ବିଶ୍ୱକପ୍ ଫାଇନାଲ୍ ମୈଦାନରେ ଭାରତକୁ ମିଳିଛି ସଫଳତା। ଦ୍ୱିତୀୟ ଓଭରରେ ମହମ୍ମଦ ଶାମିଙ୍କ ବଲର ଶିକାର ହୋଇଛନ୍ତି ଡେଭିଡ ୱାର୍ଣ୍ଣର୍। କଙ୍ଗାରୁ ବାହିନୀ ୧୬ ରନରେ ପ୍ରଥମ ୱିକେଟ୍ ହରାଇ ଥିବାବେଳେ ୪୧ ରନରେ ପାଭିଲିଅନ ଫେରିଛନ୍ତି ଆଉ ଜଣେ ଷ୍ଟାର୍ ବ୍ୟାଟର୍।
ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣର୍ ୭(୩) ରନ୍ କରି ପାଭିଲିଅନ ଫେରିଯାଇଛନ୍ତି। ଏହାପରେ ମିଚେଲ ମାର୍ଶଙ୍କୁ ଆଉଟ୍ କରେଇ ନେଇଛନ୍ତି ଯଶପ୍ରୀତ ବୁମରା। ବିଶ୍ୱକପର ଏହି ମହାମୁକାବିଲାରେ ୨୪୧ ରନର ପିଛା କରି ଦ୍ୱିତୀୟ ଇନିଂସ ଆରମ୍ଭ କରିଛି କଙ୍ଗାରୁ ବାହିନୀ।
Also Read
ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି ଏହି ହାଇଭୋଲଟେଜ୍ ମ୍ୟାଚ୍। ଫାଇନାଲ୍ ଫାଇଟରେ ଏକ ସଙ୍ଘର୍ଷପୂର୍ଣ୍ଣ ମୁକାବିଲାକୁ ଅପେକ୍ଷା କରିଛି ପୂରା ବିଶ୍ୱ। ଆଜିର ମ୍ୟାଚରେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା ଅଷ୍ଟ୍ରେଲିଆ। ପ୍ରଥମେ ପାଳି ଆରମ୍ଭ କରି ଭାରତ ନିର୍ଦ୍ଧାରିତ ଓଭର ମଧ୍ୟରେ ସମସ୍ତ ୱିକେଟ୍ ହରାଇ ୨୪୦ ରନ୍ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Cricket
୪୭୧ରେ ଅଟକିଲା ଭାରତର ପ୍ରଥମ ଇନିଂସ
ପ୍ରଥମ ୧୫ ଓଭରରେ ଗିଲ ଓ ପନ୍ତ ୫୩ ରନ ଯୋଡ଼ି ଇଂଲଣ୍ଡକୁ ବିପର୍ଯ୍ୟୟ ଘଟାଇବାକୁ କୌଣସି ସୁଯୋଗ ଦେଇ ନଥିଲେ। କିନ୍ତୁ ଗିଲ ୧୪୭ ଓ ପନ୍ତ ୧୩୪ ରନରେ ଆଉଟ ହେବା ପରେ ଭାରତୀୟ ବ୍ୟାଟିଂ ଲାଇନ ଅପ୍ ତାସର ଘର ଭଳି ଭୁଶୁଡ଼ି ପଡ଼ିଛି।

Cricket
ଛକା ମାରି ଶତକ ହାସଲ କଲେ, ଧୋନି ରେକର୍ଡ ଭାଙ୍ଗିଲେ
ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ପନ୍ତଙ୍କ ବ୍ୟାଟରୁ ରେକର୍ଡ ଶତକ ବାହାରିଛି। ପ୍ରଥମ ଦିନରେ ପନ୍ତ ଅପରାଜିତ ୬୫ ରନ କରିଥିଲେ।

Cricket
ବ୍ରାଡମ୍ୟାନଙ୍କୁ ପଛରେ ପକାଇ ବିଶ୍ୱ ରେକର୍ଡ କଲେ ଯଶସ୍ୱୀ ଜୈସୱାଲ
ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ର ପ୍ରଥମ ଦିନରେ ଭାରତ ୩ ୱିକେଟ ହରାଇ ୩୫୯ ରନ କରି ନେଇଛି। ଲିଡ୍ସରେ ପ୍ରଥମ ଦିନରେ ଏତେ ସ୍କୋର କରିବାରେ ମଧ୍ୟ ଭାରତର ନୂଆ ରେକର୍ଡ କରିଛି। ଇଂଲିଶ ମାଟିରେ ପ୍ରଥମ ଦିନରେ ଭାରତ ପୂର୍ବରୁ କେବେ ହେଲେ ବି ଏତେ ରନ କରି ନଥିଲା।

Cricket
୧୩୪ ବଲରେ ୩୨୭ ରନର ଇନିଂସ ଖେଳିଲେ ସୂର୍ଯ୍ୟବଂଶୀଙ୍କ ସାଙ୍ଗ
ଆୟନ ରାଜଙ୍କ ବ୍ୟାଟିଂକୁ ସମସ୍ତେ ପ୍ରଶଂସା କରିଛନ୍ତି। କାରଣ ସେ ୨୨୦.୮୯ ଷ୍ଟ୍ରାଇକରେ ଏତେ ବଡ଼ ଇନିଂସ ଖେଳିଛନ୍ତି। ପୂରା ମ୍ୟାଚ୍ରେ ଆୟନ ରାଜଙ୍କ ଦବଦବା ଦେଖିବାକୁ ମିଳିଛି।

Cricket
ଅକ୍ଟୋବର ୫ରେ ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍
୨୦୨୫ ପୁରୁଷ ଚାମ୍ପିୟନ୍ସ ଟ୍ରଫି ବେଳେ ଭାରତୀୟ ଟିମ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଯାଇ ନଥିଲା। ଏହାପରେ ଆଇସିସି ୨୦୨୭ ଯାଏ ଭାରତ ଓ ପାକିସ୍ତାନ ପରସ୍ପର ସହ ନିରପେକ୍ଷ ଭେନ୍ୟୁରେ ମ୍ୟାଚ୍ ଖେଳିବେ ବୋଲି ନିଷ୍ପତ୍ତି ନେଇଥିଲା।