Advertisment

ଖସିଲା ପାକିସ୍ତାନ, ଭାରତ ପୁଣି ନମ୍ବର-୧

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ଚାମ୍ପିୟନଶିପର ପଏଣ୍ଟ ଟେବୁଲରେ ପୁଣିଥରେ ଏକ ନମ୍ବର ସ୍ଥାନରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଭାରତୀୟ କ୍ରିକେଟ୍ ଟିମ୍ ଜବରଦସ୍ତ ପ୍ରଦର୍ଶନ କରି ୧୫୭ ରନରେ ବିଜୟୀ ହୋଇଛି। ଏହି ବିଜୟ ପରେ ଏବେ ଟେଷ୍ଟ ଚାମ୍ପିୟନଶିପ୍ ପଏଣ୍ଟ ଟେବୁଲରେ ଭାରତକୁ ୨୬ ପଏଣ୍ଟ ଓ ୫୪.୧୭ ପଏଣ୍ଟ ପ୍ରତିଶତ ହୋଇଛି। ଏହାସହ ଭାରତ ପୁଣିଥରେ ଶୀର୍ଷ ସ୍ଥାନ କବଜା କରିଛି। ତୃତୀୟ ଟେଷ୍ଟ ହାରିବା ପରେ ଭାରତକୁ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଖସିଲା ପାକିସ୍ତାନ, ଭାରତ ପୁଣି ନମ୍ବର-୧

team-india

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ଚାମ୍ପିୟନଶିପର ପଏଣ୍ଟ ଟେବୁଲରେ ପୁଣିଥରେ ଏକ ନମ୍ବର ସ୍ଥାନରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଭାରତୀୟ କ୍ରିକେଟ୍ ଟିମ୍ ଜବରଦସ୍ତ ପ୍ରଦର୍ଶନ କରି ୧୫୭ ରନରେ ବିଜୟୀ ହୋଇଛି। ଏହି ବିଜୟ ପରେ ଏବେ ଟେଷ୍ଟ ଚାମ୍ପିୟନଶିପ୍ ପଏଣ୍ଟ ଟେବୁଲରେ ଭାରତକୁ ୨୬ ପଏଣ୍ଟ ଓ ୫୪.୧୭ ପଏଣ୍ଟ ପ୍ରତିଶତ ହୋଇଛି। ଏହାସହ ଭାରତ ପୁଣିଥରେ ଶୀର୍ଷ ସ୍ଥାନ କବଜା କରିଛି।

Advertisment

ତୃତୀୟ ଟେଷ୍ଟ ହାରିବା ପରେ ଭାରତକୁ କ୍ଷତି ହୋଇଥିଲା ଏବଂ ଟିମ୍ ତୃତୀୟ ସ୍ଥାନକୁ ଖସି ଆସିଥିଲା। କିନ୍ତୁ ଚତୁର୍ଥ ଟେଷ୍ଟରେ କମାଲ୍ କରିବା ପରେ ଭାରତ ପୁଣିଥରେ ଟପ୍ ପୋଜିସନକୁ ଫେରିଛି। ଭାରତର ଶୀର୍ଷକୁ ଉଠିବା ଦ୍ୱାରା ପାକିସ୍ତାନ ଦ୍ୱିତୀୟକୁ ଖସି ଆସିଛି। ପାକିସ୍ତାନ ପାଖରେ ଏବେ ୧୨ ପଏଣ୍ଟ ରହିଛି। ୱେଷ୍ଟଇଣ୍ଡିଜ୍ ଟିମ୍ ମଧ୍ୟ ୧୨ ପଏଣ୍ଟ ଓ ୫୦ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି। ଇଂଲଣ୍ଡ ଟିମ୍ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ଇଂଲଣ୍ଡ ପାଖରେ ୧୪ ପଏଣ୍ଟ ଓ ୨୯.୧୭ ପ୍ରତିଶତ ପଏଣ୍ଟ ରହିଛି।

ICC World Test Championship (2021-2023)

ଆଇସିସି ଏଥର ତା’ର ନିୟମରେ ପରିବର୍ତ୍ତନ କରିଛି। ପ୍ରତି ଟେଷ୍ଟ ଜିତିଲେ ଟିମକୁ ୧୨ ପଏଣ୍ଟ ମିଳିବ। ଟାଇ ରହିବା ଦ୍ୱାରା ୬ ପଏଣ୍ଟ, ଡ୍ର’ ହେବା ପରେ ୪ ପଏଣ୍ଟ ମିଳିବ। ତେବେ ଟେଷ୍ଟ ମ୍ୟାଚ୍ ହାରିଲେ କୌଣସି ପଏଣ୍ଟ ଦିଆଯିବ ନାହିଁ। ଏହାବ୍ୟତୀତ ପଏଣ୍ଟ ପ୍ରତିଶତ ପାଇଁ ଆଇସିସି ମାନଦଣ୍ଡ ପ୍ରସ୍ତୁତ କରିଛି। ବିଜୟୀ ଟିମକୁ ଶତପ୍ରତିଶତ ପଏଣ୍ଟ ମିଳିଥାଏ। ଟାଇ ହେବା ପରେ ୫୦ ଓ ଡ୍ର’ ରହିବା ଦ୍ୱାରା ୩୩.୩୩ ପ୍ରତିଶତ ପଏଣ୍ଟ ମିଳିଥାଏ। ହାରିଥିବା ଟିମକୁ କୌଣସି ପ୍ରତିଶତ ପଏଣ୍ଟ ମିଳିବ ନାହିଁ।

Advertisment

ସୂଚନାଯୋଗ୍ୟ, ପ୍ରଥମ ଇନିଂସ୍‌ରେ ଶାର୍ଦ୍ଦୁଲଙ୍କ ବିସ୍ଫୋରକ ୫୭ ରନ୍‌ ବଳରେ ଭାରତ ୧୯୧ ରନ୍‌ କରି ଅଲଆଉଟ ହୋଇଯାଇଥିଲା। ଇଂଲଣ୍ଡ କ୍ରିସ୍‌ ୱକ୍ସଙ୍କ ୫୦ ଓ ଓଲି ପପ୍‌ଙ୍କ ୮୧ ରନ୍‌ ବଳରେ ୨୯୦ ରନ୍‌ କରି ୯୯ ରନ୍‌ର ଲିଡ୍‌ ହାସଲ କରିଥିଲା। ଏହାର ଜବାବରେ ଭାରତ ରୋହିତ ଶର୍ମାଙ୍କ ୧୨୭, ଶାର୍ଦ୍ଦୁଲ ଠାକୁରଙ୍କ ୬୦, ଚେତେଶ୍ୱର ପୂଜାରାଙ୍କ ୬୧ ଓ ଋଷଭ ପନ୍ତଙ୍କ ୫୦ ବଲ୍‌ରେ ୪୬୬ ରନ୍‌ କରି ଅଲଆଉଟ ହୋଇଥିଲା। ୩୬୮ ରନର ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ୨୧୦ ରନରେ ଅଲଆଉଟ୍ ହୋଇ ପରାଜୟ ସ୍ୱୀକାର କରିଥିଲା।