/odisha-reporter/media/post_attachments/uploads/2021/10/MI.jpg)
MI
ଦୁବାଇ: ଆଇପିଏଲ ଇତିହାସରେ ପ୍ରଥମଥର ପାଇଁ ଗୋଟିଏ ସମୟରେ ୪ଟି ଦଳ ମ୍ୟାଚ ଖେଳିବାକୁ ମୈଦାନକୁ ଓହ୍ଲାଇଛନ୍ତି। ଆଜି ଚଳିତ ଆଇପିଏଲର ଲିଗ ପର୍ଯ୍ୟାୟ ଶେଷ ହେବ। ଅନ୍ତିମ ଦିନରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପକୁ ଭେଟୁଥିବା ବେଳେ ଅନ୍ୟ ପଟେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ରହିଛନ୍ତି।
ଉଭୟ ଦିଲ୍ଲୀ ଓ ବାଙ୍ଗାଲୋର ପ୍ଲେ-ଅଫକୁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ହେଲେ ମୁମ୍ବାଇ ଭାଗ୍ୟ ସୁତା ଖିଅରେ ଝୁଲୁଛି। ଯଦି ଆଜି ମୁମ୍ବାଇ ୧୭୦ ରନ୍ ବ୍ୟବଧାନରେ ହାଇଦ୍ରାବାଦକୁ ପରାସ୍ତ କରିବ, ତା’ହେଲେ ରୋହିତ ଶର୍ମାଙ୍କ ଦଳ ପ୍ଲେ-ଅଫକୁ ଯୋଗ୍ୟତା ଅର୍ଜନ କରିବ। ହାଇଦ୍ରାବାଦ ପୂର୍ବରୁ ହିଁ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିଛି।
ଆଜିର ମ୍ୟାଚ୍ରେ ରୋହିତ ଶର୍ମା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ହାଇଦ୍ରାବାଦର ନିୟମିତ ଅଧିନାୟକ କେନ ୱିଲିୟମସନ ଆହତ ଯୋଗୁ ଆଜିର ମ୍ୟାଚରୁ ବାଦ ପଡ଼ିଛନ୍ତି। ତେଣୁ ମନୀଷ ପାଣ୍ତେ ଦଳର କମାଣ ସମ୍ଭାଳିଛନ୍ତି। ଆହତ ଯୋଗୁ ଭୁବନେଶ୍ୱର କୁମାର ମଧ୍ୟ ଖେଳୁ ନାହାନ୍ତି। ୱିଲିୟମସନଙ୍କ ବଦଳରେ ମହମ୍ମଦ ନବି ଆଜିର ମ୍ୟାଚ୍ ଖେଳୁଛନ୍ତି। ଭୁବିଙ୍କ ବଦଳରେ ନିଜେ ମନୀଷ ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି।
/odisha-reporter/media/post_attachments/photo-resources/IPL/photo/2021/10/08/baf54288-63b9-4109-a733-7aea53fcca07/SPCS6757.jpg)
ଏହି ମହତ୍ତ୍ୱପୂର୍ଣ୍ଣ ମୁକାବିଲାରେ ମୁମ୍ବାଇ ଦୁଇଟି ପରିବର୍ତ୍ତନ କରିଛି। ସୌରଭ ତିୱାରୀ ଓ ଜୟନ୍ତ ଯାଦବଙ୍କ ବଦଳରେ ପୀୟୂଷ ଚାୱଲା ଓ କୃନାଲ ପାଣ୍ଡ୍ୟା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି।
ଅନ୍ୟପକ୍ଷରେ ଦିଲ୍ଲୀ ବିପକ୍ଷରେ ବିରାଟଙ୍କ ଆରିସିବି ଟସ୍ ଜିତିଛି। ବିରାଟ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ଦଳରେ କୌଣସି ପରିବର୍ତ୍ତନ ହୋଇନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
