Advertisment

ଆସିଲା ଶାସ୍ତ୍ରୀଙ୍କ RT-PCR ଟେଷ୍ଟ ରିପୋର୍ଟ

ଲଣ୍ଡନ: ଟିମ୍ ଇଣ୍ଡିଆର ହେଡ୍ କୋଚ୍ ରବି ଶାସ୍ତ୍ରୀଙ୍କର ଆରଟିପିସିଆର୍ ଟେଷ୍ଟ ମଧ୍ୟ ପଜିଟିଭ୍ ଆସିଛି। ଶାସ୍ତ୍ରୀଙ୍କ ବ୍ୟତୀତ ବୋଲିଂ କୋଚ୍ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୫୯ ବର୍ଷୀୟ ଶାସ୍ତ୍ରୀଙ୍କର ଶନିବାର ଲାଟରାଲ୍ ଫ୍ଲୋ ଟେଷ୍ଟ (ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ) କରାଯାଇଥିଲା, ଯେଉଁଥିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ଶାସ୍ତ୍ରୀଙ୍କ ସମେତ ଭରତ ଅରୁଣ, ଶ୍ରୀଧର ଓ ଫିଜିଓଙ୍କୁ […]

author-image
Ranjit Kumar Jena
ଆସିଲା ଶାସ୍ତ୍ରୀଙ୍କ RT-PCR ଟେଷ୍ଟ ରିପୋର୍ଟ

ravi-shastri

ଲଣ୍ଡନ: ଟିମ୍ ଇଣ୍ଡିଆର ହେଡ୍ କୋଚ୍ ରବି ଶାସ୍ତ୍ରୀଙ୍କର ଆରଟିପିସିଆର୍ ଟେଷ୍ଟ ମଧ୍ୟ ପଜିଟିଭ୍ ଆସିଛି। ଶାସ୍ତ୍ରୀଙ୍କ ବ୍ୟତୀତ ବୋଲିଂ କୋଚ୍ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୫୯ ବର୍ଷୀୟ ଶାସ୍ତ୍ରୀଙ୍କର ଶନିବାର ଲାଟରାଲ୍ ଫ୍ଲୋ ଟେଷ୍ଟ (ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ) କରାଯାଇଥିଲା, ଯେଉଁଥିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ଶାସ୍ତ୍ରୀଙ୍କ ସମେତ ଭରତ ଅରୁଣ, ଶ୍ରୀଧର ଓ ଫିଜିଓଙ୍କୁ ଆଇସୋଲେସନରେ ରଖାଯାଇଥିଲା।

Advertisment

ରବିବାର ଓ ସୋମବାର ଶାସ୍ତ୍ରୀଙ୍କର ଆରଟିପିସିଆର୍ ଟେଷ୍ଟ କରାଯାଇଥିଲା। ଶାସ୍ତ୍ରୀଙ୍କର ଏହି ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି। ଏବେ ତିନି ସଦସ୍ୟ କରୋନାରେ ଆକ୍ରାନ୍ତ ହେବା ପରେ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି।

ବିସିସିଆଇର ଏକ ସୂତ୍ରରେ କୁହାଯାଇଛି, ଦୁଇଟି ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭ୍ ଆସିବା ପରେ ଶାସ୍ତ୍ରୀ ଆରଟିପିସିଆର୍ ଟେଷ୍ଟରେ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ଭିତରେ ହାଲୁକା ଲକ୍ଷଣ ଯଥା ଗଳାରେ ସମସ୍ୟା ଦେଖାଦେଇଛି। ସେ ୧୦ ଦିନ କ୍ୱାରେଣ୍ଟାଇନରେ ରହିବେ।

Advertisment

ଏବେ ଶାସ୍ତ୍ରୀଙ୍କ ସମେତ ଭରତ ଅରୁଣ, ଶ୍ରୀଧର ଓ ଫିଜିଓ ନୀତୀନ ପଟେଲ ଲଣ୍ଡନରେ ହିଁ ରହିବେ। ଯାହାଦ୍ୱାରା ଆସନ୍ତା ୧୦ ତାରିଖରୁ ମାଞ୍ଚେଷ୍ଟରରେ ଖେଳାଯିବାକୁଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ଶାସ୍ତ୍ରୀଙ୍କ ସମେତ ବାକି ୩ ସଦସ୍ୟ ବାହାରେ ରହିବେ।