Advertisment

ବିଶ୍ୱକପ୍ ପୂର୍ବରୁ ପାକିସ୍ତାନକୁ ଝଟକା, ଇସ୍ତଫା ଦେଲେ ମିସ୍‌ବା ଓ ୱକାର

ନୂଆଦିଲ୍ଲୀ: ଅକ୍ଟୋବରରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ କ୍ରିକେଟ୍ ଟିମକୁ ବଡ଼ ଝଟକା ଲାଗିଛି। ଟିମର ହେଡ୍ କୋଚ୍ ମିସବା-ଉଲ୍-ହକ୍ ଓ ବୋଲିଂ କୋଚ୍ ୱକାର ୟୁନିସ୍ ଚୟନ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆଉ ମାସକ ପରେ ଟି-୨୦ ବିଶ୍ୱକପ୍ ଥିବାରୁ ଦୁଇ କୋଚଙ୍କ ଇସ୍ତଫା ଦେବା ପାକିସ୍ତାନ ପାଇଁ କ୍ଷତିକାରକ ହୋଇପାରେ। ୨୦୧୯ ସେପ୍ଟେମ୍ବରରେ ନିଯୁକ୍ତି ପାଇଥିବା ଉଭୟ ମିସବା ଓ ୱକାରଙ୍କର କାର୍ଯ୍ୟକାଳ ଆହୁରି ବର୍ଷେ ରହିଛି। ଏକାସାଙ୍ଗରେ ମିସବା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବିଶ୍ୱକପ୍ ପୂର୍ବରୁ ପାକିସ୍ତାନକୁ ଝଟକା, ଇସ୍ତଫା ଦେଲେ ମିସ୍‌ବା ଓ ୱକାର

misbah-and-waqar

ନୂଆଦିଲ୍ଲୀ: ଅକ୍ଟୋବରରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ କ୍ରିକେଟ୍ ଟିମକୁ ବଡ଼ ଝଟକା ଲାଗିଛି। ଟିମର ହେଡ୍ କୋଚ୍ ମିସବା-ଉଲ୍-ହକ୍ ଓ ବୋଲିଂ କୋଚ୍ ୱକାର ୟୁନିସ୍ ଚୟନ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆଉ ମାସକ ପରେ ଟି-୨୦ ବିଶ୍ୱକପ୍ ଥିବାରୁ ଦୁଇ କୋଚଙ୍କ ଇସ୍ତଫା ଦେବା ପାକିସ୍ତାନ ପାଇଁ କ୍ଷତିକାରକ ହୋଇପାରେ। ୨୦୧୯ ସେପ୍ଟେମ୍ବରରେ ନିଯୁକ୍ତି ପାଇଥିବା ଉଭୟ ମିସବା ଓ ୱକାରଙ୍କର କାର୍ଯ୍ୟକାଳ ଆହୁରି ବର୍ଷେ ରହିଛି।

Advertisment

ଏକାସାଙ୍ଗରେ ମିସବା ଓ ୟୁନିସଙ୍କର ଇସ୍ତଫା ଦେବାକୁ ନେଇ ପ୍ରଶ୍ନ ଉଠୁଛି। ମିସବାଙ୍କ କହିବା ଅନୁଯାୟୀ, ୨୪ ମାସ ଧରି ବାୟୋ-ବବଲ୍ ପରିବେଶରେ ରହିବା ଯୋଗୁ ସେ ତାଙ୍କ ପରିବାରକୁ ସମୟ ଦେଇପାରିନାହାନ୍ତି। ଯଦିଓ ସେ ଜାଣିଛନ୍ତି କୋଚ୍ ପଦରୁ ଇସ୍ତଫା ଦେବା ଉଚିତ୍ ସମୟ ନୁହେଁ କିନ୍ତୁ ଆଗାମୀ ଚ୍ୟାଲେଞ୍ଜ ପାଇଁ ସେ ମାନସିକ ଭାବେ ପ୍ରସ୍ତୁତ ନଥିବା ମିସବା କହିଛନ୍ତି।

ହୁଏତ ମିସବା ବାୟୋ-ବବଲ୍ କଥା କହି ପଦରୁ ଇସ୍ତଫା ଦେଇଛନ୍ତି, କିନ୍ତୁ ଅସଲ କାରଣ କିଛି ଅଲଗା ହୋଇପାରେ। କୁହାଯାଉଛି ଯେ ପିସିବିର ଚେୟାରମ୍ୟାନ୍ ରମୀଜ ରାଜାଙ୍କ ସହ ମିସବା ଓ ୱକାରଙ୍କ ସହ ସମ୍ପର୍କ ଭଲ ନାହିଁ। ରମୀଜ ଅନେକ ସମୟରେ ଉଭୟଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି। ତେଣୁ ଏହି କାରଣରୁ ହୁଏତ ମିସବା ଓ ୱକାର ଇସ୍ତଫା ଦେଇଥାଇପାରନ୍ତି।

Advertisment

https://twitter.com/TheRealPCB/status/1434802440172449794?s=20

ମିସବା ଓ ୱକାରଙ୍କ ଇସ୍ତଫା ପରେ ସେମାନଙ୍କ ସ୍ଥାନରେ ପୂର୍ବତନ ସ୍ପିନର୍ ସକଲେନ୍ ମୁସ୍ତାକ ଓ ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ପାଇଁ ଅନ୍ତରୀଣ କୋଚ୍ କରାଯାଇଛି। ବର୍ତ୍ତମାନ ବାଂଲାଦେଶ ଗସ୍ତରେ ଥିବା କିୱି ଟିମ୍ ସେପ୍ଟେମ୍ବର-ଅକ୍ଟୋବରରେ ପାକିସ୍ତାନ ଗସ୍ତରେ ତିନୋଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍ ଖେଳିବ।

ଟି-୨୦ ବିଶ୍ୱକପ୍ ପାଇଁ ପାକିସ୍ତାନ ଆଜି ୧୫ ଜଣିଆ ସ୍କ୍ୱାଡର ଘୋଷଣା କରିବ। ବାବର ଆଜମ ଟିମର କ୍ୟାପଟେନ୍ ହେବାକୁଥିବା ବେଳେ ଫକର ଜମାନ, ଫହୀନ ଅସରଫ୍ ଓ ସର୍ଫରାଜ ଅହମ୍ମଦଙ୍କ ଭଳି ସିନିୟର ଖେଳାଳି ବାଦ୍ ପଡ଼ିବେ।