Advertisment

ହସ୍ପିଟାଲରେ ସଚିନ୍, ଆସିଲା ପାକ୍ କ୍ରିକେଟର୍‌ଙ୍କ ହୃଦୟସ୍ପର୍ଶୀ ବାର୍ତ୍ତା

ନୂଆଦିଲ୍ଲୀ: ଭାରତର ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୬ ଦିନ ତଳେ ସଚିନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ହେଲେ ଆଜି ସଚିନ୍ ହସ୍ପିଟାଲରେ ଭର୍ତ୍ତି ହେବା ପରେ ସାରା ବିଶ୍ୱରେ ତାଙ୍କର ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା କରାଯାଉଛି। ଏହି ଅବସରରେ ପାକିସ୍ତାନର କିମ୍ବଦନ୍ତୀ ପେସ୍ ବୋଲର ୱାସିମ୍ ଆକ୍ରାମ ସଚିନ୍ ତେନ୍ଦୁଲକରଙ୍କୁ ହୃଦୟକୁ ଛୁଇଁଲା ଭଳି ଟ୍ୱିଟ୍ କରିଛନ୍ତି। ଆକ୍ରାମ ସଚିନଙ୍କ ଡେବ୍ୟୁ ସିରିଜକୁ ମନେ ପକାଇଛନ୍ତି। ଆକ୍ରାମ […]

ଅଦ୍ୟତନ ହୋଇଛି
ହସ୍ପିଟାଲରେ ସଚିନ୍, ଆସିଲା ପାକ୍ କ୍ରିକେଟର୍‌ଙ୍କ ହୃଦୟସ୍ପର୍ଶୀ ବାର୍ତ୍ତା

wasim-akram-and-sachin-tendulkar

Advertisment

ନୂଆଦିଲ୍ଲୀ: ଭାରତର ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୬ ଦିନ ତଳେ ସଚିନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ହେଲେ ଆଜି ସଚିନ୍ ହସ୍ପିଟାଲରେ ଭର୍ତ୍ତି ହେବା ପରେ ସାରା ବିଶ୍ୱରେ ତାଙ୍କର ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା କରାଯାଉଛି। ଏହି ଅବସରରେ ପାକିସ୍ତାନର କିମ୍ବଦନ୍ତୀ ପେସ୍ ବୋଲର ୱାସିମ୍ ଆକ୍ରାମ ସଚିନ୍ ତେନ୍ଦୁଲକରଙ୍କୁ ହୃଦୟକୁ ଛୁଇଁଲା ଭଳି ଟ୍ୱିଟ୍ କରିଛନ୍ତି।

Advertisment

ଆକ୍ରାମ ସଚିନଙ୍କ ଡେବ୍ୟୁ ସିରିଜକୁ ମନେ ପକାଇଛନ୍ତି। ଆକ୍ରାମ ଲେଖିଛନ୍ତି, ଯେତେବେଳେ ଆପଣ (ସଚିନ୍) ୧୬ ବର୍ଷର ଥିଲେ, ସେହି ସମୟରେ ଆପଣ ଦୁନିଆର ସର୍ବଶ୍ରେଷ୍ଠ ବୋଲରଙ୍କୁ ଦୃଢ଼ ସାହସ ଓ ଆତ୍ମବିଶ୍ୱାସର ସହ ସାମ୍ନା କରିଥିଲ। ମୋର ବିଶ୍ୱାସ ଯେ କୋଭିଡ୍-୧୯କୁ ମଧ୍ୟ ଛକା ମାରି ବିଦା କରିବ। ଶୀଘ୍ର ସୁସ୍ଥ ହେବା ନେଇ କାମନା କରୁଛି।

https://twitter.com/wasimakramlive/status/1377913922682900481?s=20

ସଚିନ୍ ଆଜି ବିଶ୍ୱକପ୍ ବିଜୟର ୧୦ ବର୍ଷ ପୂର୍ତ୍ତି ଅବସରରେ ସଚିନ୍ ଟ୍ୱିଟ୍ କରିଥିଲେ ଯେ, ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କ ସହ ଭାରତର ବିଶ୍ୱକପ୍-୨୦୧୧ର ବର୍ଷପୂର୍ତ୍ତି ମନାଇବା ନିଶ୍ଚୟ ଭଲ ହେବ। ମୋତେ ଏକ ଫଟୋ ପଠାଇବ।

Advertisment

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର ୧୯୮୯ରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ସେତେବେଳେ ସେ ମାତ୍ର ୧୬ ବର୍ଷ ଓ ୨୦୫ ଦିନର ହୋଇଥିଲେ। ସେ ନିଜର ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ୧୫ ରନ୍ କରିଥିଲେ, ଯେଉଁଥିରେ ଦୁଇଟି ଚୌକା ସାମିଲ୍ ଥିଲା।

ମ୍ୟାଚରେ ପାକିସ୍ତାନର ସେତେବେଳର ସବୁଠାରୁ ଘାତକ ବୋଲର ୱକାର ୟୁନିସ, ଅବଦୁଲ କାଦିର ଓ ଖୋଦ୍ ୱାସିମ୍ ଆକ୍ରାମଙ୍କ ଭଳି ଧୁରନ୍ଧର ସଚିନଙ୍କୁ ବୋଲିଂ କରିଥିଲେ। କୁନି ପିଲା ଦେଖାଯାଉଥିବା ସଚିନ୍ ଡେବ୍ୟୁ ସିରିଜରେ ନିଜର ବ୍ୟାଟିଂ ସ୍କିଲ୍ ଦ୍ୱାରା ସମସ୍ତଙ୍କୁ ଚକିତ କରିଦେଇଥିଲେ।

୪୭ ବର୍ଷୀୟ ସଚିନ୍ ଟେଷ୍ଟ କ୍ରିକେଟ୍ ଇତିହାସରେ ସର୍ବାଧିକ ୧୫୯୨୧ ରନ୍ କରିଛନ୍ତି। ଦିନିକିଆରେ ତାଙ୍କ ନାଁରେ ୧୮୪୨୬ ରନ୍ କରିଛି, ଯାହାକି କୌଣସି କ୍ରିକେଟରଙ୍କ ପକ୍ଷେ ଏହା ସର୍ବାଧିକ। ତେନ୍ଦୁଲକର ମଧ୍ୟ ଏକମାତ୍ର ଖେଳାଳି ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ ମାରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe