Advertisment

ଦିନିକିଆକୁ କହିଲେ ଅଲବିଦା ବିଶ୍ୱକପର ଦ୍ରୁତତମ ଶତକଧାରୀ କ୍ରିକେଟର୍

ଡବଲିନ୍: ୫୦ ଓଭର ବିଶ୍ୱକପ୍ ଇତିହାସରେ ସବୁଠାରୁ ଦ୍ରୁତ ଶତକର ରେକର୍ଡ ନିଜ ନାଁରେ କରିଥିବା ଆୟର୍ଲ୍ୟାଣ୍ଡର ଷ୍ଟାର୍ ଅଲରାଉଣ୍ଡର କେଭିନ୍ ଓ’ ବ୍ରାୟନ୍ ଦିନିକିଆ କ୍ରିକେଟକୁ ଅଲବିଦା କହିଛନ୍ତି। ୧୫ ବର୍ଷ ଖେଳିବା ପରେ ୩୭ ବର୍ଷୀୟ ବ୍ରାୟନ୍ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ଆୟର୍ଲ୍ୟାଣ୍ଡର ସବୁଠାରୁ ସଫଳ ଖେଳାଳି ଓ’ ବ୍ରାୟନ୍ ଏବେ ଟି-୨୦ ଓ ଟେଷ୍ଟ କ୍ରିକେଟ୍ ଉପରେ ଫୋକସ୍ କରିବେ। ସନ୍ନ୍ୟାସ ସୂଚନା ଦେଇ ବ୍ରାୟନ୍ କହିଛନ୍ତି, ୧୫ ବର୍ଷ ଧରି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଦିନିକିଆକୁ କହିଲେ ଅଲବିଦା ବିଶ୍ୱକପର ଦ୍ରୁତତମ ଶତକଧାରୀ କ୍ରିକେଟର୍

kevin-o-brien

ଡବଲିନ୍: ୫୦ ଓଭର ବିଶ୍ୱକପ୍ ଇତିହାସରେ ସବୁଠାରୁ ଦ୍ରୁତ ଶତକର ରେକର୍ଡ ନିଜ ନାଁରେ କରିଥିବା ଆୟର୍ଲ୍ୟାଣ୍ଡର ଷ୍ଟାର୍ ଅଲରାଉଣ୍ଡର କେଭିନ୍ ଓ’ ବ୍ରାୟନ୍ ଦିନିକିଆ କ୍ରିକେଟକୁ ଅଲବିଦା କହିଛନ୍ତି। ୧୫ ବର୍ଷ ଖେଳିବା ପରେ ୩୭ ବର୍ଷୀୟ ବ୍ରାୟନ୍ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ଆୟର୍ଲ୍ୟାଣ୍ଡର ସବୁଠାରୁ ସଫଳ ଖେଳାଳି ଓ’ ବ୍ରାୟନ୍ ଏବେ ଟି-୨୦ ଓ ଟେଷ୍ଟ କ୍ରିକେଟ୍ ଉପରେ ଫୋକସ୍ କରିବେ।

Advertisment

ସନ୍ନ୍ୟାସ ସୂଚନା ଦେଇ ବ୍ରାୟନ୍ କହିଛନ୍ତି, ୧୫ ବର୍ଷ ଧରି ଆୟର୍ଲ୍ୟାଣ୍ଡ ପକ୍ଷରୁ ଖେଳିବା ପରେ ଏବେ ମୋତେ ଲାଗୁଛି ଯେ ଦିନିକିଆରୁ ଅଲଗା ହେବା ଏବଂ ଅଲବିଦା କହିବାର ଉପଯୁକ୍ତ ସମୟ। ୧୫୩ ମ୍ୟାଚରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିବା ମୋ ପାଇଁ ସମ୍ମାନର କଥା। ଦିନିକିଆ କ୍ରିକେଟରୁ ମୁଁ ସ୍ମୃତି ନେଉ ଯାଉଛି, ତାହା ସର୍ବଦା ମୋ ସହ ରହିବ।

ଆୟର୍ଲ୍ୟାଣ୍ଡ ପକ୍ଷରୁ ୨୦୦୭, ୨୦୧୧ ଓ ୨୦୧୫ ବିଶ୍ୱକପ୍ ଖେଳିଥିବା ବ୍ରାୟନ୍ କହିଛନ୍ତି ଯେ ଏବେ ଦିନିକିଆ କ୍ରିକେଟରେ ତାଙ୍କ ଭିତରେ ପୂର୍ବଭଳି ଆଉ କ୍ଷୁଧା ନାହିଁ। ଏଥିପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସେ ମଧ୍ୟ ପରବର୍ତ୍ତୀ ଯୋଜନା ସମ୍ବନ୍ଧରେ କହିଛନ୍ତି, ମୁଁ ଏବେ ଟି-୨୦ କ୍ରିକେଟ୍ ପ୍ରତି ନିଜକୁ ସମର୍ପିତ କରିଦେବି, କାରଣ ଆଗାମୀ ୧୮ ମାସ ଭିତରେ ଦୁଇଟି ବିଶ୍ୱକପ୍ ଆୟୋଜିତ ହେବ। ଏହାସହ କିଛି ଟେଷ୍ଟ ମ୍ୟାଚ୍ ଖେଳିବାକୁ ମଧ୍ୟ ଚାହୁଁଛି।

Advertisment

ସୂଚନାଯୋଗ୍ୟ, ୨୦୧୧ ବିଶ୍ୱକପ୍ ବ୍ରାଏନଙ୍କ ପାଇଁ ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ଥିଲା। ଏହି ବିଶ୍ବକପରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ବ୍ରାୟନ୍ ମାତ୍ର ୫୦ ବଲରେ ଶତକ ପୂରଣ କରିଥିଲେ । ଯାହା ବିଶ୍ୱକପ୍ ଇତିହାସର ଦ୍ରୁତ ଶତକ। ଆଜିବି ବ୍ରାୟନଙ୍କ ଏହି ରେକର୍ଡ ଅତୁଟ ରହିଛି। ଉକ୍ତ ମ୍ୟାଚରେ ଇଂଲଣ୍ଡ ୫୦ ଓଭରରେ ୮ ୱିକେଟ୍ ହରାଇ ୩୨୭ ରନ୍ କରିଥିଲା । ଜବାବରେ ଆୟର୍ଲ୍ୟାଣ୍ଡ୍ ୫ ବଲ୍ ବାକି ଥାଇ ୩ ୱିକେଟରେ ମ୍ୟାଚକୁ ଜିତି ନେଇଥିଲା। କେଭିନ୍ ଓ’ ବ୍ରାୟନ୍ ୬୩ ବଲରେ ୧୩ ଚୌକା ଓ ୬ ଛକା ସହାୟତାରେ ୧୧୩ ରନ୍ କରିଥିଲେ, ଯେଉଁଥି ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା ।

ବ୍ରାୟନ୍ ଆୟର୍ଲ୍ୟାଣ୍ଡ୍ ପକ୍ଷରୁ ୧୫୩ ଦିନିକିଆ ଖେଳି ୩୬୧୯ ରନ୍ କରିଛନ୍ତି, ଯାହା ଆୟର୍ଲ୍ୟାଣ୍ଡ ପକ୍ଷରୁ ତୃତୀୟ ସର୍ବାଧିକ ସ୍କୋର। ସେ ୨ଟି ଶତକ ଓ ୧୮ ଅର୍ଦ୍ଧଶତକ ମାରିଛନ୍ତି। ସେ ମଧ୍ୟ ଦିନିକିଆରେ ୧୧୪ ୱିକେଟ୍ ହାସଲ କରିଛନ୍ତି, ଯାହା ଏହି ଫର୍ମାଟରେ ଆୟର୍ଲ୍ୟାଣ୍ଡ ପକ୍ଷରୁ ସର୍ବାଧିକ।