Advertisment

ତୃତୀୟ ଦିନିକିଆ: ଭାରତ ଆଗରେ ୨୮୪ ରନ୍‌ର ଟାର୍ଗେଟ

ପୁଣେ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ଦିନକିଆକୁ ଜିତିବା ପାଇଁ ଭାରତ ଆଗରେ ୨୮୪ ରନ୍‌ର ଟାର୍ଗେଟ ରହିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଇଣ୍ଡିଜ୍‌ ବାହିନୀ ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ୍‌ ହରାଇ ୨୮୩ ରନ୍‌ କରିପାରିଛି। ତେବେ ଦଳ ପକ୍ଷରୁ ବିଶାଖାପାଟନମ୍‌ରେ ଜବରଦସ୍ତ ଶତକ ହାସଲ କରିଥିବା ୱିକେଟ୍‌ କିପର୍‌ ସାଇ ହୋପ୍‌ ତୃତୀୟ ଦିନିକିଆରେ ମଧ୍ୟ ଭଲ ବ୍ୟାଟିଂ କରିଛନ୍ତି। କିନ୍ତୁ କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିବାର ରେକର୍ଡଠାରୁ ମାତ୍ର […]

author-image
Hemant Lenka
ଅଦ୍ୟତନ ହୋଇଛି
ତୃତୀୟ ଦିନିକିଆ: ଭାରତ ଆଗରେ ୨୮୪ ରନ୍‌ର ଟାର୍ଗେଟ

a6

ପୁଣେ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ଦିନକିଆକୁ ଜିତିବା ପାଇଁ ଭାରତ ଆଗରେ ୨୮୪ ରନ୍‌ର ଟାର୍ଗେଟ ରହିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଇଣ୍ଡିଜ୍‌ ବାହିନୀ ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ୍‌ ହରାଇ ୨୮୩ ରନ୍‌ କରିପାରିଛି। ତେବେ ଦଳ ପକ୍ଷରୁ ବିଶାଖାପାଟନମ୍‌ରେ ଜବରଦସ୍ତ ଶତକ ହାସଲ କରିଥିବା ୱିକେଟ୍‌ କିପର୍‌ ସାଇ ହୋପ୍‌ ତୃତୀୟ ଦିନିକିଆରେ ମଧ୍ୟ ଭଲ ବ୍ୟାଟିଂ କରିଛନ୍ତି। କିନ୍ତୁ କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିବାର ରେକର୍ଡଠାରୁ ମାତ୍ର ୫ ରନ୍‌ ଦୂରରେ ଥାଇ ସେ ଆଉଟ୍‌ ହୋଇଯାଇଥିଲେ।

Advertisment

publive-image

ସେହିପରି ଦୀର୍ଘ ଦିନର ବିଶ୍ରାମ ପରେ ଟିମ୍‌ ଇଣ୍ଡିଆକୁ କମ୍‌ବ୍ୟାକ୍‌ କରିଥିବା ସ୍ପିଡ୍‌ଷ୍ଟର ଯଶପ୍ରୀତ୍‌ ବୁମ୍ରା ପୁଣିଥରେ ତାଙ୍କର ଚମକ ଦେଖାଇଛନ୍ତି। ୧୦ ଓଭର୍‌ରେ ମାତ୍ର ୩୫ ରନ୍‌ ଦେଇ ୪ଟି ୱିକେଟ୍‌ ନେଇ ସେ ଇଣ୍ଡିଜ୍‌ ବିପର୍ଯ୍ୟୟର ମୁଖ୍ୟ ନାୟକ ସାଜିଥିଲେ।

ପୁଣେର ଏମ୍‌ସିଏ ଷ୍ଟାଡିୟମ୍‌ରେ ଟସ୍ ଭାରତ ସପକ୍ଷରେ ଯାଇଥିଲା। ଅଧିନାୟକ ବିରାଟ୍‌ କୋହଲି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଜି ଦଳ ପକ୍ଷରୁ ୩ଟି ପରିବର୍ତ୍ତନ କରାଯାଇଥିଲା। ମହମ୍ମଦ ଶାମି ଓ ଉମେଶ ଯାଦବଙ୍କ ବଦଳରେ ଭୁବନେଶ୍ୱର କୁମାର ଓ ବୁମ୍ରାଙ୍କୁ ସ୍ଥାନ ମିଳିଥିବା ବେଳେ ସ୍ପିନିଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ବଦଳରେ ନବାଗତ ଖଲୀଲ ଅହମ୍ମଦଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା।

Advertisment

publive-image

ଇଣ୍ଡିଜ୍‌ ବାହିନୀ ଆରମ୍ଭରୁ ଦୁଇ ସ୍ପିଡ୍‌ଷ୍ଟର ବୁମ୍ରା ଓ ଭୁବିଙ୍କ ବଲରେ ଆକ୍ରମଣାତ୍ମକ ଶଟ୍‌ ଖେଳିଥିଲେ। ତେବେ ୬ ଷ୍ଠ ଓଭର୍‌ରେ ବୁମ୍ରା ଇଣ୍ଡିଜ୍‌ ଓପନର୍‌ ଚନ୍ଦ୍ରପାଲ ହେମରାଜ (୧୫)ଙ୍କୁ ଧୋନିଙ୍କ ହାତରେ କ୍ୟାଚ୍‌ କରାଇ ପ୍ରଥମ ସଫଳତା ଦେଇଥିଲେ। ତେବେ ଏହି ୱିକେଟ୍‌ ପାଇଁ ବୁମ୍ରାଙ୍କ ଅପେକ୍ଷା ଧୋନିଙ୍କୁ ସମସ୍ତ ଶ୍ରେୟ ମିଳିଥିଲା। କାରଣ କ୍ୟାଚ୍‌ଟି ଅତ୍ୟନ୍ତ କଠିନ୍‌ ଥିବା ବେଳେ ଧୋନି ଏହାକୁ ଡାଇଭ୍‌ ମାରି ଧରିଥିଲେ।

୨୫ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇ ଥିବା ଇଣ୍ଡିଜ୍‌କୁ ୩୮ ରନ୍‌ରେ ପୁଣିଥରେ ଝଟ୍‌କା ଲାଗିଥିଲା। ବୁମ୍ରା ଅନ୍ୟତମ ଓପନର୍‌ କିରଣ ପାୱେଲ୍‌(୨୧)ଙ୍କୁ ରୋହିତ ଶର୍ମାଙ୍କ ହାତରେ କ୍ୟାଚ୍‌ କରାଇ ପ୍ୟାଭିଲିୟନ୍‌ ପଠାଇଥିଲେ। ଅଭିଜ୍ଞ ମାର୍ଲନ ସାମୁଏଲ୍ସଙ୍କୁ ନବାଗତ ଖଲୀଲ ଅହମ୍ମଦ ଆଉଟ୍‌ କରି ଇଣ୍ଡିଜ୍‌ ଦଳକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ।

publive-image

୫୫ ରନ୍‌ରେ ୩ ୱିକେଟ୍‌ ହରାଇ ସଂଘର୍ଷ କରୁଥିବା ଇଣ୍ଡିଜ୍‌ ଦଳକୁ ଗତ ମ୍ୟାଚ୍‌ର ଦୁଇଷ୍ଟାର ବ୍ୟାଟସ୍‌ମ୍ୟାନ୍‌ ହେଟମୟାର ଓ ହୋପ୍‌ଙ୍କ ଯୋଡ଼ି ସମ୍ଭାଳିଥିଲା। ଉଭୟ ୪ର୍ଥ ୱିକେଟ୍‌ ପାଇଁ ୫୬ ରନ୍‌ର ଭାଗିଦାରୀ କରି ଦଳକୁ ସମ୍ଭାଳିବାକୁ ଚେଷ୍ଟା କରୁଥିବା ବେଳେ ୨୧ ବଲ୍‌ରେ ୩୭ ରନ୍‌ର ଇନିଂସ୍‌ ଖେଳିଥିବା ହେଟମେୟରଙ୍କୁ ଧୋନିଙ୍କ ହାତରେ ଷ୍ଟମ୍ପିଂ କରାଇ ବଡ଼ ବିପର୍ଯୟ ସୃଷ୍ଟି କରିଥିଲେ। ଏହାପରେ କୁଲଦୀପ ରୋଭାନ୍‌ ପାୱେଲ(୪)ଙ୍କୁ ଆଉଟ୍‌ କରିଥିଲେ।

କିନ୍ତୁ ୬ଷ୍ଠ ୱିକେଟ୍‌ ପାଇଁ ହୋପ୍‌ ଅଧିନାୟକ ହୋଲ୍ଡରଙ୍କ ସହ ମିଶି ଦଳୀୟ ଇନିଂସକୁ ଆଗକୁ ନେଇଥିଲେ। ତେବେ ହୋଲ୍ଡର ଦଳୀୟ ସ୍କୋର ୧୯୭ ଥିବା ବେଳେ ବ୍ୟକ୍ତିଗତ ୩୨ ରନ୍‌ କରି ଦଳକୁ କମ୍‌ବ୍ୟାକ୍‌ କରିଥିବା ଭୁବନେଶ୍ୱର କୁମାରଙ୍କ ପ୍ରଥମ ଶିକାର ବନିଥିଲେ। ଗୋଟିଏ ପଟେ ଇଣ୍ଡିଜ୍‌ ବ୍ୟାଟସ୍‌ମ୍ୟାନ୍‌ମାନେ ଜଣଙ୍କ ପରେ ଜଣେ ଆଉଟ୍‌ ହେଉଥିଲେ ହେଁ ହୋପ୍‌ ଅନ୍ୟପଟେ ଖୁମ୍ବ ଭଳି ଛିଡ଼ା ହୋଇ ଆଉ ଏକ ଶତକ ହାସଲ ଅଭିମୁଖେ ଅଗ୍ରସର ହେଉଥିଲେ।

publive-image

କିନ୍ତୁ ଶତକ ଠାରୁ ୫ ରନ୍‌ ଦୂରରେ ଥିବା ବେଳେ ତାଙ୍କୁ ବୁମ୍ରା ବୋଲ୍ଡ କରି ହୋପଙ୍କ ଆଶାରେ ପାଣି ପକାଇ ଦେଇଥିଲେ। ହୋପ୍‌ ଆଉଟ୍‌ ହେବା ବେଳକୁ ଦଳୀୟ ସ୍କୋର ୨୨୭ ରହିଥିଲା।

ତେବେ ଶେଷ ଆଡ଼କୁ ସ୍ପିନର୍‌ ଆଶଲେ ନର୍ସ ଓ କେମାର ରୋଚ୍‌ ଦଳୀୟ ସ୍କୋରକୁ ୨୮୩ରେ ପହଞ୍ଚାଇଥିଲା। ନର୍ସ ବ୍ୟକ୍ତିଗତ ୨୨ଟି ବଲ୍‌ରେ ୪୪ ରନ୍‌ କରି ବୁମ୍ରାଙ୍କ ୪ର୍ଥ ଶିକାର ହୋଇଥିଲେ।

publive-image

ଭାରତ ପକ୍ଷରୁ କମ୍‌ବ୍ୟାକ୍‌ କରିଥିବା ବୁମ୍ରା ସର୍ବାଧିକ ୪ଟି ୱିକେଟ୍‌ ନେଥିବା ବଳେ କୁଲଦୀପ ୨ଟି ଓ ଭୁବନେଶ୍ୱର କୁମାର ଏବଂ ଖଲୀଲ ଅହମ୍ମଦ ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି।
ଭାରତ ଇଣ୍ଡିଜ୍‌ ବିପକ୍ଷ ୫ଟିକିଆ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି।