Advertisment

ଖୁସି ଖବର, ଡିଡି ସ୍ପୋର୍ଟସରେ ପ୍ରସାରଣ ହେବ ଭାରତ-ନ୍ୟୁଜିଲ୍ୟାଣ୍ଡ୍ ଫାଇନାଲ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶୁକ୍ରବାର ଠାରୁ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲର ପ୍ରସାରଣ ଷ୍ଟାର୍ ସ୍ପୋର୍ଟସ୍ ବ୍ୟତୀତ ଦୂରଦର୍ଶନର କ୍ରୀଡ଼ା ଚ୍ୟାନେଲ୍ ଡିଡି ସ୍ପୋର୍ଟସରେ ମଧ୍ୟ ପ୍ରସାରିତ ହେବ। ଏହା ଦ୍ୱାରା ଅପହଞ୍ଚ ସ୍ଥାନରେ ରହୁଥିବା ଦର୍ଶକ ମଧ୍ୟ ସହଜରେ ଏହି ମୁକାବିଲାର ମଜା ଉଠାଇ ପାରିବେ। ଡବ୍ଲ୍ୟୁଟିସି ଫାଇନାଲ୍‌ ଇଂଲଣ୍ଡର ସାଉଥାମ୍ପଟନରେ ଖେଳାଯିବ, ଯେଉଁଥିରେ ବିରାଟ୍‌ କୋହଲି ଓ କେନ୍ […]

author-image
Ranjit Kumar Jena
ଖୁସି ଖବର, ଡିଡି ସ୍ପୋର୍ଟସରେ ପ୍ରସାରଣ ହେବ ଭାରତ-ନ୍ୟୁଜିଲ୍ୟାଣ୍ଡ୍ ଫାଇନାଲ୍

ind-vs-nz

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶୁକ୍ରବାର ଠାରୁ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲର ପ୍ରସାରଣ ଷ୍ଟାର୍ ସ୍ପୋର୍ଟସ୍ ବ୍ୟତୀତ ଦୂରଦର୍ଶନର କ୍ରୀଡ଼ା ଚ୍ୟାନେଲ୍ ଡିଡି ସ୍ପୋର୍ଟସରେ ମଧ୍ୟ ପ୍ରସାରିତ ହେବ। ଏହା ଦ୍ୱାରା ଅପହଞ୍ଚ ସ୍ଥାନରେ ରହୁଥିବା ଦର୍ଶକ ମଧ୍ୟ ସହଜରେ ଏହି ମୁକାବିଲାର ମଜା ଉଠାଇ ପାରିବେ।

Advertisment

ଡବ୍ଲ୍ୟୁଟିସି ଫାଇନାଲ୍‌ ଇଂଲଣ୍ଡର ସାଉଥାମ୍ପଟନରେ ଖେଳାଯିବ, ଯେଉଁଥିରେ ବିରାଟ୍‌ କୋହଲି ଓ କେନ୍ ୱିଲିୟମସନଙ୍କ ଟିମ୍ ମୁହାଁମୁହିଁ ହେବେ। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର୍ ଟୁଇଟ୍ କରି ଏହି ମୁକାବିଲାର ଦୂରଦର୍ଶନରେ ପ୍ରସାରଣର ସୂଚନା ଦେଇଛନ୍ତି।

ଜାଭଡେଜର୍ ଟୁଇଟ୍ କରିଛନ୍ତି, ‘କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଏକ ବଡ଼ ଅପଡେଟ୍। ଏବେ ଆପଣ ଡବ୍ଲ୍ୟୁଟିପି ଫାଇନାଲ୍ ଡିଡି ଫ୍ରି ଡିଶରେ ଡିଡି ସ୍ପୋର୍ଟସ୍ ଚ୍ୟାନେଲରେ ଦେଖିପାରିବେ।’ ପ୍ରସାର ଭାରତୀର ସିଇଓ ଶଶୀ ଶେଖର ଦୂରଦର୍ଶନରେ ମ୍ୟାଚର ପ୍ରସାରଣ ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ, କ୍ରୀଡ଼ା ମନ୍ତ୍ରାୟ ଓ ଷ୍ଟାର୍ ସ୍ପୋର୍ଟସକୁ କୃତଜ୍ଞତା ଜଣାଇଛି।

Advertisment

ଶଶୀ ଶେଖର ଟୁଇଟ୍ କରିଛନ୍ତି, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ, କ୍ରୀଡ଼ା ମନ୍ତ୍ରାଳୟ ଓ ଷ୍ଟାର୍ ସ୍ପୋର୍ଟସକୁ ଧନ୍ୟବାଦ। ଆଇସିସି ଟେଷ୍ଟ ବିଶ୍ୱ କପ୍ (ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ) ଫାଇନାଲ୍ ଡିଡି ଫ୍ରି ଡିଶ୍ ଡିଟିଏଚର ଡିଡି ସ୍ପୋର୍ଟସ୍ ଚ୍ୟାନେଲ୍ ୧.୦ରେ ଦେଖିପାରିବେ।