ରେୟସ ଆୟର ବି କ୍ୟାଟାଗୋରୀରେ ରହିଥିବା ବେଳେ ଈଶାନଙ୍କୁ ବିସିସିଆଇ ସି ବର୍ଗରେ ରଖିଛି।

Also Read

ଶ୍ରେୟସ ଆୟର ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଦମଦାର ପ୍ରଦର୍ଶନ କରିଥିଲେ। ସେହିପରି ସେ ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିସିସିଆଇ ତାଙ୍କୁ ବି ବର୍ଗରେ ରଖିଥିବାରୁ ସେ ବାର୍ଷିକ ୩ କୋଟି ଟଙ୍କା ପାଇବେ। ଈଶାନ ସି ବର୍ଗରେ ଥିବାରୁ ତାଙ୍କ ବାର୍ଷିକ ୧ କୋଟି ଟଙ୍କା ମିଳିବ।

ଅଷ୍ଟ୍ରେଲିଆ ଟୁର ଅଧାରେ ଅନ୍ତର୍ଜାତୀୟ କ୍ରିକେଟକୁ ରବିଚନ୍ଦ୍ରନ ଅଶ୍ୱିନ ଅଲବିଦା କହିଥିଲେ। ତେଣୁ ବିସିସିଆଇ ତାଙ୍କ ସହ ୨୦୨୫ ବର୍ଷ ପାଇଁ କୌଣସି ଚୁକ୍ତି କରିନାହିଁ। ଅଶ୍ୱିନ ସେଣ୍ଟ୍ରାଲ ଚୁକ୍ତିର ଏ ବର୍ଗରେ ରହିଥିଲେ। ତାଙ୍କ ବଦଳରେ ଏବେ ୱିକେଟ କିପର ବ୍ୟାଟର ଋଷଭ ପନ୍ତଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟର ଏ ବର୍ଗକୁ ପ୍ରମୋସନ ମିଳିଛି। କାର ଦୁର୍ଘଟଣାରେ ଆହତ ହୋଇ ବର୍ଷେରୁ ଅଧିକ ଦିନ କ୍ରିକେଟରୁ ଦୂରେଇ ରହିଥିବା ପନ୍ତଙ୍କୁ ପୂର୍ବରୁ ବିସିସିଆଇ ବି ବର୍ଗରେ ରଖିଥିଲା। ଏବେ ତାଙ୍କର ପ୍ରମୋସନ ହୋଇଛି।

ସର୍ଫରାଜ ଖାନ, ନୀତୀଶ କୁମାର ରେଡ୍ଡୀ, ଅଭିଷେକ ଶର୍ମା, ଆକାଶ ଦୀପ, ବରୁଣ ଚକ୍ରବର୍ତ୍ତୀ ଓ ହର୍ଷିତ ରାଣା ପ୍ରଥମଥର ପାଇଁ ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ ହୋଇଛନ୍ତି। କିନ୍ତୁ ଶାର୍ଦ୍ଦୁଲ ଠାକୁର, ଜିତେଶ ଶର୍ମା, କେଏଲ ଭରତ ଓ ଆଭେଶ ଖାନ ସେଣ୍ଟ୍ରାଲ ଚୁକ୍ତିରୁ ବାଦ ପଡ଼ିଛନ୍ତି।

ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ୨୦୨୪-୨୫

ଗ୍ରେଡ ଏ+ : ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା

ଗ୍ରେଡ ଏ : ମହମ୍ମଦ ସିରାଜ, କେଏଲ ରାହୁଲ, ଶୁବମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି ଓ ଋଷଭ ପନ୍ତ

ଗ୍ରେଡ ବି : ସୂର୍ଯ୍ୟ କୁମାର ଯାଦବ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଯଶସ୍ୱୀ ଜୈସୱାଲ ଓ ଶ୍ରେୟସ ଆୟର

ଗ୍ରେଡ ସି: ରିଙ୍କୁ ସିଂହ, ତିଲକ ବର୍ମା, ଋତୁରାଜ ଗାଏକ୍ୱାଡ, ଶିବମ ଦୁବେ, ରବି ବିଷ୍ଣୋଇ, ୱାଶିହଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ରଜିତ ପାଟିଦାର, ଧ୍ରୁବ ଜୁରେଲ, ସର୍ଫରାଜ ଖାନ, ନୀତୀଶ କୁମାର ରେଡ୍ଡୀ, ଈଶାନ କିଶନ, ଅଭିଷେକ ଶର୍ମା, ଆକାଶ ଦୀପ, ବରୁଣ ଚକ୍ରବର୍ତ୍ତୀ ଓ ହର୍ଷିତ ରାଣା।

ଏ+ ଚୁକ୍ତିରେ ରହୁଥିବା ଖେଳାଳି ବାର୍ଷିକ ୭ କୋଟି, ଏ ଗ୍ରୁପରେ ଥିବା ଖେଳାଳିଙ୍କୁ ୫ କୋଟି, ବି ଗ୍ରୁପରେ ଥିବା ଖେଳାଳିଙ୍କୁ ୩ କୋଟି ଓ ଗ୍ରୁପ ସି’ରେ ଥିବା ଖେଳାଳିଙ୍କୁ ବିସିସିଆଇ ୧ କୋଟି ଲେଖାଏ ଟଙ୍କା ଦେଇଥାଏ। କେଉଁ ଖେଳାଳି କେଉଁ ଗ୍ରୁପରେ ରହିବେ, ସେକଥା ବସିସିଆଇ ଜାତୀୟ ଚୟନ କମିଟି ସହ ମିଶି ନେଇଥାଏ।

ଏ+ ଓ ଏ ଗ୍ରୁପରେ ରହୁଥିବା ଖେଳାଳିମାନେ ସବୁ ଫର୍ମାଟର ସକ୍ରିୟ ସଦସ୍ୟ ଥିବେ କିମ୍ବା ଟେଷ୍ଟ ସହ ସୀମିତ ଓଭରର ଗୋଟିଏ ଫର୍ମାଟରେ ନିୟମିତ ଖେଳୁଥିବେ। ଗ୍ରୁପ ବି’ରେ ସ୍ଥାନ ପାଉଥିବା ଖେଳାଳି ଅତିକମରେ ୨ଟି ଫର୍ମାଟ ଖେଳୁଥିବା ଦରକାର। ସେହିପରି ଗ୍ରୁପ ସି’ର ଖେଳାଳି ସାଧାଣତଃ ଗୋଟିଏ ଫର୍ମାଟରେ ଖେଳି ଥାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story