Advertisment

ବିବାହ ବନ୍ଧନରେ ବାନ୍ଧିହେଲେ କ୍ରିକେଟର ଭେଙ୍କଟେଶ ଆୟର

କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

author-image
Debibandita Barick
Venkatesh Iyer & Shruti Raghunathan

Venkatesh Iyer & Shruti Raghunathan

କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରିପୋର୍ଟ ଅନୁସାରେ, ଶ୍ରୁତି ରଘୁନାଥନଙ୍କୁ ବିବାହ କରିଛନ୍ତି ଆୟର।

Advertisment
Venkatesh Iyer & Shruti Raghunathanଭେଙ୍କଟେଶ ଆୟର ଓ ଶ୍ରୁତି ରଘୁନାଥନ

ଉଭୟଙ୍କ ନିର୍ବନ୍ଧ ୨୦୨୩, ନଭେମ୍ବରରେ ହୋଇଥିଲେ। ଆଜି ସକାଳେ ପରିବାରବର୍ଗ ଓ ପ୍ରିୟଜନଙ୍କ ଉପସ୍ଥିତିରେ ବିବାହ କରିଛନ୍ତି ଭେଙ୍କଟେଶ ଓ ଶ୍ରୁତି।ଆୟରଙ୍କ ବିବାହ ସମୟର କିଛି ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି, ଯେଉଁଥିରେ ଶୁଭେଚ୍ଛା ବର୍ଷା କରୁଛନ୍ତି ଫ୍ୟାନ୍ସ।

ଆଇପିଏଲ୍ ୨୦୨୪ରେ କେକେଆର ୱିନର ହେବାରେ ଆୟରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେ ଫାଇନାଲ ମ୍ୟାଚରେ ଅପରାଜିତ ରହି ୨୬ ବଲରେ ୫୨ ରନ୍ ସଂଗ୍ରହ କରିଥିଲେ, ଯାହା କେକେଆରକୁ ଟ୍ରଫି ବିଜୟୀରେ ସାହାଯ୍ୟ କରିଥିଲେ। ୧୪ ଟି ମ୍ୟାଚରେ ଆୟର ୧୫୮.୮୦ ଷ୍ଟ୍ରାଇକ୍ ରେଟ୍ ସହ ୩୭୦ ରନ୍ କରିଥିଲେ। 

Advertisment
KKR Venkatesh Iyer Venkatesh Iyer Marriage News