ଜ୍ୟାକ ଫ୍ରେଜର ମ୍ୟାଗର୍କଙ୍କ ବିସ୍ଫୋରଣ, ମୁମ୍ବାଇକୁ ଦଳିଲା ଦିଲ୍ଲୀ

ଦିଲ୍ଲୀ ପାଇଁ ବ୍ୟାଟିଂରେ ମ୍ୟାଗର୍କ କମାଲ କରିଥିବା ବେଳେ ବୋଲିଂରେ ଇମ୍ପାକ୍ଟ ଖେଳାଳି ରଶିକ ସଲାମ କମାଲ କରିଛନ୍ତି।

DC

ଜ୍ୟାକ ଫ୍ରେଜର ମ୍ୟାକର୍ଗ ଓ ୱିକେଟ ପରେ ସଲାମ

Hemant Lenka
  • Published: Saturday, 27 April 2024
  • Updated: 27 April 2024, 07:55 PM IST

Sports

Latest News

ଯୁବ ତାରକା ଜ୍ୟାକ ଫ୍ରେଜର ମ୍ୟାଗର୍କ ବିସ୍ଫୋରକ ୨୭ ବଲରେ ୮୪ ରନ ବଳରେ ରୋମାଞ୍ଚକର ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୨୫୭ ରନ କରିଥିଲା। ଏହାର ଜବାବରେ ମୁମ୍ବାଇ ପାଇଁ ତିଲକ ବର୍ମା ଲଢ଼େଇ କରିଥିଲେ ହେଁ ଦଳକୁ ବିଜୟୀ କରି ପାରି ନାହାନ୍ତି।

ମୁମ୍ବାଇ ୯  ୱିକେଟ ହରାଇ କେବଳ ୨୪୭ ରନ କରିବାକୁ ସକ୍ଷମ ହୋଇଛି। ତିଲକ ବର୍ମା ୩୨ ବଲରେ ୬୩ ରନ କରି ଶେଷ ଓଭରର ପ୍ରଥମ ବଲରେ ଆଉଟ ହେବା ସହ ମୁମ୍ବାଇର ସବୁ ଆଶାରେ ପାଣି ପଡ଼ି ଯାଇଥିଲା।

ଦିଲ୍ଲୀ ୧୦ ରନରେ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ୫ମ ସ୍ଥାନରେ ପହଞ୍ଚି ଯାଇଛି। ଏହା ୧୦ ମ୍ୟାଚ୍‌ରୁ ଦିଲ୍ଲୀର ୫ ବିଜୟ। ସେହିପରି ମୁମ୍ବାଇ ୯ ମ୍ୟାଚ୍‌ରୁ ୬ଷ୍ଠ ପରାଜୟ ବରଣ କରି ପଏଣ୍ଟ ଟେବୁଲର ୯ମ ସ୍ଥାନରେ ପୂର୍ବଭଳି ରହିଛି। ଏଥିସହ ଦଳର ପ୍ଲେ ଅଫ ଆଶା ମଧ୍ୟ ବିପଦ ମଧ୍ୟକୁ ଠେଲି ହୋଇ ଯାଇଛି।

Also Read

ଦିଲ୍ଲୀ ପାଇଁ ବ୍ୟାଟିଂରେ ମ୍ୟାଗର୍କ କମାଲ କରିଥିବା ବେଳେ ବୋଲିଂରେ ଇମ୍ପାକ୍ଟ ଖେଳାଳି ରଶିକ ସଲାମ କମାଲ କରିଛନ୍ତି। ସେ ୪ ଓଭରରେ ୩୪ ରନ ଦେଇ ଗୁରୁତ୍ୱପୂର୍ଣ୍ଣ ୩ ୱିକେଟ ହାସଲ କରିଛନ୍ତି। ତେବେ ୧୧ଟି ଚୌକା ଓ ୬ଟି ଛକା ସହ ୮୪ ରନର ଇନିଂ ଖେଳିଥିବା ମ୍ୟାଗର୍କଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

ଟସ୍‌ ହାରି ଦିଲ୍ଲୀ ତା’ର ହୋମଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରିଥିଲା। ଆରମ୍ଭରୁ ମ୍ୟାକର୍ଗ ବଡ଼ବଡ଼ ଶଟ ଖେଳି ମାତ୍ର ୧୫ ବଲରେ ୫୦ ରନ ପୂରଣ କରିଥିଲେ। ସେହିପରି ଅଭିଷେକ ପାରୋଲଙ୍କ ସହ ମିଶି ପ୍ରଥମ ୬ ଓଭରରେ ଦଳୀୟ ସ୍କୋରକୁ ୯୨ରେ ପହଞ୍ଚାଇ ଦେଇଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ମଧ୍ୟ ସେ ବଡ଼ ଶଟ ଖେଳିବା ବନ୍ଦ କରି ନଥିଲେ।

୭.୩ ଓଭରରେ ଦଳୀୟ ସ୍କୋର ୧୧୪ ଥିବା ବେଳେ ବ୍ୟକ୍ତିଗତ ୮୪ ରନ କରି ମ୍ୟାକର୍ଗ ଆଉଟ ହୋଇଥିଲେ। ତାଙ୍କ ୱିକେଟ ପୀୟୂଷ ଚାୱଲା ନେଇଥିଲେ। ଏହାପରେ ଅଭିଷେକ ୩୬, ସାଇ ହୋପ ୧୭ ବଲରେ ୪୧ ଓ ଅଧିନାୟକ ଋଷଭ ପନ୍ତ ୨୯ ରନ କରି ଆଉଟ ହୋଇଥିଲେ। ତେବେ ଶେଷ ଭାଗରେ ତ୍ରିଷ୍ଟାନ ଷ୍ଟବ୍ସ ୨୫ ବଲରେ ଅପରାଜିତ ୪୮ ଓ ଅକ୍ଷର ପଟେଲ ୩ ବଲରେ ୯ ରନ କରିବାରୁ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୫୭ ରନ କରିଥିଲା।

୨୫୮ ରନର ଟାର୍ଗେଟ ପାଇଥିବା ମୁମ୍ବାଇ ଆରମ୍ଭରୁ ରୋହିତ ଶର୍ମା(୮)ଙ୍କୁ ହରାଇଥିଲା। ସୂର୍ଯ୍ୟ କୁମାର ଯାଦବ ମଧ୍ୟ କେବଳ ୨୬ ରନ କରିଥିଲେ। ଈଶାନ କିଶନ(୨୦) ପୁଣି ସମସ୍ତଙ୍କୁ ନିରାଶ କରିଛନ୍ତି। ୬୫ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ମୁମ୍ବାଇକୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଲକ ବର୍ମା ସମ୍ଭାଳିଥିଲେ।

ଉଭୟ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ଦ୍ରୁତଗତିରେ ଆଗକୁ ନେଇଥିଲେ। କିନ୍ତୁ ୨୪ ବଲରେ ୪୬ ରନ କରିଥିବା ପାଣ୍ଡ୍ୟାଙ୍କୁ ସଲାମ ଆଉଟ କରି ମୁମ୍ବାଇକୁ ବଡ଼ ଝଟକା ଦେଇଥିଲେ। ସେହି ଓଭରରେ ନିହାଲ ୱାଦ୍ଧେରା(୪) ମଧ୍ୟ ତାଙ୍କ ଶିକାର ବନିଥିଲେ।

ତଥାପି ମୁମ୍ବାଇ ପାଇଁ ତିଲକ ବର୍ମା ଲଢ଼େଇ କରିବା ସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ଟିମ ଡାଭିଡ(୧୭ ବଲରେ ୩୭) ସାଥ ଦେଇଥିଲେ। ଶେଷ ୨ ଓଭରରେ ମୁମ୍ବାଇକୁ ୪୧ ରନ ଦରକାର ଥିବା ବେଳେ ଡାଭିଡ ଆଉଟ ହୋଇଯାଇଥିଲେ। ଏହାପରେ ମହମ୍ମଦ ନବି ମଧ୍ୟ କେବଳ ଗୋଟିଏ ଛକା ମାରି ପ୍ୟାଭିଲିୟନ ଫେରିଥିଲେ।

ଶେଷ ଓଭରରେ ମୁମ୍ବାଇକୁ ୨୫ ରନ ଦରକାର ଥିବା ବେଳେ ପ୍ରଥମ ବଲରେ ତିଲକ ୨ ରନ ନେବା ଲୋଭରେ ରନ ଆଉଟ ହୋଇ ଯାଇଥିଲେ। ଲୁକ ଉଡ ଗୋଟିଏ ଛକା ଓ ପୀୟୂଷ ଚାୱଲା ଗୋଟିଏ ଛକା ମାରିଥିଲେ ହେଁ ମୁମ୍ବାଇ କେବଳ ୯ ୱିକେଟ ହରାଇ ୨୪୭ ରନ କରିପାରିଥିଲା। ୧୦ ରନର ଚମତ୍କାର ବିଜୟ ସହ ଦିଲ୍ଲୀ ଏବେ ୫ମ ସ୍ଥାନରେ ପହଞ୍ଚି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story