Advertisment

ସାଉଥାମ୍ପଟନରେ ବର୍ଷା ବନ୍ଦ, ୭.୩୦ରେ ପିଚ୍ ଇନ୍ସପେକ୍ସନ୍

ସାଉଥାମ୍ପଟନ୍: ଇଂଲଣ୍ଡରୁ କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର ଆସିଛି । ସାଉଥାମ୍ପଟନରେ ବର୍ଷା ବନ୍ଦ ହୋଇଛି ଏବଂ ଏବେ ମ୍ୟାଚ୍ ଆରମ୍ଭ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଗ୍ରାଉଣ୍ଡସମ୍ୟାନ୍ ମଇଦାନକୁ ଶୁଖାଇବା ଏବଂ ଖେଳ ଉପଯୋଗୀ କରିବାରେ ଲାଗି ପଡ଼ିଛନ୍ତି । ଦୁଇ ଟିମର ଖେଳାଳିମାନେ ମଇଦାନ ବୁଲି ଦେଖଛନ୍ତି । ସନ୍ଧ୍ୟା ସାଢ଼େ ସାତଟା ବେଳେ ଅମ୍ପାୟାର ପିଚ୍ ଇନ୍ସପେକ୍ସନ୍ କରିବେ। ଏହା ପୂର୍ବରୁ ବର୍ଷା ଯୋଗୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ସାଉଥାମ୍ପଟନରେ ବର୍ଷା ବନ୍ଦ, ୭.୩୦ରେ ପିଚ୍ ଇନ୍ସପେକ୍ସନ୍

ind-vs-nz

ସାଉଥାମ୍ପଟନ୍: ଇଂଲଣ୍ଡରୁ କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର ଆସିଛି । ସାଉଥାମ୍ପଟନରେ ବର୍ଷା ବନ୍ଦ ହୋଇଛି ଏବଂ ଏବେ ମ୍ୟାଚ୍ ଆରମ୍ଭ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଗ୍ରାଉଣ୍ଡସମ୍ୟାନ୍ ମଇଦାନକୁ ଶୁଖାଇବା ଏବଂ ଖେଳ ଉପଯୋଗୀ କରିବାରେ ଲାଗି ପଡ଼ିଛନ୍ତି । ଦୁଇ ଟିମର ଖେଳାଳିମାନେ ମଇଦାନ ବୁଲି ଦେଖଛନ୍ତି । ସନ୍ଧ୍ୟା ସାଢ଼େ ସାତଟା ବେଳେ ଅମ୍ପାୟାର ପିଚ୍ ଇନ୍ସପେକ୍ସନ୍ କରିବେ।

Advertisment

ଏହା ପୂର୍ବରୁ ବର୍ଷା ଯୋଗୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲର ଟସ୍ ପଡ଼ିବାରେ ବିଳମ୍ବ ହୋଇଛି। ଏପରିକି ପ୍ରଥମ ସେସନ୍ ଖେଳ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ଟାଇଟଲ୍ ମୁକାବିଲା ସାଉଥାମ୍ପଟନର ଏଜେସ୍ ବାଉଲରେ ଖେଳାଯିବ। ଟସ୍ ଭାରତୀୟ ସମୟ ଅନୁସାରେ ଦ୍ୱିପହର ୨.୩୦ ମିନିଟରେ ପଡ଼ିଥାନ୍ତି, କିନ୍ତୁ ବର୍ଷା ଯୋଗୁ ଏହା ସମ୍ଭବ ହୋଇପାରିନାହିଁ।

https://twitter.com/BCCI/status/1405874170269999106?s=20

ଏହା ପୂର୍ବରୁ ବିସିସିଆଇ ଟୁଇଟରେ ଲେଖିଥିଲା ଯେ ଦୁର୍ଭାଗ୍ୟ ବଶତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପ୍ରଥମ ଦିବସର ପ୍ରାରମ୍ଭିକ ସେସନରେ କୌଣସି ଖେଳ ହେବ ନାହିଁ। ମ୍ୟାଚ୍ ଭାରତୀୟ ସମୟାନୁସାରେ ଦ୍ୱିପହର ୩ଟାରେ ଆରମ୍ଭ ହେବାର ଥିଲା, କିନ୍ତୁ ଖରାପ ପାଗ କାରଣରୁ ଏଜେସ୍ ବାଉଲର ପିଚକୁ ଢାଙ୍କି ଦିଆଯାଇଛି।

Advertisment

ଆଇସିସି ଖରାପ ପାଗ କାରଣରୁ ନଷ୍ଟ ହୋଇଥିବା ସମୟରେ ଭରଣ ପାଇଁ ରିଜର୍ଭ ଡେ’ ରଖିଛି। ଏହି ମ୍ୟାଚ୍ ଚାଲିଥିବା ବେଳେ ସାଉଥାମ୍ପଟନରେ ଅଧିକାଂଶ ସମୟରେ ବର୍ଷା ହେବାର ସମ୍ଭାବନା ଥିବା ଭବିଷ୍ୟବାଣୀ କରାଯାଇଛି।

ସୂଚନାଯୋଗ୍ୟ, ଫାଇନାଲ୍‌ ମୁକାବିଲା ପାଇଁ ଭାରତ ଚୂଡ଼ାନ୍ତ ଏକାଦଶ ଘୋଷଣା କରିସାରିଛି । ହେଲେ ନ୍ୟୁଜିଲ୍ୟାଣ୍ଡ ଏକାଦଶ ଘୋଷଣା କରିନାହିଁ।

ଭାରତର ଚୂଡ଼ାନ୍ତ ଏକାଦଶ: ରୋହିତ୍ ଶର୍ମା, ଶୁବମନ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ୍‌ କୋହଲି (କ୍ୟାପଟେନ୍), ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ୱିକେଟକିପର), ରବୀନ୍ଦ୍ର ଜାଡେଜା, ଆର୍ ଅଶ୍ୱିନ୍, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା ମହମ୍ମଦ ଶାମି।