Advertisment

ସଚିନ୍ ତେନ୍ଦୁଲକର ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ୨୧ଶ ଶତାବ୍ଦୀର ସବୁଠାରୁ ଶ୍ରେଷ୍ଠ ଟେଷ୍ଟ ପୁରୁଷ ବ୍ୟାଟ୍ସମ୍ୟାନ୍ ଚୟନ ହୋଇଛନ୍ତି। ଷ୍ଟାର୍ ସ୍ପୋର୍ଟ୍ସର କମେଣ୍ଟ୍ରୀ ଟିମ୍ ଓ ଫ୍ୟାନ୍ ସଚିନଙ୍କୁ ସର୍ବଶ୍ରେଷ୍ଠ ବାଛିଛନ୍ତି। ସଚିନ୍ ଶ୍ରୀଲଙ୍କାର ପୂର୍ବତନ କ୍ୟାପଟେନ୍ କୁମାର ସାଙ୍ଗାକାରାଙ୍କୁ ପଛରେ ପକାଇଛନ୍ତି। ସାଙ୍ଗାକାରା ମଧ୍ୟ ସଚିନଙ୍କୁ କଡ଼ା ଟକ୍କର ଦେଇଥିଲେ। ଷ୍ଟାର୍ ସ୍ପୋର୍ଟ୍ସ ପ୍ୟାନେଲରେ ଭିଭିଏସ୍ ଲକ୍ଷ୍ମଣ, ଇରଫାନ୍ ପଠାନ୍, ଆକାଶ ଚୋପ୍ରା ଓ ଅନ୍ୟ ଲୋକ ସାମିଲ୍ ଥିଲେ। କମେଣ୍ଟ୍ରୀ ପ୍ୟାନେଲରେ ସାମିଲ୍ ପୂର୍ବତନ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ସଚିନ୍ ତେନ୍ଦୁଲକର ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍

sachin-tendulkar

ନୂଆଦିଲ୍ଲୀ: ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ୨୧ଶ ଶତାବ୍ଦୀର ସବୁଠାରୁ ଶ୍ରେଷ୍ଠ ଟେଷ୍ଟ ପୁରୁଷ ବ୍ୟାଟ୍ସମ୍ୟାନ୍ ଚୟନ ହୋଇଛନ୍ତି। ଷ୍ଟାର୍ ସ୍ପୋର୍ଟ୍ସର କମେଣ୍ଟ୍ରୀ ଟିମ୍ ଓ ଫ୍ୟାନ୍ ସଚିନଙ୍କୁ ସର୍ବଶ୍ରେଷ୍ଠ ବାଛିଛନ୍ତି। ସଚିନ୍ ଶ୍ରୀଲଙ୍କାର ପୂର୍ବତନ କ୍ୟାପଟେନ୍ କୁମାର ସାଙ୍ଗାକାରାଙ୍କୁ ପଛରେ ପକାଇଛନ୍ତି। ସାଙ୍ଗାକାରା ମଧ୍ୟ ସଚିନଙ୍କୁ କଡ଼ା ଟକ୍କର ଦେଇଥିଲେ। ଷ୍ଟାର୍ ସ୍ପୋର୍ଟ୍ସ ପ୍ୟାନେଲରେ ଭିଭିଏସ୍ ଲକ୍ଷ୍ମଣ, ଇରଫାନ୍ ପଠାନ୍, ଆକାଶ ଚୋପ୍ରା ଓ ଅନ୍ୟ ଲୋକ ସାମିଲ୍ ଥିଲେ। କମେଣ୍ଟ୍ରୀ ପ୍ୟାନେଲରେ ସାମିଲ୍ ପୂର୍ବତନ ଭାରତୀୟ କ୍ରିକେଟର୍ ସଚିନଙ୍କ ଯୋଗଦାନକୁ ପ୍ରଶଂସା କରି ତାଙ୍କୁ ଚୟନ କରିଛନ୍ତି।

Advertisment

ସୁନୀଲ ଗାଭାସ୍କର ଷ୍ଟାର୍ ସ୍ପୋର୍ଟ୍ସରେ ଅପଲୋଡ୍ କରାଯାଇଥିବା ଭିଡିଓରେ କହିଛନ୍ତି, ଏହା ଏକ କଠିନ ମୁକାବିଲା ଥିଲା। ଉଭୟ କୁମାର ସାଙ୍ଗାକାରା ଓ ସଚିନ୍ ତେନ୍ଦୁଲକର ଖେଳର ଆଇକନ୍, କିନ୍ତୁ ୨୧ଶ ଶତାବ୍ଦୀର ସବୁଠାରୁ ମହାନ୍ ଟେଷ୍ଟ ବ୍ୟାଟ୍ସମ୍ୟାନର ବିଜେତା ମୋର ସାଥୀ ମୁମ୍ବାଇର ସଚିନ୍ ରମେଶ ତେନ୍ଦୁଲକର।

୨୦୧୩ରେ ସଚିନ୍ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ସେ ଟେଷ୍ଟ କ୍ରିକେଟରେ ୨୦୦ ମ୍ୟାଚ୍ ଖେଳି ୧୫୯୨୧ ରନ୍ କରିଛନ୍ତି। ସେ ଟେଷ୍ଟ କ୍ରିକେଟ୍ ଇତିହାସରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍। ତାଙ୍କ ନାଁରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ୫୧ ଶତକ ରହିଛି। ସଚିନଙ୍କ ପରେ ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କାଲିସଙ୍କ ନମ୍ବର ଆସିବ, ଯିଏ ୪୫ ଶତକ ମାରିଛନ୍ତି। ଅଷ୍ଟ୍ରେଲିଆର ରିକି ପଣ୍ଟିଂଙ୍କ ନାଁରେ ୪୧ ଓ କୁମାର ସାଙ୍ଗାକାରାଙ୍କ ନାଁରେ ୩୮ ଶତକ ରହିଛି।

Advertisment

ସଚିନ୍ ୧୯୮୯ରେ ମାତ୍ର ୧୬ ବର୍ଷ ବୟସରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ। ୧୭ ବର୍ଷ ୧୦୭ ଦିନ ବୟସରେ ସଚିନ୍ ତେନ୍ଦୁଲକର ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ। ସେ ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟରେ ସବୁଠାରୁ କନିଷ୍ଠ ଶତକଧାରୀ ହୋଇଥିଲେ। କେବଳ ଟେଷ୍ଟ ନୁହେଁ, ଅନ୍ତର୍ଜାତୀୟ ଦିନିକିଆରେ ମଧ୍ୟ ସଚିନଙ୍କ ନାଁରେ ସର୍ବାଧିକ ରନର ରେକର୍ଡ ରହିଛି। ସଚିନ୍ ଦିନିକିଆରେ ୧୮୪୨୬ ରନ୍ କରିଛନ୍ତି, ଯେଉଁଥିରେ ୪୯ ଶତକ ସାମିଲ୍‌ ରହିଛି।