କାଲିଠୁ ବାଂଲାଦେଶ ବିପକ୍ଷ ସିରିଜ୍‌: ଶାମି ଆଉଟ, ଉମ୍ରାନ ଇନ୍‌

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ବାଂଲାଦେଶ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଟି-୨୦ ବିଶ୍ୱକପ ସେମି ଫାଇନାଲରୁ ଦୁଃଖଦ ବିଦାୟ ପରେ ପ୍ରଥମଥର ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦିନିକିଆ ସିରିଜ୍‌ ଖେଳିବାକୁ ଯାଉଛି। ଏହାପୂର୍ବରୁ ଟିମ ଇଣ୍ଡିଆ ଶିଖର ଧୱନଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍‌ ଖେଳିଥିଲା। ହେଲେ ଏବେ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା କମବ୍ୟାକ କରିଛନ୍ତି। ଆସନ୍ତାକାଲି ଦିନ ୧୧.୩୦ରେ ମ୍ୟାଚ୍‌ ଆରମ୍ଭ ହେବ। […]

shami

  • Published: Saturday, 03 December 2022
  • , Updated: 03 December 2022, 11:28 AM IST

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ବାଂଲାଦେଶ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଟି-୨୦ ବିଶ୍ୱକପ ସେମି ଫାଇନାଲରୁ ଦୁଃଖଦ ବିଦାୟ ପରେ ପ୍ରଥମଥର ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦିନିକିଆ ସିରିଜ୍‌ ଖେଳିବାକୁ ଯାଉଛି।

ଏହାପୂର୍ବରୁ ଟିମ ଇଣ୍ଡିଆ ଶିଖର ଧୱନଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍‌ ଖେଳିଥିଲା। ହେଲେ ଏବେ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା କମବ୍ୟାକ କରିଛନ୍ତି। ଆସନ୍ତାକାଲି ଦିନ ୧୧.୩୦ରେ ମ୍ୟାଚ୍‌ ଆରମ୍ଭ ହେବ।

ତେବେ ଏହି ମ୍ୟାଚ୍‌ ପୂର୍ବରୁ ଭାରତକୁ ବହୁତ ବଡ଼ ଝଟକା ଲାଗିଛି। ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍‌ରୁ ଆହତ ସମସ୍ୟା ପାଇଁ ବାଦ ପଡ଼ିଛନ୍ତି ‌ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି। ସେ ବାଦ ପଡ଼ିବାରୁ ଯୁବ ବୋଲର ଉମ୍ରାନ ମଲିକଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି। ନିକଟରେ ଉମ୍ରାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆରେ ଡେବ୍ୟୁ କରିଥିଲେ।

ବିସିସିଆଇର ସୂଚନା ଅନୁଯାୟୀ, ଶାମି କାନ୍ଧ ଜନିତ ସମସ୍ୟାରେ ପଡ଼ିଛନ୍ତି। ଏଥିପାଇଁ ସେ ବେଙ୍ଗାଲୁରୁ ସ୍ଥିତ ଏନସିଏରେ ରିହ୍ୟାବ କରୁଛନ୍ତି। ତାଙ୍କ ଆହତ ସମସ୍ୟା ଉପରେ ବିସିସିଆଇ ମେଡିକାଲ ଟିମ୍ ନଜର ରଖିଛି। ଅଷ୍ଟ୍ରେଲିଆରୁ ଫେରିବା ପରେ ଶାମି ଟ୍ରେନିଂ ସେସନ୍ସରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଆହତ ସମସ୍ୟାରେ ପଡ଼ିଥିଲେ ବୋଲି କୁହାଯାଉଛି।

ତାଙ୍କ ଆହତ ସମସ୍ୟା କେତେ ଗୁରୁତର ସେକଥା ଜଣାପଡ଼ିନି। କିନ୍ତୁ ୧୪ ତାରିଖରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସେ ଉପଲବ୍ଧ ହେବେ କି ନାହିଁ, ତା’କୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


ଅନ୍ୟପକ୍ଷରେ ଉମ୍ରାନ ବାଂଲାଦେଶ ବିପକ୍ଷ ସିରିଜ୍‌ରେ ଆଦୌ ନଥିଲେ। କିନ୍ତୁ ନ୍ୟୁଜିଲ୍ୟାଣ୍ଡରେ ସେ ଠିକ୍‌ଠାକ ପ୍ରଦର୍ଶନ କରିଥିବାରୁ ତାଙ୍କୁ ବାଂଲାଦେଶ ବିପକ୍ଷ ଦିନିକିଆରେ ସାମିଲ କରାଯାଇଛି। ଶାମି ଯଦି ଟେଷ୍ଟ ପାଇଁ ମଧ୍ୟ ଉପଲବ୍ଧ ନ ହେବେ, ତା’ହେଲେ ନବଦୀପ ସୈନି ଓ ମୁକେଶ କୁମାରଙ୍କ ମଧ୍ୟରୁ ଜଣଙ୍କୁ ବିସିସିଆଇ ଭାରତୀୟ ସ୍କ୍ୱାଡରେ ସାମିଲ କରିପାରେ।

କାରଣ ଉଭୟ ଭାରତୀୟ ଏ ଟିମ ଓ ବାଂଲାଦେଶ ଏ ମଧ୍ୟରେ ଖେଳାଯାଇଥିବା ୪ ଦିନିଆ ଅଭ୍ୟାସ ମ୍ୟାଚରେ ଭାଗ ନେଇଥିଲେ। ସୈନି ୪ଟି ୱିକେଟ ନେଇଥିବା ବେଳେ ମୁକେଶଙ୍କୁ ୩ ସଫଳି ମିଳିଥିଲା। ତେଣୁ ଏମାନଙ୍କ ମଧ୍ୟରୁ ଜଣଙ୍କୁ ଟେଷ୍ଟ ସ୍କ୍ୱାଡରେ ସୁଯୋଗ ମିଳିବ। ମୁକେଶ କୁମାର ଏଯାଏ ଭାରତ ପାଇଁ ଡେବ୍ୟୁ କରି ନାହାନ୍ତି। କିନ୍ତୁ ସୈନି ଦେଶ ପାଇଁ ୨ଟି ଟେଷ୍ଟ ଖେଳିଛନ୍ତି।

ଶାମିଙ୍କ ପୂର୍ବରୁ ଆହତ ସମସ୍ୟା ଯୋଗୁ ରବୀନ୍ଦ୍ର ଜାଡେଜା ମଧ୍ୟ ବାଂଲାଦେଶ ବିପକ୍ଷ ଦିନିକିଆ ସ୍କ୍ୱାଡରୁ ବାଦ ପଡ଼ିଥିଲେ। ସେ ଟେଷ୍ଟ ସିରିଜ୍‌ ବେଳକୁ କମବ୍ୟାକ କରିବେ ବୋଲି ଜଣାପଡ଼ିଛି।

Related story