Advertisment

ହାଇଭୋଲ୍ଟେଜ୍‌ ମ୍ୟାଚ୍‌ରେ ଭାରତର ଦମଦାର ବିଜୟ

ଦୁବାଇ: ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷ ହାଇଭୋଲ୍ଟେଜ୍‌ ମ୍ୟାଚ୍‌ରେ ଭାରତ ଦମଦାର ବିଜୟ ହାସଲ କରିଛି। ପାକିସ୍ତାନକୁ ୮ ୱିକେଟ୍‌ରେ ହରାଇ ଟିମ୍‌ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ପରାଜୟର ପ୍ରତିଶୋଧ ନେଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୪୩.୧ ଓଭରରେ ୧୬୨ରନ୍ କରି ଅଲ୍ ଆଉଟ୍ ହୋଇଯାଇ ଥିଲା। ୧୬୩ ରନ୍‌ର ଟାର୍ଗେଟ ପାଇଥିବା ଟିମ୍ ଇଣ୍ଡିଆ ୨୯ ଓଭରରେ ମାତ୍ର ଦୁଇଟି ୱିକେଟ୍ ହରାଇ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ଅଧିନାୟକ […]

author-image
Hemant Lenka
ଅଦ୍ୟତନ ହୋଇଛି
ହାଇଭୋଲ୍ଟେଜ୍‌ ମ୍ୟାଚ୍‌ରେ ଭାରତର ଦମଦାର ବିଜୟ

rohit_shikharasia cup

ଦୁବାଇ: ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷ ହାଇଭୋଲ୍ଟେଜ୍‌ ମ୍ୟାଚ୍‌ରେ ଭାରତ ଦମଦାର ବିଜୟ ହାସଲ କରିଛି। ପାକିସ୍ତାନକୁ ୮ ୱିକେଟ୍‌ରେ ହରାଇ ଟିମ୍‌ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ପରାଜୟର ପ୍ରତିଶୋଧ ନେଇଛି।

Advertisment

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୪୩.୧ ଓଭରରେ ୧୬୨ରନ୍ କରି ଅଲ୍ ଆଉଟ୍ ହୋଇଯାଇ ଥିଲା।

୧୬୩ ରନ୍‌ର ଟାର୍ଗେଟ ପାଇଥିବା ଟିମ୍ ଇଣ୍ଡିଆ ୨୯ ଓଭରରେ ମାତ୍ର ଦୁଇଟି ୱିକେଟ୍ ହରାଇ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ଅଧିନାୟକ ତଥା ଓପନ୍‌ର ରୋହିତ ଶର୍ମା ବିସ୍ଫୋରକ ୫୨ ରନ୍ କରିଥିବା ବେଳେ ଅନ୍ୟତମ ଓପନ୍‌ର ଶିଖର ଧୱନ ୪୬ ରନ୍‌ର ଇନିଂସ ଖେଳିଥିଲେ। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୮୬ ରନ୍‌ ଯୋଡ଼ିଥିଲେ।

Advertisment

ଏହାପରେ ଅମ୍ବାତି ରାଇଡୁ ଓ ଦିନେଶ କାର୍ତ୍ତିକ ଭାରତକୁ ବିନା କୌଣସି କ୍ଷତିରେ ବିଜୟ ଟାର୍ଗେଟରେ ପହଞ୍ଚାଇ ଥିଲେ। ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ ପାଇଁ ଭୁବନେଶ୍ବର କୁମାରଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ବିବେଚନା କରାଯାଇଛି। ସେ ୭ ଓଭରରେ ୧୫ ରନ୍ ଦେଇ ୩ଟି ୱିକେଟ୍ ଦଖଲ କରିଥିଲେ।

ଆସନ୍ତା ୨୩ ତାରିଖରେ ଏସିଆ କପ୍‌ ସୁପର୍‌-୪ ଗ୍ରୁପରେ ଭାରତ ଓ ପାକ ପୁଣି ମୁହାଁମୁହିଁ ହେବେ।