Advertisment

କଳା ଫିତା ବାନ୍ଧି ଖେଳିଲେ ଇଂଲଣ୍ଡ ଖେଳାଳି, ଜାଣନ୍ତୁ କାରଣ

ଲିଡ୍ସ: ଏଠାରେ ଚାଲିଥିବା ଭାରତ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିବସରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ବାମ ହାତରେ କଳା ଫିତା ବାନ୍ଧି ବ୍ୟାଟିଂ କରିଛନ୍ତି। ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ଟେଡ୍ ଡେକ୍ସଟରଙ୍କର ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏହି କାରଣରୁ ପୂରା କ୍ରିକେଟ୍ ଜଗତ ଶୋକ ପ୍ରକାଶ କରିଛି। ଇଂଲଣ୍ଡ ଖେଳାଳି ମାନେ ଡେକ୍ସଟରଙ୍କ ସମ୍ମାନରେ ବାମ ହାତରେ କଳା ଫିତା ବାନ୍ଧି ମଇଦାନକୁ ଓହ୍ଲାଇଛନ୍ତି। ଟେଡ୍ ମାରିଲେବୋନ୍ କ୍ରିକେଟ୍ କ୍ଲବ୍ (ଏମସିସି)ର ଅଧ୍ୟକ୍ଷ ସହ […]

author-image
Ranjit Kumar Jena
କଳା ଫିତା ବାନ୍ଧି ଖେଳିଲେ ଇଂଲଣ୍ଡ ଖେଳାଳି, ଜାଣନ୍ତୁ କାରଣ

england

ଲିଡ୍ସ: ଏଠାରେ ଚାଲିଥିବା ଭାରତ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିବସରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ବାମ ହାତରେ କଳା ଫିତା ବାନ୍ଧି ବ୍ୟାଟିଂ କରିଛନ୍ତି। ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ଟେଡ୍ ଡେକ୍ସଟରଙ୍କର ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏହି କାରଣରୁ ପୂରା କ୍ରିକେଟ୍ ଜଗତ ଶୋକ ପ୍ରକାଶ କରିଛି। ଇଂଲଣ୍ଡ ଖେଳାଳି ମାନେ ଡେକ୍ସଟରଙ୍କ ସମ୍ମାନରେ ବାମ ହାତରେ କଳା ଫିତା ବାନ୍ଧି ମଇଦାନକୁ ଓହ୍ଲାଇଛନ୍ତି। ଟେଡ୍ ମାରିଲେବୋନ୍ କ୍ରିକେଟ୍ କ୍ଲବ୍ (ଏମସିସି)ର ଅଧ୍ୟକ୍ଷ ସହ ଇଂଲଣ୍ଡ ଚୟନ କମିଟିର ଅଧ୍ୟକ୍ଷ ଭାବେ କାମ କରିଥିଲେ।

Advertisment

ଲର୍ଡ ଟେଡ୍ ନାମରେ ପରିଚିତ ଡେକ୍ସଟର୍ ଜଣେ ପେସ୍ ବୋଲର ସାଙ୍ଗକୁ ଆକ୍ରମଣାତ୍ମକ ମିଡଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଥିଲେ। ସେ ୧୯୫୮ରୁ ୧୯୬୮ ପର୍ଯ୍ୟନ୍ତ ଇଂଲଣ୍ଡର ପ୍ରତିନିଧିତ୍ୱ କରିଛନ୍ତି। ଏହାରି ଭିତରେ ସେ ଜାତୀୟ ଦଳ ପାଇଁ ୬୨ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଡେକ୍ସଟର୍ ୧୯୬୧ରୁ ୧୯୬୪ ପର୍ଯ୍ୟନ୍ତ ୩୦ଟି ଟେଷ୍ଟରେ ଇଂଲଣ୍ଡର ନେତୃତ୍ୱ ନେଇଥିଲେ। ନିଜ କ୍ୟାରିୟରରେ ସେ ୩୪.୯ ହାରରେ ୪୫୦୨ ରନ୍ କରିଛନ୍ତି, ଯେଉଁଥିରେ ୯ ଶତକ ଓ ୨୭ ଅର୍ଦ୍ଧଶତକ ସାମିଲ୍ ଅଛି।

ସେ ଇଂଲଣ୍ଡ ପାଇଁ ୬୬ ୱିକେଟ୍ ମଧ୍ୟ ନେଇଛନ୍ତି। ଏମସିସି ଗୁରୁବାର ଏକ ବିବୃତ୍ତିରେ କହିଛି, ଟେଡ୍ ଜଣେ ଭଲ ପତି, ପିତା ଓ ଜେଜେ ଥିଲେ ଏବଂ ଇଂଲଣ୍ଡର ଅନ୍ୟତମ ମହାନ୍ କ୍ରିକେଟର ଥିଲେ। ସେ ନିଜର ୬୨ ଟେଷ୍ଟ ମଧ୍ୟରୁ ୩୦ଟିରେ କ୍ୟାପଟେନ୍ ଥିଲେ। ସେ କ୍ରିକେଟକୁ ଭରପୂର ଉପଭୋଗ କରିଛନ୍ତି। ଟେଡ୍ ଯେଉଁ ଅନ୍ଦାଜରେ କ୍ରିକେଟ୍ ଖେଳିଛନ୍ତି, ତାହା ଅନ୍ୟମାନଙ୍କୁ ଖୁବ୍ ପ୍ରେରିତ କରିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ବୁଧବାର ରାତିରେ ନିଜ ପରିବାରର ଉପସ୍ଥିତିରେ ଡେକ୍ସଟର୍ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଡେକ୍ସଟର୍ ଟେଷ୍ଟ ଖେଳାଳିଙ୍କ ପାଇଁ ଏକ ରାଙ୍କିଙ୍ଗ ପ୍ରଣାଳୀ ପ୍ରସ୍ତୁତ କରିବାରେ ସହାୟତା କରିଥିଲେ। ରାଙ୍କିଙ୍ଗ୍ ପ୍ରଣାଳୀକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଅନୁମୋଦନ ଦେଇଥିଲା। ଆଜି ବି ତାଙ୍କର ରାଙ୍କିଙ୍ଗ୍ ପ୍ରଣାଳୀକୁ ପ୍ରୟୋଗ କରାଯାଉଛି। ଜୁନ୍, ୨୦୨୧ରେ ସାଉଥାମ୍ପଟନରେ ଖେଳାଯାଇଥିବା ବିଶ୍ୱ ଚାମ୍ପିୟନଶିପ୍ ଫାଇନାଲ୍ ପୂର୍ବରୁ ଆଇସିସି ହଲ୍ ଅଫ୍ ଫେମରେ ସାମିଲ୍ କରାଯାଇଥିଲା।