Advertisment

ଟି-୨୦ ମହିଳା ବିଶ୍ୱକପ: ପାକିସ୍ତାନ ବିପକ୍ଷରେ ଭାରତର ଜବରଦସ୍ତ ବିଜୟ

'କର ବା ମର' ସ୍ଥିତିରେ ଥିବା ଏହି ମ୍ୟାଚକୁ ସହଜରେ ଜିତି ସମ୍ମାନ ରକ୍ଷା କରିଛନ୍ତି ମହିଳା ବ୍ରିଗେଡ୍।

author-image
Debibandita Barick
ଅଦ୍ୟତନ ହୋଇଛି
 Shreyanka Patil & Smriti Mandhana

Shreyanka Patil & Smriti Mandhana

ଚଳିତ ଟି-୨୦ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି ଭାରତ। ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ୱିକେଟରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ। 'କର ବା ମର' ସ୍ଥିତିରେ ଥିବା ଏହି ମ୍ୟାଚକୁ ସହଜରେ ଜିତି ସମ୍ମାନ ରକ୍ଷା କରିଛନ୍ତି ମହିଳା ବ୍ରିଗେଡ୍।  

Advertisment

ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିଲା ଏହି ହାଇଭୋଲଟେଜ୍ ମ୍ୟାଚ୍। ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ମାତ୍ର ଭାରତୀୟ ବୋଲର୍ ପାକିସ୍ତାନର ଅଧିନାୟକ ଫତିମା ସନାଙ୍କ ନିଷ୍ପତ୍ତିକୁ ଭୁଲ୍ ପ୍ରମାଣିତ କରିଥିଲେ। ଆରମ୍ଭରୁ ଝଡ଼ାଇ ଥିଲେ ଗୋଟିଏ ପରେ ଗୋଟିଏ ୱିକେଟ୍।

କୌଣସି ପାକିସ୍ତାନ ଖେଳାଳି ଭାରତୀୟ ବୋଲରଙ୍କ ଆଗରେ ବେଶି ସମୟ ତିଷ୍ଠି ପାରିନଥିଲେ। ଫଳରେ ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୦୫ ରନ୍ କରିଥିଲା। ପାକିସ୍ତାନ ପକ୍ଷରୁ କେବଳ ନିଦ୍ରା ଦାର ସର୍ବାଧିକ ୨୮ ରନ୍ କରିଥିଲେ। ଅନ୍ୟ କେହି ବଡ଼ ଅଙ୍କ ଛୁଇଁ ପାରିନଥିଲେ।

Advertisment

୧୦୬ ରନର ଟାର୍ଗେଟକୁ ପିଛା କରୁଥିବା ଭାରତୀୟ ଟିମ୍ ୬ ୱିକେଟରେ ବିଜୟ ହାସଲ କରିନେଇଛି। ଭାରତ ପକ୍ଷରୁ ଶେଫାଳି ବର୍ମା ୩୨ ରନ୍ କରି ଥିବାବେଳେ ଜେମିମା ରୋଡ୍ରିଗସ୍ ୨୩, ହରମନ ପ୍ରୀତ ୨୯ (ରିଟାର୍ଡ ନେଇଥିଲେ), ସ୍ମୃତି ମାନ୍ଧାନା ୭, ଦୀପ୍ତି ଶର୍ମା ଓ ଏସ ସାଜନ ଅପରାଜିତ ରହି ଯଥାକ୍ରମେ ୭ ଓ ୪ ରନ୍ କରିଥିଲେ। କିନ୍ତୁ ରିଚା ଘୋଷ ଖାତା ଖୋଲି ପାରିନଥିଲେ। 

ତେବେ ଏହି ବିଜୟ ସତ୍ତ୍ୱେ ଭାରତ ପାଇଁ ଅଡ଼ୁଆ ରହିଛି। କାରଣ ଭାରତର ରନ୍ ରେଟ୍ ପାକିସ୍ତାନଠାରୁ କମ୍ ଅଛି। ଏହା ସହିତ ଦଳ ଗ୍ରୁପ୍‌-ଏ’ର ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି। ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଏହା ଉପରେ ରହିଛନ୍ତି। ଟପ୍‌ ୨ଟି ଟିମ୍ ସେମି ଫାଇନାଲରେ ପ୍ରବେଶ କରିବେ। ସେମି ଫାଇନାଲକୁ ଯିବାକୁ ହେଲେ ଭାରତକୁ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତିବାକୁ ପଡ଼ିବା।

ଭାରତର ଆଗାମୀ ମୁକାବିଲା ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷରେ ରହିଛି। ଏ ଦୁଇଟି ମ୍ୟାଚ୍ ବିଜୟ ସହ ଭଲ ରନ୍ ରେଟ୍ ମଧ୍ୟ ଆବଶ୍ୟକ। ଯଦି ଭାରତ ଏହି ଦୁଇଟି ମ୍ୟାଚ୍‌ରୁ ଗୋଟିଏ ହାରିଯାଏ, ତେବେ ସବୁ ଆଶା ମଉଳିଯିବ। ଅନ୍ୟପଟେ ନ୍ୟୁଜିଲ୍ୟାଣ୍ଡ ତା’ର ପରବର୍ତ୍ତୀ ତିନିଟି ମ୍ୟାଚ୍ ଓ ପାକିସ୍ତାନ ତା’ର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ହାରିଲେ ଭାରତର ସେମି ଫାଇନାଲ ଆଶା ଉଜ୍ଜୀବିତ ହୋଇପାରେ। 

ICC WC T20 World Cup 2024 T20 Women's World Cup IND Vs PAK