Advertisment

ଆଉ ନାହାନ୍ତି କିମ୍ବଦନ୍ତୀ କ୍ରିକେଟର ବିଶନ ସିଂହ ବେଦୀ

୭୦ ଦଶକରେ ଭାରତୀୟ କ୍ରିକେଟ୍‌ରେ ନିଜର ଛାପ ଛାଡ଼ିଥିବା ୪ ଜଣ ପ୍ରଖ୍ୟାତ ସ୍ପିନ୍‌ରଙ୍କ ମଧ୍ୟରୁ ବେଦୀ ହେଉଛନ୍ତି ଅନ୍ୟତମ।

author-image
Madhupriya Mistry
ଅଦ୍ୟତନ ହୋଇଛି
Bishan Singh Bedi

Bishan Singh Bedi

ODI ଓ୍ୱାର୍ଲ୍ଡ କପ୍‌ ଚାଲିଥିବା ବେଳେ ଆସିଲା ଦୁଃଖଦ ଖବର। ଆରପାରିକୁ ଚାଲିଗଲେ ବିଶ୍ୱକପ୍‌ ହିରୋ ବିଶନ ସିଂହ ବେଦୀ। ଭାରତର ପୂର୍ବତନ କ୍ରିକେଟର୍ ତଥା ପ୍ରଖ୍ୟାତ ସ୍ପିନର୍‌ ବିଶନ ସିଂହଙ୍କ ୭୭ ବର୍ଷ ବୟସରେ ଦେହାନ୍ତ ହୋଇଛି। 

Advertisment

୭୦ ଦଶକରେ ଭାରତୀୟ କ୍ରିକେଟ୍‌ରେ ନିଜର ଛାପ ଛାଡ଼ିଥିବା ୪ ଜଣ ପ୍ରଖ୍ୟାତ ସ୍ପିନ୍‌ରଙ୍କ ମଧ୍ୟରୁ ବେଦୀ ହେଉଛନ୍ତି ଅନ୍ୟତମ।  ଇରାପଲ୍ଲି ପ୍ରସନ୍ନା, ଶ୍ରୀନିବାସ ଭେଙ୍କଟରାଘବନ ଓ ଭାଗବତ ଚନ୍ଦ୍ରଶେଖରଙ୍କ ସହ ମିଶି ବିଶନ ସିଂହ ବେଦୀ ଏକଦା ଭାରତୀୟ ସ୍ପିନ୍‌ ବୋଲିଂ ମଙ୍ଗ ସମ୍ଭାଳିଥିଲେ। ଏହି ଚାରି ସ୍ପିନର୍‌ଙ୍କୁ ପ୍ରତିପକ୍ଷ ଟିମ୍‌ ଭୟ କରୁଥିଲେ। 

୧୯୪୬ ମସିହା ସେପ୍ଟେମ୍ବର ୨୫ରେ ପଞ୍ଜାବର ଅମୃତସରରେ ଜନ୍ମ ଗ୍ରହଣ କରିଥିଲେ ବିଶନ ସିଂହ ବେଦୀ। ସେ ବାମ ହାତରେ ବୋଲିଂ କରୁଥିଲେ। ସେ ଭାରତ ପାଇଁ ୧୯୬୬ରୁ ୧୯୭୯ ଯାଏଁ କ୍ରିକେଟ ଖେଳିଥିଲେ।

Advertisment

ସେ ୨୨ଟି ଟେଷ୍ଟ ମ୍ୟାଚ୍‌ରେ ଭାରତର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ୬୭ଟି ଟେଷ୍ଟ ମ୍ୟାଚ୍‌ରେ ୨୬୬ଟି ଓ୍ୱିକେଟ ନେଇ ନିଜର ଏକ ଭିନ୍ନ ରେକର୍ଡ କରିଥିଲେ। ଏଥିରୁ ୧୪ ଥର ପାଞ୍ଚଟି ଲେଖାଏଁ ଓ୍ୱିକେଟ୍‌ ଓ ଗୋଟିଏ ଥର ୧୦ ଓ୍ୱିକେଟ ଦଖଲ କରିଥିଲେ। ଏହାବାଦ୍‌ ବିଶନ ୧୦ଟି ଦିନିକିଆ ମ୍ୟାଚ୍‌ ଖେଳି ଭାରତ ପାଇଁ ୭ଟି ଓ୍ୱିକେଟ୍‌ ନେଇଥିଲେ। ସେ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୧୫୬୦ ଓ୍ୱିକେଟ୍‌ ନେବାର ରେକର୍ଡ ମଧ୍ୟ କରିଥିଲେ। 

୧୯୭୫ରେ ଦିନିକିଆ ବିଶ୍ୱକପ୍‌ରେ ଭାରତ ପ୍ରଥମ ଥର କୌଣସି ଦିନିକଆ ମ୍ୟାଚ୍‌ ଜିତିଥିଲା। ଏହି ବିଜୟରେ ବେଦୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ୧୨ ଓଭର୍‌ ବୋଲିଂ କରି ମାତ୍ର ୬ ରନ୍‌ ଦେବା ସହ ଗୋଟିଏ ଓ୍ୱିକେଟ୍‌ ନେଇଥିଲେ। ଇଷ୍ଟ ଆଫ୍ରିକା ବିରୋଧରେ ସେ ଏପରି ସଫଳତା ହାସଲ କରିଥିଲେ।  

ସେ କ୍ରିକେଟରୁ ଅବସର ନେବା ପରେ ମଧ୍ୟ ସେ ଏହି ଖେଳ ସହ ଜଡିତ ଥିଲେ। ୧୯୯୦ରେ ସେ ଭାରତୀୟ ଟିମ୍‌ର ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ ଭାରତ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଟୁର୍‌ରେ ଯାଇଥିଲା।  

Indian Cricket Team Cricket Bishan Singh Bedi