Advertisment

ବିରାଟଙ୍କ ଆଗରେ ୧୬୫ ରନ୍‌ର ଟାର୍ଗେଟ ରଖିଲା ଦିଲ୍ଲୀ

ଦୁବାଇ: ପୂର୍ବରୁ ପ୍ଲେ ଅଫରେ ସ୍ଥାନ ପକ୍କା କରି ସାରିଥିବା ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୧୬୫ ରନ୍‌ର ଟାର୍ଗେଟ ଧାର୍ଯ୍ୟ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଆରସିବି ଭଳି ଦିଲ୍ଲୀ ମଧ୍ୟ ପ୍ଲେ ଅଫକୁ ଯୋଗ୍ୟତା ଅର୍ଜନ କରି ସାରିଛି। ଏଥିସହ ୧ନଂ ସ୍ଥାନରେ ରହିଛି। ଆଜିର ମ୍ୟାଚ୍‌ରେ ଋଷଭ ପନ୍ତଙ୍କ ଦିଲ୍ଲୀ ପ୍ରଥମେ ବ୍ୟାଟଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୬୪ ରନ୍‌ କରିଛି। ଫଳରେ ବିରାଟଙ୍କୁ ଏହି […]

author-image
Hemant Lenka
ଅଦ୍ୟତନ ହୋଇଛି
ବିରାଟଙ୍କ ଆଗରେ ୧୬୫ ରନ୍‌ର ଟାର୍ଗେଟ ରଖିଲା ଦିଲ୍ଲୀ

Delhi

ଦୁବାଇ: ପୂର୍ବରୁ ପ୍ଲେ ଅଫରେ ସ୍ଥାନ ପକ୍କା କରି ସାରିଥିବା ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୧୬୫ ରନ୍‌ର ଟାର୍ଗେଟ ଧାର୍ଯ୍ୟ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଆରସିବି ଭଳି ଦିଲ୍ଲୀ ମଧ୍ୟ ପ୍ଲେ ଅଫକୁ ଯୋଗ୍ୟତା ଅର୍ଜନ କରି ସାରିଛି। ଏଥିସହ ୧ନଂ ସ୍ଥାନରେ ରହିଛି।

Advertisment

ଆଜିର ମ୍ୟାଚ୍‌ରେ ଋଷଭ ପନ୍ତଙ୍କ ଦିଲ୍ଲୀ ପ୍ରଥମେ ବ୍ୟାଟଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୬୪ ରନ୍‌ କରିଛି। ଫଳରେ ବିରାଟଙ୍କୁ ଏହି ମ୍ୟାଚ୍ ଜିତିବା ପାଇଁ ୧୬୫ ରନ୍‌ର ଟାର୍ଗେଟ ମିଳିଛି।

ଦୁବାଇରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ବିରାଟ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେବେ ଦିଲ୍ଲୀର ଦୁଇ ଓପନର ଶିଖର ଧୱନ ଏବଂ ପୃଥ୍ୱୀ ଶ’ ବିସ୍ଫୋରକ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୧୦ ଓଭର୍‌ରେ ଦଳ ପାଇଁ ୮୮ ରନ୍‌ ଯୋଡ଼ିଥିଲେ।

Advertisment

ଏହି ସମୟରେ ଚଳିତ ଆଇପିଏଲର ସର୍ବାଧିକ ୱିକେଟ ଦଖଲକାରୀ ହର୍ଷଲ ପଟେଲ ଆରସିବିକୁ ପ୍ରଥମ ସଫଳତା ଦେଇଥିଲେ। ସେ ୩୫ ବଲରେ ୪୩ ରନ୍‌ କରିଥିବା ଶିଖର ଧୱନଙ୍କୁ ଆଉଟ କରିଦେଇଥିଲେ। ଏହାର ପରବର୍ତ୍ତୀ ଓଭର୍‌ରେ ୟୁଜବେନ୍ଦର ଚହଲ ବିସ୍ଫୋରକ ପୃଥ୍ୱୀ ଶ’(୪୮)ଙ୍କୁ ଆଉଟ କରି ଦଳକୁ ଦ୍ୱିତୀୟ ସଫଳତା ଦେଇଥିଲେ।

ଆଉଟ ହେବା ପୂର୍ବରୁ ସେ ୨ଟି ଛକା ଓ ୪ଟି ଛକା ମାରିଥିଲେ। ସେହିପରି ଧୱନ ୩ଟି ଚୌକା ଓ ୨ଟି ଛକା ମାରିଛନ୍ତି। ୧୦୧ରେ ଦ୍ୱିତୀୟ ୱିକେଟ ହରାଇଥିବା ଦିଲ୍ଲୀ ୧୦୮ରେ ତୃତୀୟ ୱିକେଟ ହରାଇଥିଲା। ଅଧିନାୟକ ପନ୍ତ ମାତ୍ର ୧୦ ରନ୍‌ କରି ଡାନିଏଲ ଖ୍ରୀଷ୍ଟିଆନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ନିର୍ଭରଯୋଗ୍ୟ ଶ୍ରେୟସ ଆୟର (୧୮) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ। ତାଙ୍କ ୱିକେଟ ସିରାଜ ନେଇଥିଲେ।

ଶ୍ରେୟସ ଆଉଟ ହେବା ପରେ ଶିମରନ ହେଟମେୟର ନିଜର ଜଲୱା ଦେଖାଇଥିଲେ। ସେ ଆରସିବି ଉପରେ କାଉଣ୍ଟର ଆଟାକ କରିଥିଲେ। ତାଙ୍କୁ ଯୁବ ତାରକା ରିପାଲ ପଟେଲ ସହଯୋଗ କରିଥିଲେ। ଉଭୟ ଦଳୀୟ ସ୍କୋରକୁ ୧୬୦ ପାର କରାଇଥିଲେ। ହେଟମେୟର ଶେଷ ବଲରେ ଆଉଟ ହୋଇଥିବା ବେଳେ ରିପାଲ ୭ ରନ୍‌ କରି ଅପରାଜିତ ରହିଥିଲେ। ହେଟମେୟର ଆଉଟ ହେବା ପୂର୍ବରୁ ୨୨ ବଲ୍‌ରେ ୨ଟି ଛକା ଓ ୨ଟି ଚୌକା ବଳରେ ୨୯ ରନ କରିଥିଲେ।

ଆରସିବି ପକ୍ଷରୁ ମହମ୍ମଦ ସିରାଜ ୨ଟି ୱିକେଟ ନେଇଥିବା ବେଳେ ଚହଲ, ହର୍ଷଲ ଓ ଖ୍ରୀଷ୍ଟିଆନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।