Advertisment

ଦର୍ଶକଙ୍କ ଭିଡ଼ ଭିତରେ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କଲେ ଦୀପକ ଚହର୍, ଭିଡିଓ ଭାଇରାଲ୍

ଦୁବାଇ: ଚେନ୍ନାଇ ସୁପର୍ କିଙ୍ଗସର ଷ୍ଟାର୍ ପେସ ବୋଲର୍ ଦୀପକ ଚହର୍ ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚ୍ ପରେ ବଡ଼ କାମ କରି ଚର୍ଚ୍ଚାକୁ ଆସିଛନ୍ତି। ଚହର୍ ଗ୍ୟାଲେରୀରେ ଦର୍ଶକଙ୍କ ଭିଡ଼ ଭିତରେ ବସିଥିବା ନିଜ ଗର୍ଲଫ୍ରେଣ୍ଡ ଜୟା ଭରଦ୍ୱାଜଙ୍କୁ ଫିଲ୍ମ ଷ୍ଟାଇଲରେ ପ୍ରପୋଜ କରିଛନ୍ତି। ତାଙ୍କ ଗର୍ଲଫ୍ରେଣ୍ଡ ମଧ୍ୟ ଏଥିରେ ହଁ ଭରି ଚହରଙ୍କ ଲଭ୍ ପ୍ରପୋଜାଲକୁ ସ୍ୱୀକାର କରିଛନ୍ତି। ଏହାର ଭିଡିଓ ସୋଶାଲ ମିଡିଆରେ ଧମାଲ କରୁଛି। ଭିଡିଓରେ ଦେଖିବାକୁ ମିଳିଛି, ଯେମିତି ମ୍ୟାଚ୍ […]

author-image
Ranjit Kumar Jena
ଦର୍ଶକଙ୍କ ଭିଡ଼ ଭିତରେ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କଲେ ଦୀପକ ଚହର୍, ଭିଡିଓ ଭାଇରାଲ୍

deepak-chahar

ଦୁବାଇ: ଚେନ୍ନାଇ ସୁପର୍ କିଙ୍ଗସର ଷ୍ଟାର୍ ପେସ ବୋଲର୍ ଦୀପକ ଚହର୍ ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚ୍ ପରେ ବଡ଼ କାମ କରି ଚର୍ଚ୍ଚାକୁ ଆସିଛନ୍ତି। ଚହର୍ ଗ୍ୟାଲେରୀରେ ଦର୍ଶକଙ୍କ ଭିଡ଼ ଭିତରେ ବସିଥିବା ନିଜ ଗର୍ଲଫ୍ରେଣ୍ଡ ଜୟା ଭରଦ୍ୱାଜଙ୍କୁ ଫିଲ୍ମ ଷ୍ଟାଇଲରେ ପ୍ରପୋଜ କରିଛନ୍ତି। ତାଙ୍କ ଗର୍ଲଫ୍ରେଣ୍ଡ ମଧ୍ୟ ଏଥିରେ ହଁ ଭରି ଚହରଙ୍କ ଲଭ୍ ପ୍ରପୋଜାଲକୁ ସ୍ୱୀକାର କରିଛନ୍ତି। ଏହାର ଭିଡିଓ ସୋଶାଲ ମିଡିଆରେ ଧମାଲ କରୁଛି।

Advertisment

ଭିଡିଓରେ ଦେଖିବାକୁ ମିଳିଛି, ଯେମିତି ମ୍ୟାଚ୍ ଶେଷ ହେଲା, ଦୀପକ ଚହର୍ ସିଧା ଦର୍ଶକଙ୍କ ଭିତରେ ପହଞ୍ଚି ଗଲେ, ଯେଉଁଠାରେ ତାଙ୍କର ଗର୍ଲଫ୍ରେଣ୍ଡ ଜୟା ଉପସ୍ଥିତ ଥିଲେ। ଦୀପକ ଚହର୍ ଦର୍ଶକଙ୍କ ସାମ୍ନାରେ ଆଣ୍ଠୁରେ ବସି ନିଜ ପ୍ରେମ ନିବେଦନ କରିଥିଲେ। ତାଙ୍କ ଗର୍ଲଫ୍ରେଣ୍ଡ ତୁରନ୍ତ ହଁ କରି ଦୀପକଙ୍କ ପ୍ରେମ ନିବେଦନକୁ ସବୁଜ ସଂକେତ ଦେଇଥିଲେ। ଏହା ପରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରି ରିଙ୍ଗ୍ ପିନ୍ଧାଇଥିଲେ। ଏହାରି ଭିତରେ ଫ୍ୟାନ୍ ବହୁତ ଖୁସି ହୋଇଥିଲେ ଏବଂ ତାଳି ମଧ୍ୟ ମାରିଥିଲେ।

ସୂଚନାଯୋଗ୍ୟ, ଜୟା ଭରଦ୍ୱାଜ ‘ବିଗ୍ ବସ୍’ ଫେମ୍ ସିଦ୍ଧାର୍ଥ ଭରଦ୍ୱାଜଙ୍କ ଭଉଣୀ। ଭଉଣୀର ଏହି ସ୍ପେଶାଲ ମୁହୂର୍ତ୍ତକୁ ଭାଇ ସିଦ୍ଧାର୍ଥ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରୀରେ ପୋଷ୍ଟ କରି ଏହି ପ୍ରେମୀ ଯୁଗଳଙ୍କୁ ବଧେଇ ଜଣାଇଛନ୍ତି।

Advertisment

https://twitter.com/ChennaiIPL/status/1446115233957769219?s=20

ସିଦ୍ଧାର୍ଥ ଜଣେ ଅଭିନେତା ଏବଂ ଏମଟିଭି ସ୍ଲିଟ୍ସଭିଲ୍ଲା ସିଜନ୍-୨ରେ ବିଜେତା ରହିଆସିଛନ୍ତି। ରିପୋର୍ଟ ମୁତାବକ, ଜୟା ଦିଲ୍ଲୀରେ ଏକ କର୍ପୋରେଟ୍ କମ୍ପାନୀରେ ଚାକିରି କରୁଛନ୍ତି। ହେଲେ ବର୍ତ୍ତମାନ ସେ ଦୀପକ ଚହରଙ୍କୁ ଚିୟର କରିବା ପାଇଁ ୟୁଏଇରେ ଅଛନ୍ତି।

https://twitter.com/ChennaiIPL/status/1446108641468170240?s=20

ଆଜି ଖେଳାଯାଇଥିବା ମ୍ୟାଚରେ ଲୋକେଶ ରାହୁଲଙ୍କ ଅପରାଜିତ ୯୮ ରନ୍ ବଳରେ ପଞ୍ଜାବ କିଙ୍ଗସ୍ ୬ ୱିକେଟରେ ଚେନ୍ନାଇ ସୁପର୍ କିଙ୍ଗସକୁ ପରାସ୍ତ କରିଛି। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି୨୦ ଓଭରରେ ୬ ୱିକେଟ୍ ହରାଇ ୧୩୪ ରନ୍ କରିଥିଲା। ଜବାବରେ ପଞ୍ଜାବ ମାତ୍ର ୧୩ ଓଭର ଖେଳି ୪ ୱିକେଟ୍ ହରାଇ ୧୩୯ ରନ୍ କରି ବିଜୟୀ ହୋଇଛି। ପଞ୍ଜାବ ପକ୍ଷରୁ ରାହୁଲ ମାତ୍ର ୪୨ ବଲରେ ୭ ଚୌକା ଓ ୮ ଛକା ସହ ୯୮ ରନ୍ କରି ଅପରାଜିତ ଥିଲେ।