Advertisment

ରାଜସ୍ଥାନକୁ ୧୭୨ ରନର ଟାର୍ଗେଟ୍ ଦେଲା କେକେଆର୍

ଶାରଜା: ଠିକଣା ସମୟରେ ଫର୍ମକୁ ଫେରିଛନ୍ତି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓପ୍ନର ଶୁବମନ୍ ଗିଲ୍। ତାଙ୍କର ଅର୍ଦ୍ଧଶତକ ବଳରେ କେକେଆର୍ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୧ ରନ୍ କରିଛି। ଫଳରେ ରାଜସ୍ଥାନକୁ ମ୍ୟାଚ୍ ଜିତିବା ପାଇଁ ୧୭୨ ରନ୍ କରିବାକୁ ପଡ଼ିବ। କେକେଆର୍ ପକ୍ଷରୁ ଗିଲ୍ ୪୪ ବଲରେ ୪ ଚୌକା ଓ ୨ ଛକା ସହ ୫୬ ରନ୍ କରିଛନ୍ତି। ଶାରଜାରେ ଖେଳାଯାଉଥିବା ଏହି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ରାଜସ୍ଥାନକୁ ୧୭୨ ରନର ଟାର୍ଗେଟ୍ ଦେଲା କେକେଆର୍

kkr

ଶାରଜା: ଠିକଣା ସମୟରେ ଫର୍ମକୁ ଫେରିଛନ୍ତି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓପ୍ନର ଶୁବମନ୍ ଗିଲ୍। ତାଙ୍କର ଅର୍ଦ୍ଧଶତକ ବଳରେ କେକେଆର୍ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୧ ରନ୍ କରିଛି। ଫଳରେ ରାଜସ୍ଥାନକୁ ମ୍ୟାଚ୍ ଜିତିବା ପାଇଁ ୧୭୨ ରନ୍ କରିବାକୁ ପଡ଼ିବ। କେକେଆର୍ ପକ୍ଷରୁ ଗିଲ୍ ୪୪ ବଲରେ ୪ ଚୌକା ଓ ୨ ଛକା ସହ ୫୬ ରନ୍ କରିଛନ୍ତି।

Advertisment

ଶାରଜାରେ ଖେଳାଯାଉଥିବା ଏହି ମ୍ୟାଚରେ ରାଜସ୍ଥାନ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା କେକେଆରକୁ ଭଲ ଷ୍ଟାର୍ଟ ଦେଇଥିଲେ ଦୁଇ ଓପ୍ନର ଗିଲ୍ ଓ ଭେଙ୍କଟେଶ ଆୟର୍। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୭୯ ରନର ଭାଗିଦାରୀ କରିଥିଲେ। ଆୟର୍ ୩୮ (୩୫ ବଲ୍, ୩ ଚୌକା, ୨ ଛକା) ରନ୍ କରି ରାହୁଲ୍ ତେୱାତିଆଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ନୀତୀଶ ରାଣା (୧୨) ନିରାଶ କରିଥିଲେ।

ଗିଲ୍ ୪୦ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ଏହା ପରେ ସେ ନିଜ ୱିକେଟ୍ ହରାଇ ବସିଥିଲେ। ଗିଲଙ୍କୁ କ୍ରିସ୍ ମୋରିସ୍ ପ୍ୟାଭିଲିୟନ୍ ପଠାଇଥିଲେ। ରାହୁଲ୍ ତ୍ରିପାଠୀ ଦ୍ରୁତ ୨୧ (୧୪ ବଲ୍) ରନ୍ କରି ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ତେବେ ଦୁଇ ଅଭିଜ୍ଞ ଦିନେଶ କାର୍ତ୍ତିକ ଓ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଅପରାଜିତ ରହି ଦଳକୁ ୧୭୧ ରନରେ ପହଞ୍ଚାଇଥିଲେ।

Advertisment

କାର୍ତ୍ତିକ ୧୧ ବଲରେ ୧୪ (୧ ଛକା) ଓ ମୋର୍ଗାନ ୧୧ ବଲରେ ୧୩ (୧ ଚୌକା, ୧ ଛକା) ରନ୍ କରି ଅପରାଜିତ ଥିଲେ। ରାଜସ୍ଥାନ ପକ୍ଷରୁ ମୋରିସ୍, ଚେତନ ସାକାରିଆ, ତେୱାତିଆ ଓ ଗ୍ଲେନ୍ ଫିଲିପ୍ସ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।