Advertisment

ଆଇପିଏଲରୁ ମୁମ୍ବାଇ ବିଦା, ପ୍ଲେ-ଅଫରେ କୋଲକାତା

ଦୁବାଇ: ଗ୍ରୁପ ପର୍ଯ୍ୟାୟରୁ ବିଦା ହୋଇଛି ଆଇପିଏଲର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ। ଆଜି ମୁମ୍ବାଇ ତା’ ସବୁ ଋଣ କୌଶଳ ଲଗାଇ ପ୍ଲେ–ଅଫକୁ ଯିବାକୁ ଚେଷ୍ଟା କରିଥିଲେ ହେଁ ସନରାଇଜର୍ସ ହାଇଦ୍ରାବାଦ ଏହା କରାଇ ଦେଇନି। ମୁମ୍ବାଇ ଶେଷ ଲିଗ୍‌ ମ୍ୟାଚ୍‌ରେ ବିଶାଳ ୨୩୫ ରନ୍‌ କରିଥିଲା। ହେଲେ ହାଇଦ୍ରାବାଦକୁ ଯଦି ଦଳ ୬୫ ରନ୍‌ ଭିତରେ ଅଟକାଇ ଥାଆନ୍ତା, ତା’ହେଲେ ନେଟ୍‌ ରନ୍‌ ରେଟ୍‌ ଆଧାରରେ ପ୍ଲେ ଅଫ ଖେଳି ଥାଆନ୍ତା। କିନ୍ତୁ ହାଇଦ୍ରାବାଦ […]

author-image
Hemant Lenka
ଆଇପିଏଲରୁ ମୁମ୍ବାଇ ବିଦା, ପ୍ଲେ-ଅଫରେ କୋଲକାତା

Rohit

ଦୁବାଇ: ଗ୍ରୁପ ପର୍ଯ୍ୟାୟରୁ ବିଦା ହୋଇଛି ଆଇପିଏଲର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ। ଆଜି ମୁମ୍ବାଇ ତା’ ସବୁ ଋଣ କୌଶଳ ଲଗାଇ ପ୍ଲେ–ଅଫକୁ ଯିବାକୁ ଚେଷ୍ଟା କରିଥିଲେ ହେଁ ସନରାଇଜର୍ସ ହାଇଦ୍ରାବାଦ ଏହା କରାଇ ଦେଇନି। ମୁମ୍ବାଇ ଶେଷ ଲିଗ୍‌ ମ୍ୟାଚ୍‌ରେ ବିଶାଳ ୨୩୫ ରନ୍‌ କରିଥିଲା।

Advertisment

ହେଲେ ହାଇଦ୍ରାବାଦକୁ ଯଦି ଦଳ ୬୫ ରନ୍‌ ଭିତରେ ଅଟକାଇ ଥାଆନ୍ତା, ତା’ହେଲେ ନେଟ୍‌ ରନ୍‌ ରେଟ୍‌ ଆଧାରରେ ପ୍ଲେ ଅଫ ଖେଳି ଥାଆନ୍ତା। କିନ୍ତୁ ହାଇଦ୍ରାବାଦ ୬ ଓଭର୍‌ରେ ୭୦ ରନ୍‌ ଯୋଡ଼ି ମୁମ୍ବାଇର ସବୁ ଆଶାରେ ପାଣି ପକାଇ ଦେଇଛି। ଏହି ମ୍ୟାଚ୍‌ ମୁମ୍ବାଇ ଜିତିଲେ ମଧ୍ୟ ଆଉ ପ୍ଲେ ଅଫକୁ ଯାଇ ପାରିବ ନାହିଁ।

ଏହାର ଅର୍ଥ କୋଲକାତା ନାଇଟ ରାଇଡର୍ସ ପ୍ଲେ ଅଫକୁ ୪ର୍ଥ ଦଳ ଭାବେ ଯୋଗ୍ୟତା ଅର୍ଜନ କରିଛି। ପୂର୍ବରୁ ଦିଲ୍ଲୀ, ଚେନ୍ନାଇ ଓ ବାଙ୍ଗାଲୋର ପ୍ଲେ-ଅଫ ଖେଳିବାକୁ ଯୋଗ୍ୟତା ଅର୍ଜନ କରି ସାରିଥିଲେ। ଆଜି ଦିଲ୍ଲୀ ଓ ଆରିସିବି ମଧ୍ୟ ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ଚାଲିଛି। ଏହି ମ୍ୟାଚ୍‌ ବାଙ୍ଗାଲୋର ଜିତିଲେ ମଧ୍ୟ ତୃତୀୟରେ ରହିବ।

Advertisment

ତେଣୁ ଦିଲ୍ଲୀ ଓ ଚେନ୍ନାଇ ମଧ୍ୟରେ ପ୍ରଥମ ପ୍ଲେ ଅଫ ଖେଳାଯିବ। ଦ୍ୱିତୀୟ ପ୍ଲେ ଅଫରେ କୋଲକାତାକୁ ଭେଟିବ ଆରିସିବି। ପ୍ରଥମ ପ୍ଲେ ଅଫରେ ଯେଉଁ ଦଳ ଜିତିବ ସେ ସିଧାସଳଖ ଫାଇନାଲ ଖେଳିବ। କିନ୍ତୁ ହାରିବା ଦଳ ଦ୍ୱିତୀୟ ପ୍ଲେ ଅଫରେ ଜିତିଥିବା ଟିମ ସହ ପୁଣି ଫାଇନାଲ ଟିକେଟ ପାଇଁ ଲଢ଼ିବାର ସୁଯୋଗ ପାଇବ।

ଆଜିର ମ୍ୟାଚ୍‌ରେ ମୁମ୍ବାଇ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ୮୨ ଓ ଈଶାନ କିଶନ ୮୪ ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଥିଲେ। ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ ହରାଇ ୨୩୫ ରନ୍‌ କରିଛି। ଶେଷ ଖବର ସୁଦ୍ଧା ହାଇଦ୍ରାବାଦ ୯ ଓଭରରେ ୩ ୱିକେଟ ହରାଇ ୧୦୦ ରନ୍‌ କରିଛି।