Advertisment

ଆଇସିସି ପୁରସ୍କାର ଦୌଡ଼ରେ ବୁମ୍ରା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ସିରିଜରେ ବ୍ୟାଟ୍ ଓ ବଲରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଅଗଷ୍ଟ ମାସର ଆଇସିସି ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ବୁମ୍ରାଙ୍କ ବ୍ୟତୀତ ପୁରୁଷ ବର୍ଗରେ ଇଂଲଣ୍ଡ ଟେଷ୍ଟ ଟିମ୍ କ୍ୟାପଟେନ୍ ଜୋ ରୁଟ୍ ଓ ପାକିସ୍ତାନ ପେସ୍ ବୋଲର ଶାହୀନ ଆଫ୍ରିଦି ମଧ୍ୟ ଦୌଡ଼ରେ ରହିଛନ୍ତି। ରୁଟ୍ ଟେଷ୍ଟ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତ। ସେ ଏକମାତ୍ର ଖେଳାଳି ଭାବେ ଚଳିତ ସିରିଜରୁ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଆଇସିସି ପୁରସ୍କାର ଦୌଡ଼ରେ ବୁମ୍ରା

jasprit-bumrah

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ସିରିଜରେ ବ୍ୟାଟ୍ ଓ ବଲରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଅଗଷ୍ଟ ମାସର ଆଇସିସି ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ବୁମ୍ରାଙ୍କ ବ୍ୟତୀତ ପୁରୁଷ ବର୍ଗରେ ଇଂଲଣ୍ଡ ଟେଷ୍ଟ ଟିମ୍ କ୍ୟାପଟେନ୍ ଜୋ ରୁଟ୍ ଓ ପାକିସ୍ତାନ ପେସ୍ ବୋଲର ଶାହୀନ ଆଫ୍ରିଦି ମଧ୍ୟ ଦୌଡ଼ରେ ରହିଛନ୍ତି। ରୁଟ୍ ଟେଷ୍ଟ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତ। ସେ ଏକମାତ୍ର ଖେଳାଳି ଭାବେ ଚଳିତ ସିରିଜରୁ ୫୦୦ରୁ ଅଧିକ ରନ୍ କରିଛନ୍ତି।

Advertisment

ବୁମ୍ରାଙ୍କର ପ୍ରଦର୍ଶନ ମଧ୍ୟ ଭଲ ରହିଛି। ନଟ୍ଟିଂହାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୯ ୱିକେଟ୍ ନେଇଥିବା ବୁମ୍ରା ଲର୍ଡ୍ସ ଟେଷ୍ଟରେ ବ୍ୟାଟରେ କମାଲ୍ କରିଥିଲେ। ସେ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ମହମ୍ମଦ ଶାମିଙ୍କ ସହ ମିଶି ନବମ ୱିକେଟ୍ ପାଇଁ ରେକର୍ଡ ୮୯ ରନର ପାର୍ଟନରଶିପ୍ କରିଥିଲେ।

ପାକିସ୍ତାନର ଯୁବ ବାମହାତୀ ପେସର୍ ଆଫ୍ରିଦି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ସେ ସିରିଜରେ ୧୮ ୱିକେଟ୍ ହାସଲ କରିଥିଲେ। ଦ୍ୱିତୀୟ ଟେଷ୍ଟରେ ସେ ୧୦ ୱିକେଟ୍ ନେଇଥିଲେ, ଯାହା ବଳରେ ପାକିସ୍ତାନ ୧୦୯ ରନରେ ବିଜୟୀ ହୋଇ ସିରିଜ୍ ୧-୧ରେ ବରାବର କରିଥିଲା।

Advertisment

ସେହିପରି ଆଇସିସି ମହିଳା ସର୍ବଶ୍ରେଷ୍ଠ ଖେଳାଳି ଦୌଡ଼ରେ ଥାଇଲ୍ୟାଣ୍ଡର ନଟ୍ଟାୟା ବୁଚାଥାମ ଏବଂ ଆୟର୍ଲ୍ୟାଣ୍ଡର ଗାବୀ ଲୁଇସ୍ ଓ ଆଇମୀର୍ ରିଚାର୍ଡସନ୍ ସାମିଲ୍ ହୋଇଛନ୍ତି। ଜିମ୍ବାୱେ ବିପକ୍ଷ ସିରିଜରେ ବୁଚାଥାମ ଉଭୟ ବ୍ୟାଟ୍ ଓ ବଲରେ ଯୋଗଦାନ କରି ଆଇସିସି ମହିଳା ଟି-୨୦ ରାଙ୍କିଙ୍ଗରେ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଥିଲେ। ତାଙ୍କ ପ୍ରଦର୍ଶନ ବଳରେ ଥାଇଲ୍ୟାଣ୍ଡ ୨-୧ରେ ଜିମ୍ବାୱେକୁ ହରାଇ ଟି-୨୦ ସିରିଜ୍ ସିଲ୍ କରିଥିଲା।

ଅନ୍ୟପକ୍ଷରେ ଲୁଇସ୍ ଓ ରିଚାର୍ଡସନ୍ ଅଗଷ୍ଟରେ ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୟୁରୋପ୍ କ୍ୱାଲିଫାୟରରେ ଆୟର୍ଲ୍ୟାଣ୍ଡ ବିଜୟରେ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ। ଜର୍ମାନୀ ବିପକ୍ଷ ମ୍ୟାଚରେ ଲୁଇସଙ୍କ ଶତକ ବଳରେ ଆୟର୍ଲ୍ୟାଣ୍ଡ ୧୬୪ ରନରେ ବିଜୟୀ ହୋଇଥିଲା। ଲୁଇସ୍ ମଧ୍ୟ ପ୍ରଥମ ଆୟର୍ଲ୍ୟାଣ୍ଡ ଖେଳାଳି ଭାବେ ମହିଳା ଟି-୨୦ରେ ଶତକ ହାସଲ କରିଥିଲେ। ସେ ମାତ୍ର ୬୦ ବଲରେ ୧୦୫ ରନ୍ କରିଥିଲେ, ଯେଉଁଥିରେ ୧୧ ଚୌକା ଓ ୩ ଛକା ସାମିଲ୍ ଥିଲା।