Advertisment

ଧୋନି ଓ ଭୁବିଙ୍କ ରଣନୀତିରେ ଫସିଗଲେ ଫିଞ୍ଚ, ଦେଖନ୍ତୁ ଭିଡିଓ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚଙ୍କୁ ଆଉଟ୍‌ କରିବା ପାଇଁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ଭୁବନେଶ୍ୱର କୁମାର(ଭୁବି) ରଚିଥିବା ରଣନୀତି ସଫଳ ହୋଇଛି। ଫିଞ୍ଚ ବ୍ୟାଟିଂ କରିବା ବେଳେ ଭୁବି ତାଙ୍କୁ ଲାଇନ୍‌ ଏବଂ ଲେନ୍ଥ ଦ୍ୱାରା ଅଡ଼ୁଆରେ ପକାଇଥିଲେ। ତେବେ ଚତୁର ଫିଞ୍ଚ ନିଜର ରଣନୀତି ବଦଳାଇବା ସହ କ୍ରିଜ୍‌ରୁ ବାହାରେ ଭୁବିଙ୍କ ବଲ୍‌ର ସାମ୍ନା କରିଥିଲେ। ଏହି ସମୟରେ ଧୋନି ଓ ଭୁବି ଏକ ରଣନୀତି ଆପଣାଇଥିଲେ। ପ୍ରଥମେ ଭୁବି […]

author-image
Hemant Lenka
ଧୋନି ଓ ଭୁବିଙ୍କ ରଣନୀତିରେ ଫସିଗଲେ ଫିଞ୍ଚ, ଦେଖନ୍ତୁ ଭିଡିଓ

rr

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚଙ୍କୁ ଆଉଟ୍‌ କରିବା ପାଇଁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ଭୁବନେଶ୍ୱର କୁମାର(ଭୁବି) ରଚିଥିବା ରଣନୀତି ସଫଳ ହୋଇଛି। ଫିଞ୍ଚ ବ୍ୟାଟିଂ କରିବା ବେଳେ ଭୁବି ତାଙ୍କୁ ଲାଇନ୍‌ ଏବଂ ଲେନ୍ଥ ଦ୍ୱାରା ଅଡ଼ୁଆରେ ପକାଇଥିଲେ। ତେବେ ଚତୁର ଫିଞ୍ଚ ନିଜର ରଣନୀତି ବଦଳାଇବା ସହ କ୍ରିଜ୍‌ରୁ ବାହାରେ ଭୁବିଙ୍କ ବଲ୍‌ର ସାମ୍ନା କରିଥିଲେ।

Advertisment

ଏହି ସମୟରେ ଧୋନି ଓ ଭୁବି ଏକ ରଣନୀତି ଆପଣାଇଥିଲେ। ପ୍ରଥମେ ଭୁବି ଅମ୍ପାୟାରଙ୍କ ପଛରୁ ଏବଂ କ୍ରିଜ୍‌ଠାରୁ ବହୁ ଦୂରରୁ ଏକ ବଲ୍‌ ପକାଇଥିଲେ। ଏହାକୁ ଫିଞ୍ଚ ନ ବୁଝି ଆଡ଼େଇ ଯାଇଥିଲେ। ଫଳରେ ବୋଲ୍ଡ ହୋଇଯାଇଥିଲେ। କିନ୍ତୁ ଅମ୍ପାୟାର ଏହାକୁ ଡେଡ୍‌ ବଲ୍‌ ବୋଲି ଘୋଷଣା କରିଥିଲେ। ପରେ ଏଭଳି ବୋଲିଂ କରିବାକୁ ଭୁବିଙ୍କୁ ଧୋନି କହିଥିବା ଦେଖିବାକୁ ମିଳିଥିଲା।

ତେବେ ଏଭଳି ମାଇଣ୍ତ ଗେମ୍‌ ଭାରତ ପାଇଁ କାମ ଦେଇଥିଲା। ଏହାର ପରବର୍ତ୍ତୀ ବଲ୍‌ରେ ଭୁବିଙ୍କ  ଏକ ଲିଗାଲ ବଲ୍‌ରେ ଫିଞ୍ଚ ଏଲବିଡବ୍ଲ୍ୟୁ ହୋଇଯାଇଥିଲେ। ଧୋନି ଓ ଭୁବିଙ୍କ ସ୍ୱତନ୍ତ୍ର ରଣନୀତିରେ ଫିଞ୍ଚ ଶେଷରେ ଫସି ଯାଇ ପ୍ୟାଭିଲିୟନ୍‌ ଫେରିଥିଲେ।

Advertisment

ଦେଖନ୍ତୁ ଦୁଇଟି ଯାକ ଭିଡିଓ
https://twitter.com/twitter/statuses/1086105081836056576
https://twitter.com/twitter/statuses/1086105561404342272