ମାର୍କ ବାଉଚର ହେଲେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‌

ମୁମ୍ବାଇ: ଆଇପିଏଲ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ ଭାବେ ନିଯୁକ୍ତ ପାଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ମାର୍କ ବାଉଚର। ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ବାଉଚରଙ୍କୁ ମୁଖ୍ୟ କୋଚ୍ ଦାୟିତ୍ୱ ଦିଆଯାଇଥିବା ଆଜି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମାହେଲା ଜୟବର୍ଦ୍ଧେନ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‌ ଥିଲେ। କିନ୍ତୁ ତାଙ୍କୁ ଫ୍ରାଞ୍ଚାଇଜ ପକ୍ଷରୁ ମୁମ୍ବାଇ ଇଣ୍ଡିଆନ୍ସର ଗ୍ଲୋବାଲ ହେଡ ଭାବେ ପ୍ରୋମସନ ମିଳିଛି। ଏହି କାରଣରୁ […]

mark

  • Published: Friday, 16 September 2022
  • , Updated: 16 September 2022, 03:45 PM IST

ମୁମ୍ବାଇ: ଆଇପିଏଲ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ ଭାବେ ନିଯୁକ୍ତ ପାଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ମାର୍କ ବାଉଚର। ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ବାଉଚରଙ୍କୁ ମୁଖ୍ୟ କୋଚ୍ ଦାୟିତ୍ୱ ଦିଆଯାଇଥିବା ଆଜି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଘୋଷଣା କରାଯାଇଛି।

ପୂର୍ବରୁ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମାହେଲା ଜୟବର୍ଦ୍ଧେନ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‌ ଥିଲେ। କିନ୍ତୁ ତାଙ୍କୁ ଫ୍ରାଞ୍ଚାଇଜ ପକ୍ଷରୁ ମୁମ୍ବାଇ ଇଣ୍ଡିଆନ୍ସର ଗ୍ଲୋବାଲ ହେଡ ଭାବେ ପ୍ରୋମସନ ମିଳିଛି। ଏହି କାରଣରୁ ୪୫ ବର୍ଷୀୟ ବାଉଚରଙ୍କୁ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ମିଳିଛି।

ବାଉଚର ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଜାତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ କରୁଛନ୍ତି। ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ସେ ଦଳର କୋଚ୍‌ ପଦ ଛାଡ଼ିବେ ବୋଲି କିଛି ଦିନ ତଳେ ଘୋଷଣା କରିଥିଲେ। ଏହି ଘୋଷଣା ପରେ ଆଜି ବାଉଚରଙ୍କୁ ନୂଆ ଦାୟିତ୍ୱ ମିଳିଛି। ବାଉଚର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‌ ପଦ ପାଇ ବେଶ ଉତ୍ସାହିତ ହୋଇଛନ୍ତି। ମୁମ୍ବାଇ ଭଳି ଆଇପିଏଲର ସବୁଠାରୁ ସଫଳ ଟିମ୍‌ର କୋଚ ପଦ ପାଇବା ସୌଭାଗ୍ୟର ବିଷୟ। ଆଗକୁ ଆସୁଥିବା ଚ୍ୟାଲେଞ୍ଜ ପାଇଁ ସେ ପ୍ରସ୍ତୁତ ଥିବା କହିଛନ୍ତି।


ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବାଉଚର ଦକ୍ଷିଣ ଆଫ୍ରିକାର ଘରୋଇ ଟିମ୍‌ ଟାଇଟନ୍ସର କୋଚ ହୋଇଥିଲେ। ତାଙ୍କ କୋଚିଂରେ ଦଳ ୫ଥର ଚାମ୍ପିୟନ ହୋଇଥିଲା। ୨୦୧୯ରେ ସେ ଦକ୍ଷିଣ ଆଫ୍ରିକା ଜାତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍ ହୋଇଥିଲେ। ଏଯାଏ ତାଙ୍କ କୋଚିଂରେ ଦକ୍ଷିଣ ଆଫ୍ରିକା ୧୧ଟି ଟେଷ୍ଟ, ୧୨ଟି ଦିନିକିଆ ଓ ୨୩ଟି ଟି-୨୦ ମ୍ୟାଚ୍‌ ଜିତିଛି।

Related story