ଦିଲୀପ ତିର୍କୀ ହକି ଇଣ୍ଡିଆ ସଭାପତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହୋଇଛନ୍ତି। ନିର୍ଦ୍ୱନ୍ଦ୍ୱରେ ସେ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହୋଇଛନ୍ତି। ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ହକି ଇଣ୍ଡିଆ ସଭାପତି ପଦ ପାଇଁ ଆଉ ଦୁଇ ଜଣ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେମାନେ ହେଉଛନ୍ତି ଉତ୍ତର ପ୍ରଦେଶ ହକି ସଂଘ ମୁଖ୍ୟ ରାକେଶ କଟୟାଲ ଓ ଝାଡ଼ଖଣ୍ଡ ହକି ସଂଘ ମୁଖ୍ୟ ଭୋଳା ନାଥ ସିଂହ। […]

Dillip

  • Published: Friday, 23 September 2022
  • , Updated: 23 September 2022, 06:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହୋଇଛନ୍ତି। ନିର୍ଦ୍ୱନ୍ଦ୍ୱରେ ସେ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହୋଇଛନ୍ତି। ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ।

ହକି ଇଣ୍ଡିଆ ସଭାପତି ପଦ ପାଇଁ ଆଉ ଦୁଇ ଜଣ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେମାନେ ହେଉଛନ୍ତି ଉତ୍ତର ପ୍ରଦେଶ ହକି ସଂଘ ମୁଖ୍ୟ ରାକେଶ କଟୟାଲ ଓ ଝାଡ଼ଖଣ୍ଡ ହକି ସଂଘ ମୁଖ୍ୟ ଭୋଳା ନାଥ ସିଂହ। ତେବେ ଦିଲ୍ଲୀପଙ୍କୁ ସମର୍ଥନ କରି ଉଭୟ ରାକେଶ ଓ ଭୋଳା ନାଥ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିଲେ।

ଦିଲ୍ଲୀପ ତିର୍କୀ ଦେଶ ପାଇଁ ୪୧୨ଟି ମ୍ୟାଚ୍ ଖେଳିଛନ୍ତି। ସେ ଭାରତୀୟ ହକି ଟିମ୍‌ର ଅଧିନାୟକ ମଧ୍ୟ ରହିଥିଲେ। ସେ ୧୯୯୫ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସେ ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ଦିଲ୍ଲୀପ ତିନିଟି ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ସେ ୧୯୯୬ର ଆଣ୍ଟଲାଣ୍ଟା ଅଲିମ୍ପିକ୍ସ ସହିତ ୨୦୦୦ର ସିଡ୍‌ନୀ ଓ ୨୦୦୪ର ଏଥେନ୍ସ ଅଲିମ୍ପିକ୍ସ ଖେଳିଛନ୍ତି। ସେ ୨୦୧୦ରେ ଅନ୍ତଜାର୍ତୀୟ ହକିରୁ ଅବସର ନେଇଥିଲେ। ୨୦୧୨ରେ ଦିଲ୍ଲୀପ ବିଜୁ ଜନତା ଦଳ ଟିକେଟ୍‌ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

Related story