ରୋହିତ ଶର୍ମା ଆଇସିସି ଟି-୨୦ ଟିମର ଅଧିନାୟକ, ଫାଇନାଲ ଜିତାଇଥିବା ବିରାଟଙ୍କ ନାଁ ନାହିଁ

ଆଶ୍ଚର୍ଯ୍ୟଜନ ଭାବେ ପାକିସ୍ତାନର ବ୍ୟାଟର ବାବର ଆଜମଙ୍କୁ ଆଇସିସି ଟି-୨୦ ଟିମରେ ସୁଯୋଗ ମିଳିଛି। କିନ୍ତୁ ଭାରତକୁ ଟି-୨୦ ବିଶ୍ୱକପ ଜିତାଇଥିବା ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ଆଇସିସି ଟିମରେ ରଖି ନାହିଁ।

Rohit

ହାର୍ଦ୍ଦିକ, ଜୟ ଶାହ ଓ ରୋହିତ (ଫାଇଲ ଫଟୋ)

Hemant Lenka
  • Published: Saturday, 25 January 2025
  • Updated: 25 January 2025, 05:02 PM IST

News Highlights

  • ଦଳ ପାଇଁ ରୋହିତ ଶର୍ମାଙ୍କ ସହ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଟ୍ରାଭିସ ହେଡ୍‌ ଓପନ କରିବେ
  • ଟିମରେ ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମ୍ରା ଓ ଅର୍ଶଦୀପ ସିଂହ ରହିଛନ୍ତି
  • ଦକ୍ଷିଣ ଆଫ୍ରିକାର ଜଣେ ହେଲେ ଖେଳାଳି ଆଇସିସି ଗଠନ କରିଥିବା ଟିମରେ ନାହାନ୍ତି
  • ଆଇସିସି ଗଠନ କରିଥିବା ଟି-୨୦ ଟିମର ପେସ ବୋଲିଂର କମାଣ ୩ ଭାରତୀୟଙ୍କ ହାତରେ ରହିଛି
  • ଦଳରେ ଆଫଗାନିସ୍ତାନର ରାଶିଦ ଖାନ ଓ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ସ୍ପିନ ବୋଲର ଭାବେ ସ୍ଥାନ ପାଇଛନ୍ତି

Sports

Latest News

ଟି-୨୦ ବିଶ୍ୱକପ ବିଜେତା ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମାଙ୍କୁ ମିଳିଛି ବଡ଼ ସଫଳତା। ତାଙ୍କୁ ଆଇସିସି ୨୦୨୪ ପାଇଁ ଗଠନ କରିଥିବା ଶ୍ରେଷ୍ଠ ଟି-୨୦ ଟିମର ଅଧିନାୟକ ଭାବେ ଚୟନ କରିଛି। ୨୦୨୪ ବର୍ଷରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ନେଇ ଆଇସିସି ପକ୍ଷରୁ ଏପରି ଦଳ ଗଠନ କରାଯାଇଛି। ରୋହିତ ଟିମର ନେତୃତ୍ୱ ନେବାକୁ ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମ୍ରା ଓ ଅର୍ଶଦୀପ ସିଂହ ମଧ୍ୟ ଦଳରେ ଅଛନ୍ତି।

ଆଶ୍ଚର୍ଯ୍ୟଜନ ଭାବେ ପାକିସ୍ତାନର ବ୍ୟାଟର ବାବର ଆଜମଙ୍କୁ ଆଇସିସି ଟି-୨୦ ଟିମରେ ସୁଯୋଗ ମିଳିଛି। କିନ୍ତୁ ଭାରତକୁ ଟି-୨୦ ବିଶ୍ୱକପ ଜିତାଇଥିବା ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ଆଇସିସି ଟିମରେ ରଖି ନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ବିଶ୍ୱକପ ଫାଇନାଲରେ ବିରାଟ ମ୍ୟାଚ୍‌ ବିଜୟୀ ୫୯ ବଲରେ ୭୬ ରନର ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସ ବଳରେ ଭାରତ ଫାଇନାଲରେ ୭ ୱିକେଟ ହରାଇ ୧୭୬ ରନ କରିଥିଲା।

Also Read

ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ ୱିକେଟ ହରାଇ ୧୬୯ ରନ କରିପାରିଥିଲା। ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଭାରତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତିବାକୁ ସକ୍ଷମ ହୋଇ ଥିଲା। କିନ୍ତୁ ବିରାଟଙ୍କୁ ଆଇସିସି ଶ୍ରେଷ୍ଠ ଟି-୨୦ ଏକାଦଶରେ ସୁଯୋଗ ମିଳିନାହିଁ। ସେହିପରି ଟି-୨୦ରେ ବିଶ୍ୱର ୧ନଂ ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଆଇସିସି ଟିମରେ ନାହାନ୍ତି। ୨୦୨୪ ଟି-୨୦ ବିଶ୍ୱପରେ ଦକ୍ଷିଣ ଆଫ୍ରିକା ଫାଇନାଲ ଖେଳିଥିଲା। ତଥାପି ଦଳର ଜଣେ ହେଲେ ଖେଳାଳି ଆଇସିସି ଗଠନ କରିଥିବା ଶ୍ରେଷ୍ଠ ଟି-୨୦ ଟିମରେ ସ୍ଥାନ ପାଇ ନାହାନ୍ତି।

ଜୁନ ମାସରେ ବିରାଟ ବିଶ୍ୱକପ ଫାଇନାଲରେ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ଭାରତ ବିଶ୍ୱକପ ଜିତିବା ପରେ ବିରାଟ ଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷାଣା କରିଥିଲେ। ପୂରା ବିଶ୍ୱକପରେ ଭାରତ ତା’ର ଦବଦବା ଦେଖାଇବା ସହ ୧୧ ବର୍ଷ ପରେ ଟ୍ରଫି ତୋଳିବାକୁ ସକ୍ଷମ ହୋଇଥିଲା।

ଆଇସିସି ଗଠନ କରିଥିବା ଟି-୨୦ ଟିମର ପେସ ବୋଲିଂର କମାଣ ୩ ଭାରତୀୟଙ୍କ ହାତରେ ରହିଛି। ସେମାନେ ହେଲେ ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ ଓ ହାର୍ଦ୍ଦିକ ପାଣ୍ଡ୍ୟା। ଏହି ୩ ବୋଲର ଟି-୨୦ ବିଶ୍ୱକପରେ ମଧ୍ୟ ଭାରତୀୟ ବୋଲିଂ ଆଟାକର ମଙ୍ଗ ସମ୍ଭାଳିଥିଲେ। ଦଳରେ ଆଫଗାନିସ୍ତାନର ରାଶିଦ ଖାନ ଓ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ସ୍ପିନ ବୋଲର ଭାବେ ସ୍ଥାନ ପାଇଛନ୍ତି। ଏମାନଙ୍କୂ ସାଥ ଦେବା ପାଇଁ ଜିମ୍ବାୱେର ସିକନ୍ଦର ରାଜାଙ୍କୁ ଅଲରାଉଣ୍ଡ ଭାବେ ଦଳରେ ରଖାଯାଇଛି।

ଦଳ ପାଇଁ ରୋହିତ ଶର୍ମାଙ୍କ ସହ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଟ୍ରାଭିସ ହେଡ୍‌ ଓପନ କରିବେ। ଇଂଲଣ୍ଡର ଫିଲ ସଲ୍ଟ ନମ୍ବର ୩ ଓ ବାବର ଆଜମ ୪ନଂରେ ଖେଳିବେ। ୱିକେଟ କିପର ଭାବେ ୱେଷ୍ଟଇଣ୍ଡିଜର ନିକୋଲସ ପୂରନ ରହିଛନ୍ତି। ସେ ୱିକେଟ କିପିଂ ସହ ମଧ୍ୟକ୍ରମରେ ବ୍ୟାଟିଂ କରିବେ।

ବାବର ଟି-୨୦ ବିଶ୍ୱକପରେ ରନ କରିବାରେ ସଂଘର୍ଷ କରିଥିଲେ। ସେ ୪ଟି ମ୍ୟାଚ୍‌ରେ କେବଳ ୧୨୨ ରନ କରିପାରିଥିଲେ। କିନ୍ତୁ ୨୦୨୪ରେ ସେ ୨୪ ମ୍ୟାଚ୍‌ରେ ୭୩୮ ରନ କରିଥିବାରୁ ବିରାଟଙ୍କ ବଦଳରେ ତାଙ୍କୁ ଆଇସିସି ଦଳରେ ରଖିଛି।

ଟି-୨୦ରେ ରୋହିତଙ୍କ ପାଇଁ ୨୦୨୪ କେମିତି ଥିଲା?

୨୦୨୪ ବର୍ଷ ରୋହିତ ଶର୍ମାଙ୍କ ପାଇଁ ଟି-୨୦ରେ ସର୍ବଶ୍ରେଷ୍ଠ ଥିଲା। କାରଣ ତାଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ ଜିତିଛି। ରୋହିତ ମଧ୍ୟ ବ୍ୟାଟିଂରେ ନିଜର ଜଲୱା ଦେଖାଇଛନ୍ତି। ସେ ୧୧ଟି ମ୍ୟାଚ୍‌ରେ ୩୭୮ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୪୨ ରହିଥିବା ବେଳେ ସେ ୧୬୦ ଷ୍ଟ୍ରାଇକ ରେଟରେ ରନ କରିଥିଲେ। ଟି-୨୦ ବିଶ୍ୱକପରେ ମଧ୍ୟ ରୋହିତଙ୍କ ବ୍ୟାଟରୁ ୩ଟି ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା। ବିଶେଷ କରି ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ବିସ୍ଫୋରକ ୯୨ ରନ କରିଥିଲେ।

୨୦୨୪ ବର୍ଷରେ ଅର୍ଶଦୀପ ମଧ୍ୟ କମାଲ କରିଛନ୍ତି। ସେ ଟି-୨୦ରେ ମାତ୍ର ୧୮ ମ୍ୟାଚ୍‌ରେ ୩୬ଟି ୱିକେଟ ଦଖଲ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ବିଶ୍ୱକପରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଜଲୱା ଦେଖାଇଥିଲେ। ସେ ଫାଇନାଲରେ ଶେଷ ଓଭର ବୋଲିଂ କରି ଭାରତକୁ ବିଜୟ ଭେଟି ଦେଇଥିଲେ।

ଆଇସିସିର ଟି-୨୦ ଟିମ: ରୋହିତ ଶର୍ମା(ଅଧିନାୟକ), ଟ୍ରାଭିସ ହେଡ, ଫିଲ ସଲ୍ଟ, ବାବର ଆଜମ, ନିକୋଲସ ପୂରନ(ୱିକେଟ କିପର), ସିକନ୍ଦର ରାଜା, ହାର୍ଦ୍ଦିକ ପାଣ୍ଡ୍ୟା, ରାଶିଦ ଖାନ, ୱାନିନ୍ଦୁ ହସରଙ୍ଗା, ଯଶପ୍ରୀତ ବୁମ୍ରା ଓ ଅର୍ଶଦୀପ ସିଂହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story