Advertisment

ପାକିସ୍ତାନ ଆଗରେ ୧୮୨ରନ୍‌ର ବିଜୟ ଲକ୍ଷ୍ୟ

ଦୁବାଇ: ପାକିସ୍ତାନ ଆଗରେ ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ। ଏସିଆ କପର ଆଜିର ମୁକାବିଲାରେ ଭାରତ ଟସ୍ ହାରିବା ପରେ ପାକିସ୍ତାନର ନିଷ୍ପତ୍ତି ମୁତାବକ ବ୍ୟାଟିଂ କରିଥିଲା। ୨୦ ଓଭର ଖେଳି ଭାରତୀୟ ଟିମ୍ ୭ ୱିକେଟ ବିନିମୟରେ ୧୮୧ ରନ୍ କରିଥିଲା। ଓପନର ରୋହିତ ଶର୍ମା (କ୍ୟାପଟେନ୍) ଓ କେ.ଏଲ୍. ରାହୁଲ (ଭାଇସ୍-କ୍ୟାପଟେନ୍) ୨୮ ଲେଖାଏଁ ରନ୍ କରି ଆଉଟ ହୋଇଥିଲେ। ତେବେ ସେମାନଙ୍କ ପରେ ଆସିଥିବା  ବିରାଟ କୋହଲି ଶେଷ ଓଭର […]

author-image
Niranjan Mishra
ଅଦ୍ୟତନ ହୋଇଛି
ପାକିସ୍ତାନ ଆଗରେ ୧୮୨ରନ୍‌ର ବିଜୟ ଲକ୍ଷ୍ୟ

cricket

ଦୁବାଇ: ପାକିସ୍ତାନ ଆଗରେ ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ। ଏସିଆ କପର ଆଜିର ମୁକାବିଲାରେ ଭାରତ ଟସ୍ ହାରିବା ପରେ ପାକିସ୍ତାନର ନିଷ୍ପତ୍ତି ମୁତାବକ ବ୍ୟାଟିଂ କରିଥିଲା। ୨୦ ଓଭର ଖେଳି ଭାରତୀୟ ଟିମ୍ ୭ ୱିକେଟ ବିନିମୟରେ ୧୮୧ ରନ୍ କରିଥିଲା।

Advertisment

ଓପନର ରୋହିତ ଶର୍ମା (କ୍ୟାପଟେନ୍) ଓ କେ.ଏଲ୍. ରାହୁଲ (ଭାଇସ୍-କ୍ୟାପଟେନ୍) ୨୮ ଲେଖାଏଁ ରନ୍ କରି ଆଉଟ ହୋଇଥିଲେ। ତେବେ ସେମାନଙ୍କ ପରେ ଆସିଥିବା  ବିରାଟ କୋହଲି ଶେଷ ଓଭର ପର୍ଯ୍ୟନ୍ତ ରହି ୬୦ ରନ୍ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ମାତ୍ର ୧୩, ରିଷଭ ପନ୍ଥ (ଓ୍ୱିକେଟକିପର) ୧୪, ଦୀପକ ହୁଡା ୧୬ ରନ୍ କରି ଆଉଟ ହୋଇଥିଲେ। ଯେତେବେଳେ କି ହାର୍ଦ୍ଦିକ ପାଣ୍ଡ୍ୟା ବିନା କୌଣସି ରନ୍‌ କରି ଆଉଟ୍ ହୋଇଥିଲେ। ରବି ବିଷ୍ଣୋଇ ୮ ରନ୍ କରି ଅପରାଜିତ ଥିଲେ।

ପାକିସ୍ତାନ ପକ୍ଷରୁ ଶଦାବ ଖାନା ୨ଟି ୱିକେଟ ନେଇଥିବା ବେଳେ ମହମ୍ମଦ ହସନୈନ୍, ନସୀମ ଶାହ, ହାସିଫ ରୌଫ, ମହମ୍ମଦ ନଓ୍ୱାଜ ଗୋଟାଏ ଲେଖାଏଁ ୱିକେଟ ନେଇଥିଲେ।

Advertisment