/odisha-reporter/media/post_attachments/uploads/2021/10/varun-chakravarthy.jpg)
varun-chakravarthy
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପକୁ ଆଉ ୨୦ ଦିନରୁ କମ୍ ସମୟ ବାକି ରହିଲା। ଏହା ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା। ଭାରତୀୟ ଦଳରେ ଚୟନ ହୋଇଥିବା 'ମିଷ୍ଟ୍ରୀ ସ୍ପିନର' ବରୁଣ ଚକ୍ରବର୍ତ୍ତୀ ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି। ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳୁଥିବା ବରୁଣଙ୍କର ପୁଣିଥରେ ଆଣ୍ଠୁଜନିତ ଆଘାତ ସମସ୍ୟା ବାହାରିଛି। ଯେଉଁ କାରଣରୁ ସେ ବିଶ୍ୱକପ୍ ସ୍କ୍ୱାଡରୁ ବାଦ ପଡ଼ିପାରନ୍ତି।
ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ବରୁଣଙ୍କୁ ଭାରତର ପ୍ରମୁଖ ବୋଲର କୁହାଯାଉଛି। କିନ୍ତୁ ବିସିସିଆଇର ମେଡିକାଲ୍ ଟିମକୁ ଏହି ସ୍ପିନରଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପଡ଼ିବ। ଅକ୍ଟୋବର ୧୦ ତାରିଖ ସୁଦ୍ଧା ଭାରତୀୟ ଟିମରେ ପରିବର୍ତ୍ତନ କରାଯାଇପାରିବ। କିନ୍ତୁ ଆଣ୍ଠୁଜନିତ ସମସ୍ୟା ସତ୍ତ୍ୱେ ବରୁଣଙ୍କ ବୋଲିଂକୁ ଦୃଷ୍ଟିରେ ରଖି ତାଙ୍କର ଖେଳିବା ନିଶ୍ଚିତ ଲାଗୁଛି।
ବୋର୍ଡର ଏକ ସୂତ୍ର କହିଛନ୍ତି, ବରୁଣଙ୍କ ଆଣ୍ଠୁର ଅବସ୍ଥା ସେତେଟା ଭଲ ନାହିଁ। ତାଙ୍କୁ ଯନ୍ତ୍ରଣା ହେଉଛି। ହେଲେ ଯଦି ଏହା ଟି-୨୦ ବିଶ୍ୱକପ୍ ନହୋଇଥାନ୍ତା, ତାହେଲେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଖେଳାଇବାର ରିସ୍କ ନେଇନଥାନ୍ତା। ଟି-୨୦ ବିଶ୍ୱକପ୍ ପାଇଁ ତାଙ୍କ ଯନ୍ତ୍ରଣାକୁ କମ୍ କରିବା ଉପରେ ଆମେ ଫୋକସ୍ କରୁଛୁ। ଏହା ପରେ ରିହାବ ଉପରେ ବିଚାର କରାଯିବ।
ସୂତ୍ର ଆହୁରି କହିଛନ୍ତି, ବରୁଣଙ୍କ ପାଇଁ କେକେଆରର ସହଯୋଗୀ ଷ୍ଟାଫ୍ ବିସ୍ତୁତ ଫିଟନେସ୍ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି। ସେ ଯନ୍ତ୍ରଣାରୁ ମୁକ୍ତ ପାଇଁ ଇଞ୍ଜେକ୍ସନ୍ ଦିଆଯାଉଛି, ଯାହାଦ୍ୱାରା ସେ ଅତିକମରେ ଚାରି ଓଭର ବୋଲିଂ କରିପାରିବେ। ଏହି ଇଞ୍ଜେକ୍ସନ୍ ଦ୍ୱାରା ଯନ୍ତ୍ରଣାରୁ ଆଶ୍ୱସ୍ତି ମିଳିଥାଏ। ଟିଭିରେ ତାଙ୍କର ଯନ୍ତ୍ରଣା ନଜର ଆସୁନି, କିନ୍ତୁ ଯେତେବେଳେ ସେ ବୋଲିଂ କରନ୍ତି, ସେତେବେଳେ ତାଙ୍କୁ ଖୁବ୍ ଯନ୍ତ୍ରଣା ହୋଇଥାଏ।
ବରୁଣ ଆଇପିଏଲର ୧୪ଶ ସଂସ୍କରଣରେ ୧୩ ମ୍ୟାଚ୍ ଖେଳି ୧୫ ୱିକେଟ୍ ନେଇଛନ୍ତି। ବରୁଣ ଏପର୍ଯ୍ୟନ୍ତ ଭାରତ ପକ୍ଷରୁ ତିନି ଟି-୨୦ ମ୍ୟାଚ୍ ଖେଳି ମାତ୍ର ୨ଟି ୱିକେଟ୍ ହାସଲ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
