ପ୍ୟାରିସ ଅଲିମ୍ପିକ୍ସରେ ଆଜି ଭାରତ ପାଇଁ ବଡ଼ ଆଶା। ଜାଭେଲିନ୍ ଥ୍ରୋ କ୍ୱାଲିଫିକେସନ୍ ରାଉଣ୍ଡକୁ ଓହ୍ଲାଇବେ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା ଏବଂ ଓଡ଼ିଆ ଆଥଲେଟ୍ କିଶୋର ଜେନା। ପଦକର ପ୍ରବଳ ଦାବିଦାର ଅଛନ୍ତି ନୀରଜ ଚୋପ୍ରା। ସେ ଦ୍ୱିତୀୟ ଅଲିମ୍ପିକ୍ସ ମେଡାଲ୍ ଲକ୍ଷ୍ୟରେ ରହିଛନ୍ତି।
ଦିନ ୩ଟା ୨୦ ମିନିଟରେ ଗ୍ରୁପ୍-ବି କ୍ୱାଲିଫିକେସନ୍ ରାଉଣ୍ଡରେ ମୈଦନାକୁ ଓହ୍ଲାଇବେ ନୀରଜ ଚୋପ୍ରା। ଏହି ମ୍ୟଚ୍ରେ ଭାରତ-ପାକିସ୍ତାନ ଟକ୍କର ଦେଖିବାକୁ ମିଳିବ। ଜାଭଲିନ୍ ଥ୍ରୋରେ ନୀରଜ ଚୋପ୍ରା ଓ ପାକିସ୍ତାନର ଚ୍ୟାଲେଞ୍ଜର ଅସରଦ୍ ନାଦିମଙ୍କ ମଧ୍ୟରେ ଏହି ପ୍ରତିଯୋଗୀତା ହେବ। ତେବେ ଏହି ଇଭେଣ୍ଟରେ ପ୍ରଥମେ ଭାରତ ପକ୍ଷରୁ ଓଡ଼ିଆ ପୁଅ କିଶୋର କୁମାର ଜେନା ଜାଭଲିନ ଥ୍ରୋ କରିବେ।
Also Read
ନୀରଜ ଚୋପ୍ରା ୨୦୨୨ରେ ଡାଇମଣ୍ଡ ଲିଗ୍ ଓ ୨୦୨୩ରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତେବେ ଚଳିତ ଅଲିମ୍ପିକ୍ସରେ ନୀରଜଙ୍କ ପାଖରେ ରହିଛି ଲଗାତାର ଦ୍ୱିତୀୟ ସ୍ୱର୍ଣ୍ଣ ଜିତିବାର ସୁଯୋଗ । ସେହିପରି କିଶୋର ଜେନାଙ୍କଠାରୁ ମଧ୍ୟ ପଦକ ଜିତିବା ନେଇ ଆଶା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Cricket
ଟେଷ୍ଟ କ୍ରିକେଟରେ ‘ବିରାଟ’ ଯୁଗ ଶେଷ
ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜ ପୂର୍ବରୁ ବିରାଟ କ୍ରିକେଟର ଏହି ଲମ୍ବା ଫର୍ମାଟକୁ ଅଲବିଦା କହିଛନ୍ତି। ବିରାଟଙ୍କ ଅବସର ସହ ଟେଷ୍ଟ କ୍ରିକେଟରେ ଗୋଟିଏ ବଡ଼ ଓ ଐତିହାସିକ ଯୁଗର ଅବସାନ ଘଟିଛି।

Cricket
ଚରମସୀମାରେ ବିବାଦ: IPLକୁ ଅଧାରେ ବନ୍ଦ କଲା ବିସିସିଆଇ
ଗୁରୁବାର ଜମ୍ମୁ-କଶ୍ମୀର ଓ ପଠାନକୋଟରେ ପାକିସ୍ତାନ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଥିବା ବେଳେ ଧର୍ମଶାଳାରେ ପଞ୍ଜାବ କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ଖେଳୁଥିଲେ। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ମ୍ୟାଚ୍କୁ ଅଧାରୁ ବାତିଲ କରି ଦିଆଯାଇଥିଲା।

Cricket
ଭାରତର ଷ୍ଟ୍ରାଇକ ପରେ ପାକ୍କୁ ବଡ଼ ଝଟକା: ମ୍ୟାଚ୍ ରଦ୍ଦ, ଦେଶ ଛାଡ଼ିବାକୁ ଚାହୁଁଛନ୍ତି ବିଦେଶୀ ଖେଳାଳି
ଭାରତର ଗୋଟିଏ ଡ୍ରୋନ ରାୱାଲପିଣ୍ଡି ଷ୍ଟାଡିୟମର ୧୦୦ ମିଟର ଦୂରରେ ମାଡ଼ ହେବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛି।

Cricket
କାହିଁକି ଗୋଟିଏ ମ୍ୟାଚ୍ରୁ ବ୍ୟାନ ହୋଇପାରନ୍ତି ଶୁବମନ ଗିଲ?
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚରେ ଘରୋଇ ଟିମ ଗୁଜାଟ ୩୮ରେ ହାଇଦ୍ରାବାଦକୁ ହରାଇ ଦେଇଛି। ଏଥିସହ ଦୁଇ ପଏଣ୍ଟ ପାଇ ପ୍ଲେ ଅଫ ଖେଳିବା ସୁଯୋଗକୁ ଆହୁରି ମଜବୁତ କରିଛି।

Cricket
୧୪ ବର୍ଷୀୟ ସୂର୍ଯ୍ୟବଂଶୀ: ଛାତ ଉପରର ଟ୍ରେନିଂ ଠାରୁ ଆଇପିଏଲରେ ରେକର୍ଡ ବ୍ରେକିଂ ଶତକ
୨୦୨୧ରେ ମାତ୍ର ୧୦ ବର୍ଷ ବୟସର ହୋଇଥିବା ପିଲାଟି ଆଜି ଆଇପିଏଲରେ ଚହଳ ସୃଷ୍ଟି କରିଛନ୍ତି।