୨୪, ୭, ୨୮, ୧୧, ୨୮, ୬, ୪୨, ୭,୦,୨, ୭। ଏହା ହେଉଛି ଆଡିଲେଡ୍ ଓଭାଲରେ ଖେଳା ଯାଉଥିବା ପିଙ୍କ୍ ଟେଷ୍ଟରେ ଭାରତୀୟ ବ୍ୟାଟରମାନେ କରିଥିବା ସ୍କୋର। ଆଉ ଏହାର ପରିଣାମ ସେମାନଙ୍କୁ ଭୋଗିବାକୁ ପଡ଼ିଛି। ଦଳ ମାତ୍ର ୧୯ ରନ୍ର ବିଜୟ ଲକ୍ଷ୍ୟ ଦେଇଛି ଅଷ୍ଟ୍ରେଲିଆକୁ।
Also Read
ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ଦଳ ମାତ୍ର ୧୮୦ ରନ୍ କରିଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୭ ରନ୍ କରିଥିଲା। ଦ୍ୱିତୀୟ ଇନିଂସରେ ଭାରତର ପ୍ରଦର୍ଶନରେ କୌଣସି ପରିବର୍ତ୍ତନ ଆସି ନଥିଲା। ଦଳର ପ୍ରମୁଖ ବ୍ୟାଟରମାନେ ପୁଣି ଫେଲ୍ ମାରିଥିଲେ। ଦଳର ସ୍କୋର ଦେଢ଼ ଶହ ଛୁଇଁବା ପୂର୍ବରୁ ୭ ଜଣ ଆଉଟ୍ ହୋଇଯାଇଥିଲେ। ଗତକାଲି ଦଳ ୫ଟି ୱିକେଟ ହରାଇଥିବା ବେଳେ ଆଜି ଘଣ୍ଟେରୁ ଟିକେ ଅଧିକ ସମୟ ମଧ୍ୟରେ ବାକି ୫ଟି ୱିକେଟ୍ ହରାଇଥିଲା।
ଦଳ ମାତ୍ର ୩୬.୫ ଓଭରରେ ଦ୍ୱିତୀୟ ଇନିଂସରେ ଅଲ୍ ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ନୀତୀଶ କୁମାର ରେଡ୍ଡୀ ସର୍ବାଧିକ ୪୨ ରନ୍ କରିଛନ୍ତି। ଆଉ କୌଣସି ବ୍ୟାଟର ୩୦ ମଧ୍ୟ ଟପି ନାହାନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
![Rohit Sharma Rohit Sharma](https://assets.odishareporter.in/uploadimage/library/16_9/16_9_3/IMAGE_1737197146.jpg)
Cricket
ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା; ଜାଣନ୍ତୁ, କିଏ ସ୍ଥାନ ପାଇଲେ, କିଏ ନିରାଶ ହେଲେ
ଉଭୟ ଟେଷ୍ଟ ଓ ଟି-ଟ୍ୱେଣ୍ଟିରେ ଭଲ ପ୍ରଦର୍ଶନ କରିଥିବାରୁ ଯଶସ୍ୱୀ ଜୈସୱାଲଙ୍କୁ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ୍ରେ ସାମିଲ କରାଯାଇଛି।
Sports
ରଣଜୀ ଖେଳିବେ କୋହଲି-ପନ୍ତ! ଦିଲ୍ଲୀ ସମ୍ଭାବ୍ୟ ଦଳରେ ଆସିଲା ନାଁ
କୋହଲି ଓ ପନ୍ତଙ୍କ ବ୍ୟତୀତ ହର୍ଷିତ ରାଣାଙ୍କ ନାଁ ମଧ୍ୟ ଦିଲ୍ଲୀର ସମ୍ଭାବ୍ୟ ଖେଳାଳି ତାଲିକାରେ ରହିଛି।
Cricket
BCCI କଠୋର, ଏଣିକି ଖେଳାଳିଙ୍କ ସାଙ୍ଗରେ ଯାଇପାରିବେନି ପତ୍ନୀ!
ନୂଆ ନିୟମ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ମଧ୍ୟରେ ପତ୍ନୀମାନେ ଖେଳାଳିଙ୍କ ସହିତ ରହି ପାରିବେ ନାହିଁ। ପରିବାରକୁ କେବଳ ଦୁଇ ସପ୍ତାହ ପାଇଁ ରହିବାକୁ ଅନୁମତି ମିଳିବ।
Sports
ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସ୍କ୍ୱାଡ
ଅଷ୍ଟ୍ରେଲିଆ ସ୍କ୍ୱାଡକୁ ଫେରିଲେ ଅଧିନାୟକ କମିନ୍ସ ଓ ଜୋଶ ହାଜଲେଉଡ। ବାଭୁମାଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଟିମକୁ ନୋର୍କିଆଙ୍କ କମବ୍ୟାକ୍।
![Payal Payal](https://assets.odishareporter.in/uploadimage/library/16_9/16_9_3/Payal_1736768122.jpg)
Cricket
ଓଡ଼ିଶାର ସୁନା ଝିଅ ପାୟଲ, ହାତ ଗୋଡ଼ ନଥାଇ ବି ତୀରନ୍ଦାଜିରେ ଜିତିଲେ ସ୍ୱର୍ଣ୍ଣ
ଓଡ଼ିଶା ପାଇଁ ସେ ଜାତୀୟ ସିନିୟର ତୀରନ୍ଦାଜି ଚାମ୍ପିୟନଶିପରେ ଜିତିଛନ୍ତି ସ୍ୱର୍ଣ୍ଣ। ହାତ ଗୋଡ଼ ନଥାଇ ବି ସେ ସ୍ୱର୍ଣ୍ଣିମ ଇତିହାସ ସୃଷ୍ଟି କରିଛନ୍ତି। ଏଥିପାଇଁ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଖୋଦ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋଶାଲ ମିଡିଆରେ ପାୟଲଙ୍କୁ ସ୍ୱର୍ଣ୍ଣ ପଦକ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।