Advertisment

ଖଲୀଲ ଅହମ୍ମଦଙ୍କୁ ଆଇସିସିର ଚେତାବନୀ

ମୁମ୍ବାଇ: ଉଦ୍ଧତ ଆଚରଣ ପାଇଁ ଟିମ୍‌ ଇଣ୍ଡିଆର ଯୁବ ତଥା ନବାଗତ ପେସ୍‌ ବୋଲର୍ ଖଲୀଲ ଅହମ୍ମଦଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନସିଲ୍‌(ଆଇସିସି) ବିଧିବଦ୍ଧ ଭାବେ ଚେତାବନୀ ଦେଇଛି। ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ୪ର୍ଥ ଦିନିକିଆରେ ଆଇସିସିର ଆଚରଣବିଧିର ଲେଭେଲ-୧ ନିୟମକୁ ଖଲୀଲ ଉଲ୍ଲଙ୍ଘନ କରିଥିଲେ। ଏଥିପାଇଁ ମ୍ୟାଚ୍‌ ରେଫରୀ କ୍ରିସ୍‌ ବ୍ରଡ୍‌ ମଙ୍ଗଳବାର ତାଙ୍କୁ ବିଧିବଦ୍ଧ ଭାବେ ନୋଟିସ୍‌ ପଠାଇ ନିଜର ଆଚରଣକୁ ନିୟନ୍ତ୍ରଣରେ ରଖିବାକୁ କହିଛନ୍ତି। ଏଥିସହ ତାଙ୍କୁ ଗୋଟିଏ ଡି-ମେରିଟ୍‌ ପଏଣ୍ଟ ମିଳିଛି। ଇଣ୍ଡିଜ୍‌ ବ୍ୟାଟିଂର […]

author-image
Hemant Lenka
ଅଦ୍ୟତନ ହୋଇଛି
ଖଲୀଲ ଅହମ୍ମଦଙ୍କୁ ଆଇସିସିର ଚେତାବନୀ

yt

ମୁମ୍ବାଇ: ଉଦ୍ଧତ ଆଚରଣ ପାଇଁ ଟିମ୍‌ ଇଣ୍ଡିଆର ଯୁବ ତଥା ନବାଗତ ପେସ୍‌ ବୋଲର୍ ଖଲୀଲ ଅହମ୍ମଦଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନସିଲ୍‌(ଆଇସିସି) ବିଧିବଦ୍ଧ ଭାବେ ଚେତାବନୀ ଦେଇଛି। ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ୪ର୍ଥ ଦିନିକିଆରେ ଆଇସିସିର ଆଚରଣବିଧିର ଲେଭେଲ-୧ ନିୟମକୁ ଖଲୀଲ ଉଲ୍ଲଙ୍ଘନ କରିଥିଲେ। ଏଥିପାଇଁ ମ୍ୟାଚ୍‌ ରେଫରୀ କ୍ରିସ୍‌ ବ୍ରଡ୍‌ ମଙ୍ଗଳବାର ତାଙ୍କୁ ବିଧିବଦ୍ଧ ଭାବେ ନୋଟିସ୍‌ ପଠାଇ ନିଜର ଆଚରଣକୁ ନିୟନ୍ତ୍ରଣରେ ରଖିବାକୁ କହିଛନ୍ତି।

Advertisment

ଏଥିସହ ତାଙ୍କୁ ଗୋଟିଏ ଡି-ମେରିଟ୍‌ ପଏଣ୍ଟ ମିଳିଛି।

ଇଣ୍ଡିଜ୍‌ ବ୍ୟାଟିଂର ୧୪ ତମ ଓଭର୍‌ରେ ଖଲୀଲ ବୋଲିଂ କରିବାକୁ ଆସିଥିଲେ। ଏହି ସମୟରେ ମାର୍ଲନ ସାମୁଏଲ୍ସ ବ୍ୟାଟିଂ କରୁଥିଲେ। ତେବେ ଖଲୀଲଙ୍କ ପୂର୍ବ ଓଭର୍‌ରେ ସାମୁଏଲ୍ସ ଚୌକା ମାରିଥିବାରୁ ଏହାର ପ୍ରତିଶୋଧ ନେବାକୁ ଏହି ରାଜସ୍ଥାନର ବାମହାତୀ ବୋଲର ଲକ୍ଷ୍ୟ ରଖିଥିଲେ।

ହଠାତ୍‌ ଖଲୀଲଙ୍କ ଏକ ଆଉଟ୍ ସୁଇଂକୁ ବୁଝି ନପାରି ସାମୁଏସ୍‌ ସ୍ଲିପ୍‌ ଅଞ୍ଚଳରେ ଫିଲ୍ଡିଂ କରିଥିବା ରୋହିତଙ୍କ ହାତକୁ କ୍ୟାଚ୍‌ ଦେଇ ଦେଇଥିଲେ। ସାମୁଏଲ୍ସଙ୍କୁ ଆଉଟ୍‌ କରିବା ପରେ ଖଲୀଲ ବେଶ ଉତ୍ସାହିତ ହୋଇପଡ଼ିବା ସହ ତାଙ୍କୁ ଚିଡ଼ାଇବାକୁ ଚେଷ୍ଟା କରିଥିଲେ।

Advertisment

ଏହାକୁ ପ୍ରଥମେ ଫିଲ୍ଡ୍‌ ଅମ୍ପାୟାର ଇଆନ୍‌ ଗୋଲଡ ଓ ଅନୀଲ ଚୌଧୁରୀ ତର୍ଜମା କରିବାରେ ପରେ ଖଲୀଲଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।