/odisha-reporter/media/post_attachments/uploads/2018/09/ansu.jpg)
ansu
କ୍ୱାଲାଲମ୍ପପୁର: ଚଳିତ ଏସିଆ କପ୍ ପାଇଁ ପ୍ରଥମଥର ପାଇଁ ହଂକଂ ଟିକେଟ୍ ହାସଲ କରିଛି। ଟିମ୍ର ଅଧିନାୟକ ତଥା ଓଡ଼ିଆ ପୁଅ ଅଂଶୁମାନ ରଥ ବ୍ୟାଟିଂରେ କମାଲ କରି ହଂକଂ ପାଇଁ ଏଭଳି ଗୌରବ ଆଣିଛନ୍ତି। ବର୍ଷା ବାଧାପ୍ରାପ୍ତ ଏସିଆ କପ୍ କ୍ୱାଲିଫାୟର ମ୍ୟାଚ୍ର ଫାଇନାଲ୍ ମୁକାବିଲାରେ ହଂକଂ ପ୍ରତିପକ୍ଷ ୟୁଏଇକୁ ୨ ୱିକେଟ୍ରେ ହରାଇ ଏହି ସଫଳତା ପାଇଛି।
Advertisment
ଅଂଶୁମାନଙ୍କ ବାପା ମା’ ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳର ହୋଇଥିବା ବେଳେ ସେମାନେ ଏବେ ହଂକଂରେ ରହୁଛନ୍ତି। ଅଂଶୁମାନ ୧୯୯୭ ମସିହା ନଭେମ୍ବର ୫ରେ ହଂକଂଠାରେ ଜନ୍ମ ଗ୍ରହଣ କରିଥିଲେ। ପିଲାଟି ବେଳୁ ହିଁ ସେ କ୍ରିକେଟ୍ ଖେଳି ଆସୁଛନ୍ତି।
ହଂକଂ ପକ୍ଷରୁ ଅଜିଜ୍ ଖାନ୍ ଚମତ୍କାର ବୋଲିଂ କରି ୫ ୱିକେଟ୍ ଦଖଲ କରିଛନ୍ତି।
[caption id="attachment_272841" align="alignnone" width="1011"]
ୱିକେଟ୍ ନେବା ପରେ ଅଜିଜ୍ ଖାନ୍[/caption]
ଟସ୍ ହାରି ବ୍ୟାଟିଂ କରୁଥିବା ୟୁଏସ୍ଇ ଧିମା ଆରମ୍ଭ କରିଥିଲା। ଦଳ ଏକଦା ୧୫.୨ ଓଭରରେ ୩ ୱିକେଟ୍ ହରାଇ ୬୫ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଯାଇଥିଲା। ଦୀର୍ଘ ସମୟ ଧରି ବର୍ଷା ଜାରି ରହିବାରୁ ମ୍ୟାଚ୍କୁ ୨୪ ଓଭର ବିଶିଷ୍ଟ କରାଯାଇଥିଲା।
ୟୁଏଇ ନିର୍ଦ୍ଧାରିତ ୨୪ ଓଭର୍ରେ ୯ ୱିକେଟ୍ ହରାଇ ମାତ୍ର ୧୭୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଡିଏଲ୍ ମେଥଡ୍ ଅନୁଯାୟୀ ୧୭୯ ରନ୍ର ଟାର୍ଗେଟ ପାଇଥିବା ହଂକଂର ଅଧିନାୟକ ତଥା ଓଡ଼ିଆ ପୁଅ ଅଂଶୁମାନ ରଥ ୨୫ ବଲ୍ରେ ୨୮ ରନ୍ ଓ ନିଜାତ୍ ଖାନ୍ ୨୦ ବଲ୍ରେ ୩୮ ରନ୍ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ। ଉଭୟ ମାତ୍ର ୩୭ ବଲ୍ରେ ୬୪ ରନ୍ ସଂଗ୍ରହ କରିଥିଲେ।
/odisha-reporter/media/post_attachments/wp-content/uploads/2018/09/ansu-1.jpg)
ଅଂଶୁମାନ ଗୋଟିଏ ପଟେ ଧୀରେଧୀରେ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ନିଜାତ୍ ଦ୍ରୁତ ଗତିରେ ରନ୍ ହାସଲ କରିଥିଲେ। ତେବେ ଉଭୟ ଆଉଟ୍ ହେବା ପରେ ହଂକଂ ସ୍ଥିତି ଦୋହଲି ଯାଇଥିଲା। ଏକଦା ହଂକଂ ୮୨ ରନ୍ରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ୫ମ ୱିକେଟ୍ରେ କ୍ରିଷ୍ଟଫର କାର୍ଟର ଓ ଏସାହାନ ଖାନ୍ ୫୩ ରନ୍ ଯୋଡ଼ି ୟୁଏଇ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ।
ହଂକଂ ଏହି ବିଜୟ ପରେ ଆସନ୍ତା ୧୫ ତାରିଖରୁ ୟୁଏଇରେ ଖେଳା ଯିବାକୁ ଥିବା ଏସିଆ କପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି। ଭାରତ ଓ ପାକିସ୍ତାନ ସହ ହଂକଂ ମଧ୍ୟ ଗ୍ରୁପ୍ ଏରେ ସ୍ଥାନ ପାଇଛି। ହଂକଂ ତା’ର ପ୍ରଥମ ମ୍ୟାଚ୍ ୧୬ରେ ପାକିସ୍ତାନ ବିପକ୍ଷରେ ଖେଳିବ। ଏହି ସମୟରେ ହଂକଂ ଅଧିନାୟକ ଅଂଶୁମାନ ରଥଙ୍କ ଉପରେ ସମସ୍ତଙ୍କ ନଜର ରହିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
